ଟାଇଟନିକ୍

୧୯୯୭ ଆମେରିକାରେ ପ୍ରସ୍ତୁତ ଭଲପାଇବା ଅବଂ ଦୁର୍ଘଟଣାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର।

ଜେମସ କ୍ୟାମେରୁନଙ୍କଦ୍ୱାରା ନିର୍ଦ୍ଦେଶିତ, ଲିଖିତ ଓ ସହ-ସଂପାଦିତ ୧୯୯୭ ମସିହାର ଚଳଚ୍ଚିତ୍ର ହେଉଛି ଟାଇଟନିକ୍। କାହାଣୀର ମୂଳ କଥାବସ୍ତୁ ଜାହାଜର ବୁଡି଼ବା ଓ ପ୍ରେମ ଉପରେ ଆଧାରିତ। ଚଳଚ୍ଚିତ୍ର ଲୋକପ୍ରିୟତା ଏହାକୁ ୧୪ଟି ଓସ୍କାର୍ ନାମାଙ୍କନ ମଧ୍ୟରୁ ୧୧ଟି ଜିତାଇ ପାରିଥିଲା। ବ୍ୟବସାୟ କ୍ଷେତ୍ରରେ ଏହା ଆଜି ପର୍ଯ୍ୟନ୍ତ ନିର୍ମିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଦ୍ୱିତୀୟ (ଅବତାର ୨୦୦୯ ପ୍ରଥମ)।

Titanic
ଫାଇଲ:Titanic poster.jpg
ମୁକ୍ତିଲାଭ ପୋଷ୍ଟର
ନିର୍ଦ୍ଦେଶକଜେମସ କ୍ୟାମେରୁନ୍
ପ୍ରଯୋଜକଜେମସ କ୍ୟାମେରୁନ୍
ଜନ୍ ଲାଣ୍ଡାଉ
ସଂଳାପଜେମସ କ୍ୟାମେରୁନ୍
କଳାକାରଲିଓନାର୍ଡୋ଼ ଡି କ୍ୟାପ୍ରିଓ
କେଟ୍ ଉଇନ୍ସଲେଟ୍
ବିଲ୍ଲି ଜେନ୍
କ୍ୟାଥି ବେଟସ୍
ଫ୍ରାନ୍ସେସ୍ ଫିସର୍
ବିକ୍ଟର୍ ଗାର୍ବର୍
ବର୍ନାର୍ଡ଼ ହିଲ୍
ଜୋନାଥନ୍ ହାଇଡ୍
ସଙ୍ଗୀତଜେମସ ହର୍ନର୍
ଚିତ୍ରଗ୍ରହଣରସେଲ୍ କାର୍ପେଣ୍ଟର୍
ସମ୍ପାଦକକନ୍ରାଡ଼ ବଫ୍
ଜେମସ କ୍ୟାମେରୁନ୍
ରିଚାର୍ଡ଼ ଏ ହେରିସ୍
Production
company
ବିତରକ20th Century Fox
(International)
Paramount Pictures
(North America)
ମୁକ୍ତିଲାଭ ତାରିଖ
{{Tokyo|1997|12|19|United States}}
କଥାଚିତ୍ରର ସମୟ
୧୯୫ ମିନିଟ୍
ଦେଶଯୁକ୍ତରାଷ୍ଟ୍ର ଆମେରିକା
ଭାଷାଇଂରାଜୀ
ଖର୍ଚ୍ଚ$୨୦୦ ନିୟୁତ
ମୋଟ ଆୟ$୨.୧୮୭ ଅର୍ବୁଦ

କଥାବସ୍ତୁ ସମ୍ପାଦନା

୧୯୯୬ରେ କିଛି ଲୋକ ଟାଇଟନିକ୍ ଭଗ୍ନାଂଶରୁ ଗୋଟିଏ ବିରଳ ପରିହିତା ରୋଜ୍ ଡ'ସନଙ୍କ ଚିତ୍ର ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ବୃଦ୍ଧା ରୋଜ୍ ଡ'ସନ୍ ସେ ସମୟକୁ ନିମ୍ନୋକ୍ତେ ବର୍ଣ୍ଣନା କରନ୍ତି। ଟାଇଟନିକ୍ ଆରୋହୀ ରୋଜ୍ ଡ'ସନ୍ ଭାବୀ ସ୍ୱାମୀ କାଲଙ୍କୁ ନାପସନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରନ୍ତି। ଜ୍ୟାକ୍ ତାଙ୍କୁ ଉଦ୍ଧାର କରନ୍ତି ଓ କ୍ରମେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି଼ ଉଠେ। ଜ୍ୟାକ୍ ରୋଜଙ୍କ ଅନୁରୋଧକ୍ରମେ ତାଙ୍କର ଏକ ଚିତ୍ର ଆଙ୍କନ୍ତି । କାଲ୍ ଏହି ଚିତ୍ର ପାଆନ୍ତି ଓ ଜ୍ୟାକଙ୍କୁ ଚୋର ଭାବେ ଅଭିଯୋଗ କରି ବନ୍ଦୀ କରନ୍ତି। ଜାହାଜ ବୁଡି଼ବା ବେଳକୁ ରୋଜ୍ ଅତିରିକ୍ତ ଡଙ୍ଗାକୁ ପ୍ରତ୍ୟାଖ୍ୟାନ କରି ଜ୍ୟାକଙ୍କୁ ବଞ୍ଚାନ୍ତି। ଦୁହେଁ ଜାହାଜ ଉପରକୁ ଆସନ୍ତି। ଜାହାଜ ବୁଡି଼ଯିବା ପରେ ଗୋଟିଏ ଛୋଟ ପଟାରେ ରୋଜ୍ ଆଶ୍ରୟ ନିଅନ୍ତି ଓ ସନ୍ନିପାତରେ ଜ୍ୟାକଙ୍କ ମୃତ୍ୟୁ ହୁଏ। ପରେ ରୋଜଙ୍କୁ ଉଦ୍ଧାର କରାଯାଏ। ବର୍ତ୍ତମାନ ସମୟରେ ରୋଜ୍ ନିଜ ପାଖରେ ସବୁବେଳେ ରଖିଥିବା ଦୁର୍ମୂଲ୍ୟ ହୀରାକୁ ପାଣିକୁ ଫିଙ୍ଗି ଦିଅନ୍ତି।