ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର

ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (Direct Benefit Transfer) ସଂକ୍ଷେପରେ DBT ଭାରତ ସରକାରଙ୍କଦ୍ୱାରା ୧ ଜାନୁଆରୀ ୨୦୧୩ ମସିହାରେ ଉଦ୍ଘାଟିତ ହୋଇଥିଲା । ଏହା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଏକ ପଦକ୍ଷେପ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କଠାରୁ ମିଳୁଥିବା ସବସିଡ଼ ସିଧା ପାଇପାରିବେ । ବ୍ୟାଙ୍କ ଆକାଉଣ୍ଟରେ ଏହି ସବସିଡ଼ ଜମା ଫଳରେ ଅନେକାଂଶରେ ବାଟମାରଣା ଏବଂ ବିଳମ୍ବ ଆଦି ସମସ୍ୟାମାନଙ୍କୁ ରୋକାଯାଇପାରିବ ବୋଲି ଆଶା କରାଯାଏ । [୧]

ଗଠନ ସମ୍ପାଦନା

ବିଭିନ୍ନ ସରକାରୀ ଆର୍ଥିକ ସହାୟତା ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ବାଟମାରଣା ରୋକିବା ହେଉଛି ଏହାର ପ୍ରାଥମିକ ଲକ୍ଷ୍ୟ । ସାଧାରଣତଃ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ନାଗରିକମାନେ ଏହି ବ୍ୟବସ୍ଥାକୁ ଉପଭୋଗ କରିବେ । କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସଙ୍କଦ୍ୱାରା କେନ୍ଦ୍ରୀୟ ଯୋଜନା ପ୍ରଣୟନ ପରିଚାଳନା ବ୍ୟବସ୍ଥା (CPSMS) ଡିଟିବି ପ୍ରଚଳନକୁ ବଟେଇନେବାରେ ସାଧାରଣ ପ୍ଲାଟଫର୍ମ ଭାବେ କାର୍ଯ୍ୟକରିବ । NPCIର ଆଧାର ପୈଠ ବ୍ରିଜ୍ ବ୍ୟବହାର କରି CPSMS ହିତାଧିକାରୀ ତାଲିକା ପ୍ରସ୍ତୁତି ଡିଜିଟାଲ ଦସ୍ତଖତ ଏବଂ ବ୍ୟାଙ୍କ ଆକାଉଣ୍ଟରେ ପୈଠଗୁଡ଼ିକର ପ୍ରକ୍ରିୟାକରଣ କରିବ । [୨] ଡିବିଟି ସମ୍ବନ୍ଧୀୟ ସମସ୍ତ ଅର୍ଡରଗୁଡ଼ିକ CPSMS ବେବସାଇଟରେ ଉପଲବ୍ଧ ଅଛି ।

ଇତିହାସ ସମ୍ପାଦନା

ଏହି ବ୍ୟବସ୍ଥା ୧ ଜାନୁଆରୀ ୨୦୧୩ରେ କେତେକ ନିର୍ଦ୍ଦିଷ୍ଟ ସହରରେ ପ୍ରଚଳିତ ହୋଇଥିଲା । [୩][୪] ଏହା ପ୍ରଥମେ ୨୦ଟି ଜିଲ୍ଲାରେ ସ୍କଲାରଶିପ ଏବଂ ସମାଜିକ ସୁରକ୍ଷା ଭତ୍ତା ମଧ୍ୟମରେ ଆରମ୍ଭ ହୋଇଥିଲା ।

ଗ୍ରାମୀଣ ବିକାଶ ଏବଂ ପୂର୍ବତନ ୟୁନିୟନ ମନ୍ତ୍ରୀ ଜୟରାମ ରମେଶ ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରଣ କୁମାର ରେଡି ପୂର୍ବ ଗୋଦାବରୀ ଜିଲ୍ଲାର ଗୋଲାପ୍ରଲୁଠାରେ ଜାନୁଆରୀ ୬, ୨୦୧୩ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । [୫] ଏହି ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା ନିୟମିତ ଅନ୍ତରାଳରେ ହେବାକୁ ସରକାର ସ୍ଥିର କଲେ [୪]

