ଟକ୍ସିକ ସକ୍ ସିଣ୍ଡ୍ରୋମ

ଟକ୍ସିକ ସକ୍ ସିଣ୍ଡ୍ରୋମ (toxic shock syndrome)
ସ୍ଟଫିଲୋକୋକସ ଜୀବାଣୁରେ ଥିବା ଟକ୍ସିକ ସକ୍ ସିଣ୍ଡ୍ରୋମ ଟକ୍ସିନ-୧ (Toxic shock syndrome toxin-1)
ବିଭାଗସଂକ୍ରମକ ରୋଗ (Infectious disease)
ଲକ୍ଷଣଜ୍ୱର Fever, ରାସ rash, ଚର୍ମରୁ ଚୋପା ଛାଡ଼ିବା, ନିମ୍ନ ରକ୍ତଚାପ (low blood pressure|)[୧]
ଆକ୍ରାନ୍ତ ସମୟଦୃତ[୧]
କାରଣସ୍ଟ୍ରେପ୍ଟୋକୋକସ ପାୟୋଜେନିସ (Streptococcus pyogenes) ବା ସ୍ଟାଫିଲୋକୋକସ ଅରିଅସ (Staphylococcus aureus)[୧]
ବିପଦ କାରକଟାମ୍ପୋନ (Very absorbent tampons), ପିଲାଙ୍କ ଚର୍ମରୋଗ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି କରାଯାଇପାରେ[୧]
ସଠିକ ରୋଗ ନିର୍ଣ୍ଣୟସେପ୍ଟିକ ସକ୍ (Septic shock), କାୱାସାକି ରୋଗ (Kawasaki's disease), ସ୍ଟିଭେନ-ଜନସନ ସିଣ୍ଡ୍ରୋଓମ (Stevens-Johnson syndrome), ସ୍କାରଲେତ ଫିଭର (scarlet fever)[୨]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics), ଆବସେସମାନଙ୍କର (abscess) ଉତ୍କୀର୍ଣ୍ଣ ଓ ନିଷ୍କାସନ ଓ (incision and drainage), ଇଣ୍ଟ୍ରାଭେନସ ଇମ୍ମୁନୋଗ୍ଲୋବ୍ୟୁଲିନ (intravenous immunoglobulin)[୧]
Prognosisମୃତ୍ୟୁ ସଙ୍କଟ Risk of death: ~୫୦% (ସ୍ଟ୍ରେପ୍ଟୋକୋକାଲ), ~୫% (ସ୍ଟାଫିଲୋକୋକାଲ)[୧]
ପୁନଃପୌନିକବାର୍ଷିକ ଏକ ଲକ୍ଷରେ ୩ ଜଣ (ବିକଶିତ ଦେଶରେ) [୧]


ଟକ୍ସିକ ସକ୍ ସିଣ୍ଡ୍ରୋମ ସମ୍ପାଦନା

ଟକ୍ସିକ ସକ୍ ସିଣ୍ଡ୍ରୋମ ବା ଟିଏସଏସ (Toxic shock syndrome ବା TSS) ଅବସ୍ଥା ଜୀବାଣୁମାନଙ୍କର ବିଷାକ୍ତ ପଦାର୍ଥ ଯୋଗୁ ସଂଘଟିତ ହୁଏ ।[୧] ଜ୍ୱର Fever, ରାସ rash, ଚର୍ମରୁ ଚୋପା ଛାଡ଼ିବା, ନିମ୍ନ ରକ୍ତଚାପ (low blood pressure|) । [୧] ଏହା ବ୍ୟତୀତ ଅନ୍ୟାନ୍ୟ ଅନ୍ତର୍ନିହିତ ରୋଗମାନଙ୍କର ଲକ୍ଷଣ ଯେପରିକି ମାସ୍ଟାଇଟିସ (mastitis), ଓଷ୍ଟିଓମାୟେଲାଇଟିସ (osteomyelitis), ନେକ୍ରୋଟାଇଜିଙ୍ଗ ଫାସାଇଟିସ ବା ନିମୋନିଆ ଆଦି ଦେଖାଯାଇପାରେ ।[୧]

