ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ବା ଇଜିପ୍‌ସିଆନ ଅଫ୍‌ଥାଲ୍‌ମିଆ[୧] ବା ବ୍ଲାଇଣ୍ଡିଙ୍ଗ ଟ୍ରାକୋମା (ଇଂରାଜୀରେ ଯାଥାକ୍ରମେ Trachoma, granular conjunctivitis), Egyptian ophthalmia), ଓ blinding trachoma) ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ ।[୨] ଏହି ରୋଗଦ୍ୱାରା ଆଖିପତାର ଭିତର ପାଖରେ ଗ୍ରାନୁଲେସନ (granulation) ତନ୍ତୁ ତିଆରି ହୋଇ ଅସମାନ ବା ଆବୁଡ଼ାଖାବୁଡ଼ା ହୋଇଯାଏ । ଏହି ଅସମାନତା ଯୋଗୁ ଆଖିରେ ଯନ୍ତ୍ରଣା ହୁଏ, କର୍ନିଆର ବାହାର ସ୍ତର ନଷ୍ଟ ହୋଇଯାଇ ଅନ୍ଧତ୍ୱ ସମ୍ଭାବନା ରହେ ।[୨]

Trachoma
In-turned eyelid and eyelashes as a result of trachoma
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], ophthalmologist[*]
ଆଇସିଡ଼ି-୧୦A71.
ଆଇସିଡ଼ି-୯-ସିଏମ୍076
ରୋଗ ଡାଟାବେସ29100
ମେଡ଼ିସିନ-ପ୍ଲସ001486
ଇ-ମେଡ଼ିସିନoph/118
Patient UKଟ୍ରାକୋମା
MeSHD014141

ଟ୍ରାକୋମା ରୋଗୀର ଆଖି ଓ ନାକର ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷରେ ସୁସ୍ଥ ଲୋକ ଆସିଲେ ରୋଗ ଡିଏଁ ।[୨] ଲୁଗାପଟାଦ୍ୱାରା ବା ରୋଗୀର ଆଖି ଓ ନାକ ସଂସ୍ପର୍ଶରେ ଆସିଥିବା ମାଛିଦ୍ୱାରା ପରୋକ୍ଷ ସଂକ୍ରମଣ ହୁଏ ।[୨] ବର୍ଷାଧିକ କାଳ ଅନେକ ଥାର ସଂକ୍ରମଣ ହେଲେ ଆଖି ପତା ଅସମାନ ହେବାପରେ ପତା ବାଳ ଡୋଳା ସ‌ହ ଘଷିହୁଏ ।[୨] ବ‌ୟଷ୍କଙ୍କ ଅପେକ୍ଷା ପିଲାମାନଙ୍କଦ୍ୱାରା ଏହି ରୋଗ ଅଧିକ ଦିଏଁ ।[୨] ଦରିଦ୍ର ପରିମଳ ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ ।[୨]

ବିଷୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କରି ଓ ସଂକ୍ରମିତ ଲୋକଙ୍କୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଏହି ରୋଗକୁ ପ୍ରତିରୋଧ କରିବାକୁ ପ୍ରୟାସ କରିବା ଉଚିତ ।[୨] ସଂଭାବ୍ୟ ରୋଗ‌ଗ୍ରସ୍ତ ଇଲାକାରେ ଥିବା ସମସ୍ତ ଲୋକଙ୍କୁ ଚିକିତ୍ସା କରିବା ଦରକାର ହୁଏ ।[୩] କେବଳ ଧୋଇବା ବ୍ୟବସ୍ଥା ନ କରି ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହୁଏ । [୪] ଏହାର ଚିକିତ୍ସା ନିମନ୍ତେ ପାଟିବାଟେ ଆଜିଥ୍ରୋମାଇସିନ ଓ ଆଖିରେ ଟେଟ୍ରାସାଇକ୍ଲିନ ଦିଆଯାଏ ।[୩] ପାଟିରେ ଗୋଟିଏ ପାନ ଔଷଧ ଦରକାର ହେଉଥିବାରୁ ଆଜିଥ୍ରୋମାଇସିନ ଦିଆଯାଏ ।[୫] ଆଖି ପତା ସ୍କାର ହୋଇଗଲେ ଅପରେଶନ କରି ପତାର ସଠିକ ସ୍ଥାନ ବା ପୋଜସନ ଠିକ କରାଯାଏ ।[୨]