ଏହି ବ୍ୟବସ୍ଥାର ପ୍ରଥମ ସମୀକ୍ଷା ଜାନୁଆରୀ ୧୫, ୨୦୧୫ରେ ନିର୍ଦ୍ଧାରଣ କରାଯାଇଥିଲା । [୪] ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ଅନୁମତିରେ ଏହି ବ୍ୟବସ୍ଥା ୧ ଫେବୃଆରୀ ସୁଦ୍ଧା ୧୧ଟି ଏବଂ ୧ ମାର୍ଚ୍ଚ ସୁଦ୍ଧା ଆଉ ୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । [୪]

ଜୁଲାଇ ୧, ୨୦୧୩ରେ ଏହି ବ୍ୟବସ୍ଥାକୁ ୭୮ଟି ଅଧିକ ଜିଲ୍ଲାରେ ଲାଗୁ କରିବାପାଇଁ ଏପ୍ରିଲ ମାସରେ ହୋଇଥିବା ସମୀକ୍ଷାବୈଠକରେ ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ନିଷ୍ପତି ନେଇଥିଲେ । [୬] ଏହି ୭୮ ନୂଆ ଜିଲ୍ଲା ମଧ୍ୟରେ ଉଭୟ ଉତ୍ତର ପ୍ରଦେଶହିମାଚଳ ପ୍ରଦେଶର ୬ଟି ଲେଖାଏଁ ବିହାର ଏବଂ ତାମିଲନାଡୁର ୩ଟି ଲେଖାଏଁ ପଶ୍ଚିମ ବଙ୍ଗରୁ ୨ଟି ଏବଂ ଗୁଜରାଟ ଏବଂ ଓଡ଼ିଶାର ୪ଟି ଲେଖାଏଁ ଜିଲ୍ଲା ସାମିଲ ହୋଇଥିଲେ ।

୫ ଅଗଷ୍ଟ ୨୦୧୩ରେ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ହୋଇଥିବା ଏକ ସମୀକ୍ଷାରେ ଜଣାଯାଇଥିଲା ଯେ CPSMS ମାଧ୍ୟମରେ ସିଂହଭାଗ ୮୩% (ଡିଟିବି) ପାଣ୍ଠି ସ୍ଥାନାନ୍ତର ଜନନୀ ସୁରକ୍ଷା ଯୋଜନା ଏବଂ ସ୍କଲରଶିପ ସ୍କିମ ଅଧିନରେ ହୋଇଥିଲା । ଏହି ସ୍କିମ ପାଇଁ ରେକର୍ଡଗୁଡ଼ିକର ଡିଟିବି ସଂଯୋଗୀକରଣରେ ଅନେକ କମ୍ପ୍ୟୁଟରୀକରଣ ଅବହେଳା ଦୃଷ୍ଟିଗୋଚର ହୋଇଥିଲା । ଆହୁରି ମଧ୍ୟ ବିଭିନ୍ନ ସ୍କିମରେ ଦିଟିବି ଆବଶ୍ୟକ କରୁଥିବା ୩୯.୭୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୬%ଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି । ୨୫.୩% ଙ୍କର ଉଭୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ନମ୍ବର ଅଛି କିନ୍ତୁ କେବଳ ୯.୬୨%ଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଯୋଗ ହୋଇଛି । [୭]

ଡିଟିବି ଅନ୍ତର୍ଗତ କାର୍ଯ୍ୟକ୍ରମସମୂହ ସମ୍ପାଦନା

  • ଜାତୀୟ ଶିଶୁ ଶ୍ରମିକ ନିରୋଧ ପ୍ରକଳ୍ପ
  • ଛାତ୍ର ବୃତ୍ତି
  • ଏଲପିଜି ସବସିଡ଼
  • ମନରେଗା ପାରିଶ୍ରମିକ
  • ଜନନୀ ସୁରକ୍ଷା ଯୋଜନା ଇତ୍ୟାଦି