ସ୍ଟ୍ରେପ୍ଟୋକୋକସ ପାୟୋଜେନିସ (Streptococcus pyogenes) ବା ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ଇତ୍ୟାଦି ଜୀବାଣୁମାନଙ୍କ ଯୋଗୁ ଏହି ରୋଗ ହୁଏ ।[୧] ସ୍ଟ୍ରେପ୍ଟୋକୋକାଲ ଟକ୍ସିକ ସକ୍ ସିଣ୍ଡ୍ରୋମ ରୋଗକୁ ଅନେକ ସମୟରେ ଟକ୍ସିକ ସକ୍‌-ଲାଇକ ସିଣ୍ଡ୍ରୋମ ((TSLS)) କୁହାଯାଏ ।[୧] ବ୍ୟାପକ ସ୍ଟ୍ରେପ୍ଟୋକୋକାଲ ବ ସ୍ଥାନୀୟ ସ୍ଟାଫିଲୋକୋକାଲ ସଂକ୍ରମଣ ଯୋଗୁ ସୁପରଆଣ୍ଟିଜେନ (superantigens) ପ୍ରସ୍ତୁତ ହେବା ଯୋଗୁ ଏହି ରୋଗର ଅନ୍ତର୍ନିହିତ କାରଣ ହୋଇଥାଏ ।[୧] ଟାମ୍ପୋନ (Very absorbent tampons), ପିଲାଙ୍କ ଚର୍ମରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିଥାଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧]

ଆଣ୍ଟିବାୟୋଟିକ (Antibiotics), ଆବସେସମାନଙ୍କର (abscess) ଉତ୍କୀର୍ଣ୍ଣ ଓ ନିଷ୍କାସନ ଓ (incision and drainage), ଇଣ୍ଟ୍ରାଭେନସ ଇମ୍ମୁନୋଗ୍ଲୋବ୍ୟୁଲିନ (intravenous immunoglobulin) ଇତ୍ୟାଦି ଉପଚାରଦ୍ୱାରା ଏହାର ଚିକିତ୍ସା କରାଯାଏ ।[୧] ଅପରେଶନ କରି ସଂକ୍ରମିତ ଅଂଶଗୁଡ଼ିକ କାଢ଼ିଦେବାକୁ ଅନେକ କ‌ହୁଥିଲେ ମଧ୍ୟ ଏହାଦ୍ୱାରା କିଛି ଅଧିକ ଉପକାର ହେଉଥିବାର ପ୍ରମାଣ ମିଳିନାହିଁ ।[୧] ଏହି ଡିବ୍ରାଇଡମେଣ୍ଟ (surgical debridement) ଅପରେଶନ‌କୁ କିଛି ବିଳମ୍ବରେ କରିବାକୁ ଅନେକ ବ୍ୟକ୍ତି ମତ ଦିଅନ୍ତି ।[୧] ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣରେ ମୃତ୍ୟୁ ହାର ପ୍ରାୟ ୫୦% ହୋଇଥିବା ବେଳେ ସ୍ଟାଫିଲୋକୋକାଲ ସଂକ୍ରମଣରେ ଏହି ହାର ୫% ହୋଇଥାଏ । [୧] ଦୁଇ ଦିନ ମଧ୍ୟରେ ମୃତ୍ୟୁ ହୋଇପାରେ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ଟ୍ରେପ୍ଟୋକୋକାଲ ଟିଏସଏସ ରୋଗ ପ୍ରତି ୧୦୦,୦୦୦ଲୋକରେ ୩ ଜଣକୁ ହୁଏ ଓ ସ୍ଟାଫିଲୋକୋକାଲ ଟିଏସଏସ ରୋଗ ପ୍ରତି ୧୦୦,୦୦୦ ଲୋକରେ ୦.୫ ଜଣକୁ ହୁଏ ।[୧] ବିକଶିତ ପୃଥିବୀରେ (developing world) ସାଧାରଣତଃ ଏହି ରୋଗ ଅଧିକ ଦେଖାଯାଏ ।[୧] ସନ ୧୯୨୭ରେ ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ ୧.୨୩ Low, DE (July 2013). "Toxic shock syndrome: major advances in pathogenesis, but not treatment". Critical Care Clinics. 29 (3): 651–75. doi:10.1016/j.ccc.2013.03.012. PMID 23830657.
  2. Ferri, Fred F. (2010). Ferri's differential diagnosis : a practical guide to the differential diagnosis of symptoms, signs, and clinical disorders (2nd ed.). Philadelphia: Elsevier/Mosby. p. Chapter T. ISBN 0323076998.

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