ପୃଥିବୀରେ ପ୍ରାୟ ୮୦ ନିୟୁତ ଲୋକଙ୍କର ଏହି ସକ୍ରିୟ ରୋଗ ଅଛି ।[୬] କେତେକ ଅଞ୍ଚଳରେ ୬୦-୯୦% ପିଲାଙ୍କର ଏହି ରୋଗ ଅଛି ଓ ମହିଳାମାନେ ଅଧିକ ସଂକ୍ରମିତ ହୁଅନ୍ତି ଯେହେତୁ ସେମାନେ ପିଲାଙ୍କ ସାନ୍ନିଧ୍ୟରେ ଅଧିକ ଆସନ୍ତି ।[୨] ୨.୨ ନିୟୁତ ଲୋକଙ୍କୁ (ତାହା ମଧ୍ୟରେ ୧.୨ ସମ୍ପୁର୍ଣ୍ଣ ଅନ୍ଧ) ପରୀକ୍ଷା କରି ଦେଖିବା କଷ୍ଟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗ ବ୍ୟାପକ ହେଉଛି ।[୨] ଏସିଆ, ଆଫ୍ରିକା, ମଧ୍ୟ ଓ ଦକ୍ଷିଣ ଆମେରିକାର ୫୩ଟି ଦେଶର ଲୋକ ଏହି ରୋଗ ସଂକଟରେ ଅଛନ୍ତି ।[୨] ବାର୍ଷିକ ୮ ବିଲିଅନ ଡଲାର ଆର୍ଥିକ କ୍ଷତି ଏହା ଯୋଗୁ ହୁଏ । [୨] ଅବ‌ହେଳିତ ଗ୍ରିଷ୍ମମଣ୍ଡଳୀୟ ରୋଗ ଦଳରେ ଏହା ସ୍ଥାନ ପାଇଛି । [୬]

କାରଣ ସମ୍ପାଦନା

କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ ।[୭] ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ ।

ଚିକିତ୍ସା ସମ୍ପାଦନା

ଆଣ୍ଟିବାୟୋଟିକ ସମ୍ପାଦନା

ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ୱାରା ଫାଇଜର କମ୍ବାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ । ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।[୩]

ଅପରେଶନ ସମ୍ପାଦନା

ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ ।[୮] ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।[୯]

ସ୍ୱୟଂ ଚିକିତ୍ସା ସମ୍ପାଦନା

ମୂଖ ସର୍ବଦା ସଫା ରଖିବା ଆବଶ୍ୟକ । ନାକ ଓ ଆଖିରୁ ସ୍ରାବ ହେଉଥିବା ପିଲାମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ଦୁଇଗୁଣ ଅଧିକ ଟ୍ରାକୋମା ସମ୍ଭାବନା ଥାଏ । ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ଶିକ୍ଷାଦ୍ୱାରା କେବଳ ମୁଁହ ସଫା ରଖିଲେ ପିଲାମାନଙ୍କର ରୋଗ ସମ୍ଭାବନା ଉଲ୍ଲେଖନୀୟ ଭାବରେ କମିଯାଏ । ରୋଗଗ୍ରସ୍ତ ଓ ରୋଗ ହୋଇଥିବା ପିଲାମାନଙ୍କର ମଧ୍ୟ ମୁହଁ ଧୋଇଲେ ପୁନଃ ରୋଗାକ୍ରାନ୍ତ ହେବା ସମ୍ଭାବନା ବହୁତ କମ୍ ହୁଏ ।[୧୦]

ଆଧାର ସମ୍ପାଦନା

  1. Swanner, Yann A. Meunier ; with contributions from Michael Hole, TakudzwaShumba&B.J. (2014). Tropical diseases : a practical guide for medical practitioners and students. Oxford: Oxford University Press, USA. p. 199. ISBN 9780199997909.{{cite book}}: CS1 maint: multiple names: authors list (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ "Blinding Trachoma Fact sheet N°382". World Health Organization. November 2013. Retrieved 14 March 2014.
  3. ୩.୦ ୩.୧ ୩.୨ Evans JR1, Solomon AW (March 2011). "Antibiotics for trachoma". Cochrane Database Syst Rev. 16 (3): CD001860. doi:10.1002/14651858.CD001860.pub3. PMID 21412875.{{cite journal}}: CS1 maint: numeric names: authors list (link)
  4. Ejere, HO; Alhassan, MB; Rabiu, M (Apr 18, 2012). "Face washing promotion for preventing active trachoma". The Cochrane database of systematic reviews. 4: CD003659. doi:10.1002/14651858.CD003659.pub3. PMID 22513915.
  5. Mariotti SP (November 2004). "New steps toward eliminating blinding trachoma". N. Engl. J. Med. 351 (19): 2004–7. doi:10.1056/NEJMe048205. PMID 15525727.
  6. ୬.୦ ୬.୧ Fenwick, A (Mar 2012). "The global burden of neglected tropical diseases". Public health. 126 (3): 233–6. doi:10.1016/j.puhe.2011.11.015. PMID 22325616.
  7. Goldman, Lee (2011). Goldman's Cecil Medicine (24th ed.). Philadelphia: Elsevier Saunders. pp. e326-2. ISBN 1437727883.
  8. Reacher M, Foster A, Huber J. “Trichiasis Surgery for Trachoma. The Bilamellar Tarsal Rotation Procedure.” 1993; World Health Organization, Geneva: WHO/PBL/93.29.
  9. Burton MJ, Kinteh F, Jallow O,; et al. (October 2005). "A randomised controlled trial of azithromycin following surgery for trachomatous trichiasis in the Gambia". Br J Ophthalmol. 89 (10): 1282–8. doi:10.1136/bjo.2004.062489. PMC 1772881. PMID 16170117.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  10. Prevention-Trachoma 18 July 2008-24 March 2009