ଟେନିସ ଏଲବୋ

କ‌ହୁଣିର ବାହାର ପାଖରେ ଦରଜ ଓ ଯନ୍ତ୍ରଣା ହୁଏ ।

ଟେନିସ ଏଲବୋ (ଇଂରାଜୀ ଭାଷାରେ Tennis elbow, ଅନ୍ୟ ନାମ ଲାଟରାଲ ଏପିକଣ୍ଡାଇଲାଇଟସ/ lateral epicondylitis) ଏକ ରୋଗ ଯେଉଁଥିରେ କ‌ହୁଣିର (elbow) ବାହାର ପାଖରେ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ ।[୧] ଏହି ଯନ୍ତ୍ରଣା ଅଗ୍ରବାହୁର (forearm) ପଛ ପାଖ ପର୍ଯ୍ୟନ୍ତ ମାଡ଼ିଯାଇପାରେ ଓ ମୁଠାକରିବା ଶକ୍ତି (grip strength) କମିଯାଏ ।[୨][୧] ରୋଗ ବ‌ହୁତ ଧୀରେ ଧୀରେ ଅଗ୍ରଗତି କରେ । [୨] ଏହିଭଳି ରୋଗ କ‌ହୁଣିର ଭିତର ପାଖରେ (inside of the elbow) ହେଲେ ତାହାକୁ ଗଲ୍‌ଫର ଏଲବୋ (Golfer's elbow) କୁହାଯାଏ ।[୧]

ଟେନିସ ଏଲବୋ (Tennis elbow)
Lateral epicondylitis, lateral elbow tendinopathy[୧]
ବାମ କ‌ହୁଣି ଗଣ୍ଠି (elbow-joint)
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟସ ମେଡିସିନ (sports medicine)
ଲକ୍ଷଣକ‌ହୁଣିର ବାହାର ପାଖରେ ଦରଜ ଓ ଯନ୍ତ୍ରଣା । [୧]
ଆକ୍ରାନ୍ତ ସମୟକ୍ରମଶଃ[୨]
ଅବଧି୧-୨ ବର୍ଷରୁ କମ୍ [୩]
କାରଣଅଗ୍ରବାହୁର ପଛ ପାଖ ମାଂସପେଶୀ (back of the forearm) ଅତ୍ୟଧିକ ବ୍ୟବ‌ହୃତ ହେଲେ ହୁଏ ।[୨]
ବିପଦ କାରକଧୂମ୍ରପାନ, ମୋଟାପଣ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଆବଶ୍ୟକ ସ୍ଥଳେ ମେଡିକାଲ ଇମେଜିଙ୍ଗ (medical imaging) [୨]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓକଣ୍ଡ୍ରାଇଟିସ ଡିସେକାନ୍ସ (Osteochondritis dissecans), ଓଷ୍ଟିଓଆର୍ଥ୍ରାଇଟିସ, ରାଡିକୁଲୋପାଥି (radiculopathy)[୩]
ଚିକିତ୍ସାକାର୍ଯ୍ୟ ପରିବର୍ତ୍ତନ, ଫିଜିକାଲ ଥେରାପି (physical therapy), ଯନ୍ତ୍ରଣା ନାଶକ ଔଧଧ [୧]
ପୁନଃପୌନିକc. ୨%[୩]

