ଟ୍ରୋପିକାମାଇଡ (ଇଂରାଜୀ ଭାଷାରେ Tropicamide, ଏକ ବିକ୍ରୟ ନାମ ମାଇଡ୍ରିଆସିଲ, ଏକ ମାଇଡ୍ରିଆଟିକ ବା ଆଖି ପିତୁଳାକୁ ବିଷ୍ଫାରିତ କରୁଥିବା ଔଷଧ (dilate the pupil) ଓ ଏହାଦ୍ୱାରା ଆଖି ପରୀକ୍ଷା (examination of the eye) ସୁଗମ ହୁଏ ।[୧] ବିଶେଷତଃ ଫଣ୍ଡସ୍ (back of the eye) ବା ଆଖିର ପୃଷ୍ଠଭାଗର ପରୀକ୍ଷା ସ‌ହଜସାଧ୍ୟ ହୁଏ ।[୨] ଏହା ଆଖି ଡ୍ରପ (eye drops) ଆକାରରେ ବ୍ୟବ‌ହାର କରାଯାଏ । ଏହାର ପ୍ରଭାବ ୪୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ଏକ ଦିନ ପର୍ଯ୍ୟନ୍ତ ରହେ । [୧]

ଟ୍ରୋପିକାମାଇଡ
Clinical data
Trade namesMydriacyl, others
AHFS/Drugs.commonograph
Pregnancy
category
  • C
Routes of
administration
topical eye drops
ATC code
Pharmacokinetic data
Protein binding45%
Identifiers
  • (RS)-N-ethyl-3-hydroxy-2-phenyl-N-(pyridin-4-ylmethyl)propanamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.014.673 Edit this at Wikidata
Chemical and physical data
FormulaC17H20N2O2
Molar mass284.353 g/mol
 ☒NcheckY (what is this?)  (verify)

ଟ୍ରୋପିକାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପସା ଦୃଷ୍ଟି (blurry vision), ଅଧିକ ଚକ୍ଷୁ ଆଭ୍ୟନ୍ତରୀଣ ଚାପ (increased intraocular pressure) ଓ ଆଲୋକ ସମ୍ବେଦନଶୀଳତା ଆଦି ଲକ୍ଷଣମାନ ଦେଖାଯାଆନ୍ତି । କ୍ୱଚିତ ଦେଖାଯାଉଥିବା ଅନ୍ୟ ଏକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ (psychosis) ବିଶେଷତଃ ପିଲାମାନଙ୍କର ହୋଇପାରେ ।[୧] ଗର୍ଭାବସ୍ଥାରେ ଏହାର ପ୍ରୟୋଗଦ୍ୱାରା ଶିଶୁର ନିରାପତ୍ତା ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । [୩] ଏହା ଆଣ୍ଟିକୋଲିନର୍ଜିକ (anticholinergic ) ଶ୍ରେଣୀର ଆଣ୍ଟିମସ୍କାରାଇନିକ (antimuscarinic ) ବିଭାଗର ଏକ ଔଷଧ । ଏହି ଔଷଧଦ୍ୱାରା ଚକ୍ଷୁର ମାଂସପେଶୀଗୁଡ଼ିକ ସମ୍ବେଦନରହିତ ହୋଇଯାଆନ୍ତି ।[୧]

ସନ ୧୯୬୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟ୍ରୋପିକାମାଇଡ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୫ ମି:ଲି: ବୋତଲର ହୋଲସେଲ ମୂଲ୍ୟ ୪.୧୯ରୁ ୪.୫୫ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Tropicamide". The American Society of Health-System Pharmacists. Retrieved 8 December 2016.
  2. WHO Model Formulary 2008 (PDF). World Health Organization. 2009. p. 314. ISBN 9789241547659. Retrieved 8 December 2016.
  3. "Tropicamide ophthalmic Use During Pregnancy | Drugs.com". www.drugs.com. Retrieved 28 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Tropicamide". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 415. ISBN 9781284057560.