ଡନୋରୁବିସିନ (ଇଂରାଜୀ ଭାଷାରେ Daunorubicin, ଅନ୍ୟ ନାମ ଡନୋମାଇସିନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କର୍କଟ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଆକ୍ୟୁଟ ମାୟେଲଏଡ ଲିଉକେମିଆ, (acute myeloid leukemia ବା AML) ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia ବା ALL), କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia ବା CML) ଓ କାପୋସି ସାର୍କୋମା (Kaposi's sarcoma) । ଏହା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein ଆକାରରେ ଦିଆଯାଏ । ଏହାର ଅନ୍ୟ ଏକ ଲାଇପୋସୋମାଲ ମିଶ୍ରଣ ଉପଲବ୍‌ଧ ଅଛି ଯାହାର ନାମ ଲାଇପୋସୋମାଲ ଡନୋରୁବିସିନ (liposomal daunorubicin) ।[୧]

ଡନୋରୁବିସିନ
Clinical data
Trade namesCerubidine, others
AHFS/Drugs.commonograph
MedlinePlusa682289
Pregnancy
category
Routes of
administration
Exclusively intravenous. Causes severe necrosis if administered intramuscularly or subcutaneously
ATC code
Legal status
Legal status
Pharmacokinetic data
MetabolismLiver
Elimination half-life26.7 hours (metabolite)
ExcretionBiliary and urinary
Identifiers
  • (8S,10S)-8-acetyl-10-[(2S,4S,5S,6S)-
    4-amino-5-hydroxy-6-methyl-oxan-
    2-yl]oxy-6,8,11-trihydroxy-1-methoxy-
    9,10-dihydro-7H-tetracene-5,12-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.040.048 Edit this at Wikidata
Chemical and physical data
FormulaC27H29NO10
Molar mass527.52 g/mol
563.99 g/mol (HCl salt)
3D model (JSmol)
  • C[C@H]1[C@H]([C@H](C[C@@H](O1)O[C@H]2C[C@@](Cc3c2c(c4c(c3O)C(=O)c5cccc(c5C4=O)OC)O)(C(=O)C)O)N)O
  • InChI=1S/C27H29NO10/c1-10-22(30)14(28)7-17(37-10)38-16-9-27(35,11(2)29)8-13-19(16)26(34)21-20(24(13)32)23(31)12-5-4-6-15(36-3)18(12)25(21)33/h4-6,10,14,16-17,22,30,32,34-35H,7-9,28H2,1-3H3/t10-,14-,16-,17-,22+,27-/m0/s1 checkY
  • Key:STQGQHZAVUOBTE-VGBVRHCVSA-N checkY
  (verify)

ଡନୋରୁବିସିନର ପ୍ରତିକ୍ରିୟା ହେଲେ କେଶହାନୀ, ବାନ୍ତି, ଅସ୍ଥିମଜ୍ଜା ଦମନ (bone marrow suppression) ଓ ପାଟି ଭିତର ପ୍ରଦାହ ହୋଇପାରେ । ସାଂଘାତିକ ପ୍ରତିକ୍ରିୟା ହେଲେ ହୃଦ୍‌ରୋଗତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତି ସାଧନ କରିପାରେ । [୧]ଏହା ଆନ୍ଥ୍ରାସାଇକ୍ଲିନ (anthracycline) ଶ୍ରେଣୀର ଏକ ଔଷଧ । [୨] ଆଂଶିକ ଭାବରେ ଏହା ଟୋପୋଆଇସୋମରେଜ ୨ର (topoisomerase II) କାର୍ଯ୍ୟକୁ ଅବରୋଧ କରି ନିଜେ କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୭୯ରେ ଡନୋରୁବିସିନ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୨୦ ମି:ଗ୍ରା: ଭାଏଲର ହୋଲସେଲ ମୂଲ୍ୟ ୫.୭୯ରୁ ୩୭.୧୮ ଆମେରିକୀୟ ଡଲାର ।[୪] ଏହି ପରିମାଣର ଔଷଧର ମୂଲ୍ୟ ଇଂଲଣ୍ଡରେ ପ୍ରାୟ ୫୫ ପାଉଣ୍ଡ ।[୨] ପ୍ରଥମେ ଏହା ସ୍ଟ୍ରେପ୍ଟୋମାଇସେସ ଟାଇପର ଜୀବାଣୁଠାରୁ ପୃଥକ କରାଯାଇଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "daunorubicin hydrochloride". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 581-583. ISBN 9780857111562.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Daunorubicin". International Drug Price Indicator Guide. Retrieved 8 December 2016.[permanent dead link]
  5. Lin, Guo-Qiang; You, Qi-Dong; Cheng, Jie-Fei (2011). Chiral Drugs: Chemistry and Biological Action (in ଇଂରାଜୀ). John Wiley & Sons. p. 120. ISBN 9781118075630.