ଡାଏଫ୍ରାମ ଏକ ପ୍ରକାର ଅବରୋଧକାରୀ ଗର୍ଭନିରୋଧକ (barrier method) ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହାର କରାଯାଏ ।[୩] ଏହା ମଧ୍ୟମ ଧରଣର ପ୍ରଭାବଶାଳୀ, ସ୍ୱାଭାବିକ ବ୍ୟବ‌ହାରରେ ଏକ ବର୍ଷର ଫେଲ ହାର ୧୨% ।[୪] ଏହା ଜରାୟୁଗ୍ରୀବା (cervix) ଉପରେ ଅନ୍ୟାନ୍ୟ ଶୁକ୍ରାଣୁନାଶକ (spermicide) ସ‌ହିତ ଯୌନସଙ୍ଗମ ପୂର୍ବରୁ ରଖାଯାଏ ଓ ଅତି କମ୍ରେ ୬ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ଦିଆଯାଏ ।[୫][୬] ସ୍ୱାସ୍ଥ୍ୟ ସେବକମାନଙ୍କଠାରୁ ଏହାକୁ ଫିଟ କରିବା ଶିକ୍ଷାନେବାକୁ ପଡ଼େ ।[୫]

ଡାଏଫ୍ରାମ
An arcing spring diaphragm in its case, with a quarter added for scale.
Background
TypeBarrier
First use1880s[୧]
Failure rates (first year with spermicide)
Perfect use6%[୨]
Typical use12%[୨]
Usage
ReversibilityImmediate
User remindersInserted before sex with spermicide.
Left in place for 6–8 hours afterwards
Advantages and disadvantages
STI protectionPossible
PeriodsCatches menstrual flow
BenefitsMay be reused 1 to 3 years
RisksUrinary tract infection, toxic shock syndrome (rare)

ଏହାର ବ‌ହୁତ କମ ପ୍ରତିକ୍ରିୟା ଦେଖାଯାଏ ।[୬] ଯୋନୀପଥ (bacterial vaginosis) ଓ ମୂତ୍ରନଳୀ ସଂକ୍ରମଣ (urinary tract infections) ସମ୍ଭାବନା ରହିପାରେ ।[୩] ଯୋନୀପଥରେ (vagina) ୨୪ଘଣ୍ଟାରୁ ଅଧିକ ରହିଲେ ଟକ୍ସିକ ସକ୍ ସିଣ୍ଡ୍ରୋମ (toxic shock syndrome) ହୋଇପାରେ ।[୬] ଯୌନ ସଞ୍ଚାରିତ ସଂକ୍ରମଣ ସଙ୍କଟ କମ ଥିଲେ ମଧ୍ୟ ଏହା ଏତେ ପ୍ରଭାବଶାଳୀ ନୁହେଁ ।[୩] ରିମ ଓ ସ୍ପ୍ରିଙ୍ଗ ଡିଜାଇନ ଅନୁସାରେ ବିଭିନ୍ନ ଧରଣର ଡାଏଫ୍ରାମ ମିଳେ । ଲେଟେକ୍ସ (latex), ସିଲିକନ (silicone) ବା ପ୍ରାକୃତିକ ରବରରୁ (natural rubber) ଏହା ପ୍ରସ୍ତୁତ କରାଯାଏ । ଏହି ଉପକରଣ ଜରାୟୁ ଭିତରକୁ ଅବରୋଧ କରେ ଓ ଶୁକ୍ରାଣୁନାଶକ ଯୋଗୁ କାର୍ଯ୍ୟକ୍ଷମ ହୁଏ ।[୭]

ସନ ୧୮୮୨ରୁ ଡାଏଫ୍ରାମ ବ୍ୟବ‌ହର ହେଉଛି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ସଂଯୁକ୍ତ ରାଷ୍ଟ୍ରରେ ଏହାର ଗୋଟିକର ମୂଲ୍ୟ ୧୦ ପାଉଣ୍ଡ ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୧୫ରୁ ୭୫ ଆମେରିକୀୟ ଡଲାର ଓ ୦.୩% ଲୋକ ଏହାକୁ ବ୍ୟବ‌ହାର କରନ୍ତ ।[୧୦] ଶୁକ୍ରାଣୁନାଶକର ମୂଲ୍ୟ ଏହାର ଅନ୍ତର୍ଭୁକ୍ତ ନୁହେଁ ।[୧୧]

ଆଧାର ସମ୍ପାଦନା

  1. ୧.୦ ୧.୧ Everett, Suzanne (2014). Handbook of Contraception and Sexual Health (in ଇଂରାଜୀ). Routledge. p. 62. ISBN 9781135114114.
  2. ୨.୦ ୨.୧ Trussell, James (2011). "Contraceptive efficacy". In Hatcher, Robert A.; Trussell, James; Nelson, Anita L.; Cates, Willard Jr.; Kowal, Deborah; Policar, Michael S. (eds.) (eds.). Contraceptive technology (PDF) (20th revised ed.). New York: Ardent Media. pp. 779–863. ISBN 978-1-59708-004-0. ISSN 0091-9721. OCLC 781956734. Archived from the original (PDF) on 2013-11-12. Retrieved 2017-07-02. {{cite book}}: |editor6-first= has generic name (help)
  3. ୩.୦ ୩.୧ ୩.୨ Hillard, Paula J. Adams; Hillard, Paula Adams (2008). The 5-minute Obstetrics and Gynecology Consult (in ଇଂରାଜୀ). Lippincott Williams & Wilkins. p. 240. ISBN 9780781769426.
  4. Wipf, Joyce (2015). Women's Health, An Issue of Medical Clinics of North America, (in ଇଂରାଜୀ). Elsevier Health Sciences. p. 508. ISBN 9780323376082.
  5. ୫.୦ ୫.୧ "Contraception | Reproductive Health | CDC". www.cdc.gov. 21 June 2016. Retrieved 1 January 2017.
  6. ୬.୦ ୬.୧ ୬.୨ Helms, Richard A.; Quan, David J. (2006). Textbook of Therapeutics: Drug and Disease Management (in ଇଂରାଜୀ). Lippincott Williams & Wilkins. p. 419. ISBN 9780781757348.
  7. Corson, S. L.; Derman, R. J. (1995). Fertility Control (in ଇଂରାଜୀ). CRC Press. pp. 211–212. ISBN 9780969797807.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. British national formulary : BNF 69 (69 ed.). British Medical Association. 2015. p. 559. ISBN 9780857111562.
  10. Shoupe, Donna (2011). Contraception (in ଇଂରାଜୀ). John Wiley & Sons. p. 15. ISBN 9781444342635.
  11. Alexander, Linda; LaRosa, Judith (2009). New Dimensions In Women's Health (in ଇଂରାଜୀ). Jones & Bartlett Learning. p. 94. ISBN 9780763765927.