ଜୁନ ୧, ୨୦୧୩ରେ ତତ୍କାଳୀନ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଏମ ବିରପ୍ପା ମୋଇଲୀ ଆଧାର ପଂଜିକରଣ ସରିଥିବା ଶ୍ରେଷ୍ଠ ୨୦ଟି ଜିଲ୍ଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏଲପିଜି ସିଲିଣ୍ଡରର ସବସିଡ଼ ଟଙ୍କା ଉପଭୋକ୍ତାମାନଙ୍କ ଆଧାର ସଂଯୁକ୍ତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମାହେବ । ସମସ୍ତ ଆଧାର ସଂଯୁକ୍ତ ଘରୋଇ ଏଲପିଜି ଉପଭୋକ୍ତା ଯେତେବେଳେ ସେମାନେ ତାଙ୍କର ପ୍ରଥମ ସବସିଡ଼ାଇଜ୍ଡ ସିଲିଣ୍ଡର ବୁକ କରିବେ, ଡେଲିଭରି ପୂର୍ବରୁ ସବସିଡ଼ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଗୁଆ ପାଇବେ ଯାହା ସେମାନଙ୍କୁ ସେହି ଅର୍ଥ ଦେଇ ବଜାରଦରରେ ଏକ ସିଲିଣ୍ଡରକୁ କିଣିପାରିବେ । ଏହିପରି ଭାବେ ବାର୍ଷିକ ସର୍ବାଧିକ ୧୨ଟି ସବସିଡ଼ଯୁକ୍ତ ସିଲିଣ୍ଡର କିଣିବା ପାଇଁ ଯୋଗ୍ୟ ହେବେ । [୮]

DBTL ସ୍କିମର ପରିବର୍ତ୍ତିତ ସଂସ୍କରଣ: (ନଭେମ୍ବର ୨୦୧୪) ଭାରତ ସରକାରଙ୍କ ପରିବର୍ତ୍ତିତ Direct Benefit Transfer of LPG (DBTL) ସ୍କିମ ୧୧ ରାଜ୍ୟର ୫୪ଟି ଜିଲ୍ଲା ସମେତ କେରଳର ସମସ୍ତ ଜିଲ୍ଲାରେ ନଭେମ୍ବର ୧୫,୨୦୧୪ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଏଲପିଜି ଉପଭୋକ୍ତା ଯେଉଁମାନେ ଏହି ସୁବିଧା ପାଇନାହାନ୍ତି, ଏହା ଅଧିନରେ ସବସିଡ଼ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇବେ ଏବଂ ସେହି ଏଲପିଜି ସିଲିଣ୍ଡରକୁ ସେମାନେ ବଜାର ଦରରେ କିଣିବେ । [୯]

ଆଉରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-04-03. Retrieved 2015-08-03. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2015-05-10. Retrieved 2015-08-03. {{cite web}}: Cite has empty unknown parameter: |1= (help)
  3. "Direct Benefit Transfer to be launched today". The New Indian Express. 1 January 2013. Archived from the original on 17 March 2016. Retrieved 8 January 2013.
  4. ୪.୦ ୪.୧ ୪.୨ ୪.୩ "Govt to review benefits transfer project on Jan 15". Business Standard. Retrieved 8 January 2013.
  5. "Direct Benefit Transfer scheme finally gets going". The Hindu. Chennai, India. 7 January 2013. Retrieved 8 January 2013.
  6. "DBT scheme to be extended in 78 new districts from July 1, 2013". Archived from the original on April 11, 2013. Retrieved August 3, 2015.
  7. http://finmin.nic.in/dbt/record_dbt0508.pdf
  8. "Moily launches Direct Benefit Transfer Scheme for LPG in Karnataka". The Times Of India. 1 June 2013.
  9. pavan1804 (23 December 2014). "Pahal 'DBTL' Scheme". www.pahaldbtlscheme.com/. Archived from the original on 25 December 2014. Retrieved 23 December 2014.{{cite web}}: CS1 maint: numeric names: authors list (link)

ଅଧିକ ତଥ୍ୟ ସମ୍ପାଦନା