ଟୟଲେଟ : ଏକ ପ୍ରେମ କଥା

୨୦୧୭ର ହିନ୍ଦୀ କଥାଚିତ୍ର

ଟୟଲେଟ : ଏକ ପ୍ରେମ କଥା ୨୦୧୭ରେ ନିର୍ମିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଟିର ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ନାରାୟଣ ସିଂ । ଏହାର ସହ ପ୍ରଯୋଜକ ହେଉଛନ୍ତି ଅକ୍ଷୟ କୁମାର ଓ ନୀରଜ ପାଣ୍ଡେ ।

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଓ ଭୂମି ପେଦେନକର । ଏଥିରେ ଅନୁପମ ଖେର, ସୁଧୀର ପାଣ୍ଡେ , ଦିବେଂଦ୍ୟୁ ଶର୍ମା ସହ କଳାକାର ଭାବେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ୨୦୧୭ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିଥିଲା ।

ଏହି ଚଳଚ୍ଚିତ୍ରରେ ବ୍ୟଙ୍ଗାତ୍ମକ ଭାବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ସ୍ୱଚ୍ଛ ଭାରତ ଅଭିଯାନର ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ରଟି ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତରେ ବହୁତ ସଫଳତା ପାଇପାରିଛି ।

ଏହି ଚଳଚ୍ଚିତ୍ରଟି ଆରମ୍ଭ ହୋଇଛି ଏହିପରି କି ଗାଁର କିଛି ମହିଳାମାନେ ଏକ ପଡ଼ିଆକୁ ଯାନ୍ତି । କିଛି ବାଟରେ ପଡେ ତାଙ୍କ ଗାଁଠାରୁ ଖୋଲା ଜାଗାରେ ଯୋଉଠିକି ସେମାନେ ଶୌଚ ହେବାକୁ ଯାନ୍ତି । କେଶବ(ଅକ୍ଷୟ କୁମାର)କୁ ଏକ କଳା ମଇଁଷିକୁ ବିବାହ କରିବାକୁ ତାର ବାପା (ପଣ୍ଡିତ) ଭାଗ୍ୟ ଓ ଜାତକକୁ ବିଶ୍ୱାସ କରୁଥିବାରୁ ବାଧ୍ୟ କରନ୍ତି । ତାଙ୍କ ବାପା ଭାବନ୍ତି କି ଏପରି କଲେ କେଶବର ଭାଗ୍ୟରେ ପରିବର୍ତ୍ତନ ଆସିବ । କିନ୍ତୁ କେଶବର ଜୟା(ଭୂମି ପେଦେନକର)ଙ୍କ ସହିତ ଦେଖା ହୁଏ । ଓ ଦୁହେଁ ଦୁହିଁଙ୍କୁ ଭଲପାଇ ବସନ୍ତି । କେଶବ ତା ବାପାଙ୍କୁ କୁହେ ତାକୁ ବାହା ହବ ପାଇଁ । କିନ୍ତୁ କେଶବ ବାପା କୁହନ୍ତି ଯଦି କେଶବ ବାହା ହବ ସେ ଏପରି ଝିଅ ହେଇଥିବ ଯାହାର ଗୋଟିଏ ହାତରେ ୨ଟି ବୁଢ଼ା ଆଙ୍ଗୁଠି ଥୁବ ।