ଟିଣ୍ଟୁ ଲୁକ୍କା

ଭାରତୀୟ ମହିଳା ଆଥଲେଟ

ଟିଣ୍ଟୁ ଲୁକ୍କା (ଜନ୍ମ ୨୬ ଏପ୍ରିଲ ୧୯୮୯ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ମଧ୍ୟ -ଦୂରତା ଦୌଡ ପ୍ରତିଯୋଗିତା ମାନଙ୍କରେ ଦେଶ ଓ ବିଦେଶରେ ଅନେକ ପଦକ ହାସଲ କରିଛନ୍ତି । ତାଙ୍କର ଜନ୍ମ କେରଳ ରାଜ୍ୟର ଭାଲାଥୋଡେଠାରେ ହେଇଥିଲା 

ଟିଣ୍ଟୁ ଲୁକ୍କା


କ୍ରୀଡ଼ା ଅବଦାନ  ଟିଣ୍ଟୁ ୮୦୦ ମିଟର ମହିଳା ଡୋଡାରେ ଭାରତୀୟ ଜାତୀୟ ରେକର୍ଡର ଅଧିକାରୀ । ସେ ୨୦୧୬ ମସିହାରେ ବ୍ରାଜିଲର ରିଓଠାରେ ହେଇଥିବାଅଲିମ୍ପିକ ଖେଳରେ 800 ମିଟର ମହିଳା ଦୌଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ପୂର୍ବରୁ ମଧ୍ୟ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକରେ ମଧ୍ୟ ସେ ଭାଗନେଇଥିଲେ । ସେ ୨୦୧୫ ମସିହା ଏସିଯା ଚ୍ଚମ୍ପିୟାନ ହେବା ସହ ଅସିଆ ଅଥଲଟିକ ଏମଆଇଟିରେ ସମୁଦାୟ 6ଟି ପଦକ ହାସଲ କରିଥିଲେ । 

ଭାରତୀୟ ଦୌଡ-ରାଣୀ କୁହାଯାଉଥିବା ପି .ଟି . ଉଷାଙ୍କ ତାଲିମରେ ସେ ମହିଳା ୪୦୦ ମିଟର ଓ ମହିଳା ୪x୪୦୦ ମିଟର ରିଲେ ରେଶରେ ୨୦୧୩ ଏସୀୟ ଆଥଲେଟିକ ମିଟରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୪ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । 

ପୁରସ୍କାର  ଓ ସମ୍ମାନ ସମୂହ  ସମ୍ପାଦନା

ଅର୍ଜୁନ ପୁରସ୍କାର - ୨୦୧୪ [୧]

ଆଧାର  ସମ୍ପାଦନା

  1. "Tintu Luka Profile: Women's 800m". The Indian Express. 17 August 2016. Retrieved 17 August 2016.

ବାହାର ଲିଙ୍କ  ସମ୍ପାଦନା