ଟାୟୋଟ୍ରୋପିଅମ ବ୍ରୋମାଇଡ

ଏକ ଔଷଧ

ଟାୟୋଟ୍ରୋପିଅମ ବ୍ରୋମାଇଡ (Tiotropium bromide, ଏକ ବିକ୍ରୟ ନାମ ସିପ୍ରିଭା/Spiriva) ଏକ ଦୀର୍ଘକାଳୀନ ବ୍ରୋଙ୍କୋଡାଇଲେଟର (bronchodilator ଯାହା କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ସିଓପିଡି) ଓ ଆଜ୍‌ମା ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୨][୧] ମୂଖ୍ୟତଃ ଏହା ପ୍ରତିଷେଧ ଭାବରେ ବ୍ୟବ‌ହାର କରାଯାଏ, ଚିକିତ୍ସା ନିମନ୍ତେ ନୁହେଁ ।[୨] ଏହା ଖୋଲା ପାଟିରେ ଆଘ୍ରାଣ କରାଯାଏ ।[୨] ଏହାର ପ୍ରଭାବ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ ।[୨]

ଟାୟୋଟ୍ରୋପିଅମ (Tiotropium)
Clinical data
Trade namesSpiriva, Braltus[୧]
AHFS/Drugs.commonograph
MedlinePlusa604018
Pregnancy
category
Routes of
administration
Inhalation by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability19.5% (inhalation)
MetabolismLiver 25%
(CYP2D6, CYP3A4)
Elimination half-life5–6 days
ExcretionKidney
Identifiers
  • (1α,2β,4β,7β)-
    7-[(hydroxidi-2-thienylacetyl)oxy]-9,9-dimethyl-
    3-oxa-9-azoniatricyclo[3.3.1.02,4]nonane bromide
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.234.575 Edit this at Wikidata
Chemical and physical data
FormulaC19H22BrNO4S2
Molar mass472.416 g/mol
3D model (JSmol)
  • C[N+]1(C2CC(CC1C3C2O3)OC(=O)C(C4=CC=CS4)(C5=CC=CS5)O)C.[Br-]
  • InChI=1S/C19H22NO4S2/c1-20(2)12-9-11(10-13(20)17-16(12)24-17)23-18(21)19(22,14-5-3-7-25-14)15-6-4-8-26-15/h3-8,11-13,16-17,22H,9-10H2,1-2H3/q+1/t11?,12-,13+,16-,17-/m0/s1 checkY
  • Key:LERNTVKEWCAPOY-MCGYIYAPSA-N checkY
  (verify)

ଟାୟୋଟ୍ରୋପିଅମ ବ୍ରୋମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ନାକରୁ ପାଣି ବୋହିବା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଅଣନିଶ୍ୱାସୀ ଓ ମୁଣ୍ଡ ବିନ୍ଧା ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆଞ୍ଜିଓଇଡିମା, ଅଧିକ ବ୍ରୋଙ୍କୋସ୍ପାଜ୍ମ (bronchospasm), ଓ କ୍ୟୁଟ ପ୍ରଲମ୍ବିତ (QT prolongation) ହୋଇଯାଏ ।[୨] ଏହି ଔଷଧ ଯୋଗୁ ଗର୍ଭାବସ୍ଥାରେ କୌଣସି ହାନୀ ହେବାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ କିନ୍ତୁ ଉପ‌ଯୁକ୍ତ ଅନୁଶୀଳନ ମଧ୍ୟ ହୋଇନାହିଁ ।[୩] ଏହା ଏକ ପ୍ରକାର ଆଣ୍ଟିକଲିନର୍ଜିକ (anticholinergic) ଔଷଧ ଓ ଅଣରୈକ୍ଷିକ ମାଂସପେଶୀ (smooth muscle) ଉପରେ ଆସେଟାଇଲକଲିନର (acetylcholine) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

ସନ ୧୯୮୯ରେ ଟାୟୋଟ୍ରୋପିଅମ ବ୍ରୋମାଇଡ ପେଟେଣ୍ଟ ହେବା ପରେ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱକୃତ ହୋଇଥିଲା ।[୪] ସନ ୨୦୧୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୧୩.୭୫ ଆମେରିକୀୟ ଡଲାର ଅଛି ।[୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୦.୮୬ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ଏହାର ୮ ନିୟୁତ ପ୍ରେସକ୍ରିପସନ ହୋଇ ୯୫ତମ ସର୍ବାଧିକ ପ୍ରେସକ୍ରିପସନର ମାନ୍ୟତା ଲାଭ କରିଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୯ ସୁଦ୍ଧା ଏହା କୌଣସି ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୋଇନାହିଁ । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ British national formulary : BNF 76 (76 ed.). Pharmaceutical Press. 2018. pp. 247–248. ISBN 9780857113382.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Tiotropium Bromide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 31 January 2019.
  3. "Tiotropium Use During Pregnancy". Drugs.com (in ଇଂରାଜୀ). Retrieved 31 January 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 447. ISBN 9783527607495.
  5. "NADAC as of 2019-01-30". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-27. Retrieved 31 January 2019.
  6. "The Top 300 of 2019". clincalc.com. Retrieved 22 December 2018.
  7. "Generic Spiriva Availability". Drugs.com (in ଇଂରାଜୀ). Retrieved 31 January 2019.

ବାହ୍ୟ ଲିଙ୍କ ସମ୍ପାଦନା