ଅଗ୍ରବାହୁର ପଛ ପାଖର ମାଂସପେଶୀ (back of the forearm) ଅତ୍ୟଧିକ ବ୍ୟବ‌ହୃତ ହେଲେ ହୁଏ ।[୨] ବିଭିନ୍ନ ପ୍ରକାର କାମ, ଖେଳରେ ଏହିଭଳି ରୋଗ ହୁଏ ବିଶେଷତଃ ରାକେଟ ଖେଳରେ (racquet sports) ଅଧିକ ହୁଏ ଯେପରିକି ବାଡମିଣ୍ଟନ ବା ଟେନିସ ଖେଳ ।[୧][୨] ଲକ୍ଷଣ ଓ ଆବଶ୍ୟକ ସ୍ଥଳେ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟନ୍ୟ ସମ୍ଭାବ୍ୟ ରୋଗ ଦୂର କରାଯାଏ ।[୨] ଏକ ନିର୍ଣ୍ଣୟାତ୍ମକ ପରୀକ୍ଷା: କ‌ହୁଣିକୁ ୯୦ରେ ରଖି କଚଟିକୁ ଡର୍ସିଫ୍ଲେକ୍ସ (bend back) କଲେ (ପଛପାଖକୁ ବୁଲେଇବାକୁ ଚେଷ୍ଟା କଲେ) କ‌ହୁଣିରେ ଯନ୍ତ୍ରଣା ହୁଏ ।[୧] ଏହି ରୋଗକୁ ଟେଣ୍ଡିନୋସିସ (tendinosis) ଦଳର ଅନ୍ତର୍ଭୁକ୍ତ କରାଯାଏ, ଟେଣ୍ଡିନାଇଟିସ (tendinitis) ନୁହେଁ । [୧]

ରୋଗ ଉଦ୍ରେକ‌କାରୀ କାମ କମ୍ କରିବା ସ‌ହିତ ଫିଜିଓଥେରାପି (physical therapy ସାହାଯ୍ୟରେ ଚିକିତ୍ସା କରାଯାଏ ।[୧] ଯନ୍ତ୍ରଣା ଉପଶମ ନିମନ୍ତେ ଏନଏସଏଆଇଡି (NSAIDS) ବା ଆସେଟାମିନୋଫେନ ଦିଆଯାଏ ।[୧] ଅଗ୍ରବାହୁର ଉପରଭାଗରେ ବ୍ରେସ ବାନ୍ଧିଲେ ଉପକାର ମିଳେ । [୨] ଉପକାର ନମିଳିଲେ କର୍ଟିକୋସ୍ଟିରଏଡ (corticosteroid) ଇଞ୍ଜେକସନ ଦିଅଯାଇପାରେ ।[୧] ଏକ ମାସରୁ ୨ ବର୍ଷ ମଧ୍ୟରେ ଅଧିକାଂଶ ରୋଗୀଙ୍କର ଉପଶମ ହୁଏ । [୩][୪]

ପ୍ରାୟ ୨% ଲୋକଙ୍କର ଏହି ରୋଗ ହୁଏ ।[୩] ୩୦ରୁ ୫୦ ବର୍ଷ ବୟସ୍କ ଲୋକଙ୍କର ସାଧାରଣତଃ ଏହି ରୋଗ ହୁଏ ।[୨] ସନ ୧୮୭୩ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୩] ସନ ୧୮୮୨ରେ ପ୍ରଥମେ ଏହାର ନାମ ଲନ ଟେନିସ ଏଲବୋ ("lawn tennis elbow") ଦିଆଯାଇଥିଲା ।[୫]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Tennis Elbow (Lateral Epicondylitis)". OrthoInfo. July 2015. Retrieved 21 June 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Vaquero-Picado, A; Barco, R; Antuña, SA (November 2016). "Lateral epicondylitis of the elbow". EFORT open reviews. 1 (11): 391–397. doi:10.1302/2058-5241.1.000049. PMID 28461918.
  4. Lian, Jayson; Mohamadi, Amin; Chan, Jimmy J.; Hanna, Phillip; Hemmati, David; Lechtig, Aron; Nazarian, Ara (2018-10-31). "Comparative Efficacy and Safety of Nonsurgical Treatment Options for Enthesopathy of the Extensor Carpi Radialis Brevis: A Systematic Review and Meta-analysis of Randomized Placebo-Controlled Trials". The American Journal of Sports Medicine: 363546518801914. doi:10.1177/0363546518801914. ISSN 1552-3365. PMID 30380334.
  5. Wolf, Jennifer Moriatis (2015). Tennis Elbow: Clinical Management (in ଇଂରାଜୀ). Springer. p. 1. ISBN 9781489975348.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