ଟମାଟୋ ଚଟଣୀ ଏକ ପ୍ରକାର ଚଟଣୀ । ଏଥିରେ ଟମାଟୋକୁ ମୂଖ୍ୟ ଉପାଦାନ ରୁପରେ ବ୍ୟବ‌ହାର କରାଯାଏ । ଟମାଟୋ କଟା, ଟମାଟୋ ଚକଟା ସ‌ହିତ ଅନ୍ୟ ଉପାଦାନ ଯଥା ପିଆଜ, ଅଦା , ରସୁଣ, ଚିନି, ଲୁଣ, ଲଙ୍କା,ଭିନେଗାର ଏବଂ ଅନ୍ୟାନ୍ୟ ମସଲା ବ୍ୟବ‌ହାର କରାଯାଏ । ଏହା ନାଲି କିମ୍ବା ସବୁଗ ଟମାଟୋରୁ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହାକୁ ତିଆରି ହେବା ପରେ ତୁରନ୍ତ ତାଜା ଭାବରେ ଖାଇପାରିବା କିମ୍ବା କୌଣସି ବୋତଲ କିମ୍ବା ପାତ୍ରରେ ରଖି ପରେ ମଧ୍ୟ ଖାଇପାରିବା । ଟମାଟୋ ଚଟଣୀର ସ୍ୱାଦ ଭଲ ହୋଇଥାଏ ଯେହେତୁ ଏହାକୁ ଏକ ପାତ୍ରେରେ ରଖାଯାଏ ଏବଂ ପାତ୍ରେ ରହିବା ପରେ ସେଥିରେ ସମସ୍ତ ଉପାଦାନ ପରସ୍ପର ସ‌ହିତ ଭଲ ଭାବରେ ମିଶି ଏକ ନୂତନ ସ୍ୱାଦ ହୋଇଥାଏ ।[୧][୨]

ଟମାଟୋ ଚଟଣୀ
Tomato Chutny
ପ୍ରକାରଜଳଖିଆ
ମୂଳ ସ୍ଥାନଭାରତୀୟ ଉପମହାଦ୍ୱୀପ
ଅଞ୍ଚଳ ବା ରାଜ୍ୟଭାରତ
ପରଷିବା ଉତ୍ତାପଗରମ କିମ୍ବା ଥଣ୍ଡା
ମୁଖ୍ୟ ଉପାଦାନଟମାଟୋ

ବ୍ୟବହାର ସମ୍ପାଦନା

ଟମାଟୋ ଚଟଣୀର ବ୍ୟବହାର ଅସଂଖ୍ୟ ଖାଦ୍ୟପଦାର୍ଥ ଓ ବ୍ୟଞ୍ଜନ ଯଥା; କବାବ, ସ୍ୟାଣ୍ଡୱିଚ, ବର୍ଗର ଓ ମାଂସ ସହିତ ଖିଆଯାଏ ।


ଗ୍ୟାଲେରି ସମ୍ପାଦନା

ଚଟଣୀ

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା