ଝିଲିକ୍ ଭଟ୍ଟାଚାର୍ଯ୍ୟ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଝିଲିକ୍ ଭଟ୍ଟାଚାର୍ଯ୍ୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୨] ୨୦୧୩ ମସିହାରେ ଝିଲିକ୍ ଓଡ଼ିଆ କଥାଚିତ୍ର ଟାର୍ଗେଟ୍[୩] ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ଏହା ପରେ ସେ ଆଖିରେ ଆଖିରେ, ଲଭ୍ ୟୁ ହମେଶା, ସୁପର ମିଛୁଆ, ଜଗା ହାତରେ ପଘା, ବେବି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଝିଲିକ୍ ଭଟ୍ଟାଚାର୍ଯ୍ୟ
Born
ଝିଲିକ୍ ଭଟ୍ଟଚାର୍ଯ୍ୟ

୧ ଜୁନ
Occupationଅଭିନେତ୍ରୀ
Years active୨୦୧୩ରୁ- ଏବେଯାଏଁ
Spouseପ୍ରୀତିରଞ୍ଜନ ଘଡ଼ାଇ[୧] (୨୦୨୦-ଏବେଯାଏଁ)
Parent(s)ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟ (ବାପା)
ସୁମନା ଭଟ୍ଟଚାର୍ଯ୍ୟ (ମାଆ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଝିଲିକ୍ ପଶ୍ଚିମବଙ୍ଗର କଲିକାତାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟ ଏବଂ ମାଆ ସୁମନା ଭଟ୍ଟାଚାର୍ଯ୍ୟ । ସେ ଇଂରାଜୀ ବିଭାଗରେ ସ୍ନାତକ ହାସଲ କରିବା ପରେ ଭାରତ ନାଟ୍ୟମ୍‌ରେ ସ୍ନାତକୋତ୍ତର ହାସଲ କରିଥିଲେ । ଝିଲିକ୍ ଫ୍ୟାସନ୍ ଡିଜାଇନ୍ ସ‌ହ ସନ୍ତରଣ ଏବଂ ବାସ୍କେଟ ବଲ୍ ଖେଳିବାକୁ ପସନ୍ଦ କରନ୍ତି । ସେ ଏକ ଚଳଚ୍ଚିତ୍ର ରାବଣରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୪]

ଅଭିନୟ ଜୀବନ ସମ୍ପାଦନା

୨୦୧୩ ମସିହାରେ ଝିଲିକ୍ ଓଡ଼ିଆ କଥାଚିତ୍ର ଟାର୍ଗେଟ୍ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୪] ଏହି ଚଳଚ୍ଚିତ୍ରରେ ମିହିର ଦାସଙ୍କ ପୁଅ ଅମ୍ଳାନ ଦାସ ଅଭିନୟ ଆରମ୍ଭ କରିଥିଲେ ।[୬] ସେହି ବର୍ଷ ଝିଲିକ୍ ଏକ ବଙ୍ଗଳା ଚଳଚ୍ଚିତ୍ର କ୍ଲାସ୍‌ମେଟ୍‌ରେ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ୨୦୧୪ରେ ଝିଲିକ୍ ସାର୍ଥକ ମୁଭିଜ୍‌ର ଚଳଚ୍ଚିତ୍ର ଆଖିରେ ଆଖିରେରେ ନାୟକ ବାବୁଶାନ୍‌ଙ୍କ ସ‌ହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବାବୁଶାନ୍‌ଙ୍କ ସ‌ହ ଲେଖୁ ଲେଖୁ ଲେଖିଦେଲି, ସୁପର ମିଛୁଆ, ଜବରଦସ୍ତ ପ୍ରେମିକ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩]

ଝିଲିକ୍ ଅଭିନେତା ଅରିନ୍ଦମ ରାୟଙ୍କ ସ‌ହ ଲଭ୍ ୟୁ ହମେଶାରେ ଅଭିନୟ କରିଥିଲେ । ଅଭିନେତା ଅନୁଭବ ମହାନ୍ତିଙ୍କ ସ‌ହ ଝିଲିକ୍ ଜଗା ହାତରେ ପଘା[୭], ଅଗସ୍ତ୍ୟ[୮], ବେବି[୯] ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୭ରେ ଝିଲିକ୍ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ସ‌ହ ତମକୁ ଦେଖିଲା ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୦] ଏହାପରେ ସେ ନାୟକ ଜ୍ୟୋତି ରଞ୍ଜନ ନାୟକଙ୍କ ସ‌ହ ତୁ ମୋ ହିରୋ କଥାଚିତ୍ରରେ ଅଭିନୟ କରିଥିଲେ ।[୧୧] ଦୀପାବଳୀ ସମୟରେ ଏହି କଥାଚିତ୍ରଟିର ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଝିଲିକ୍ ଜଣେ ମାଆ ଭୂମିକାରେ ଅଭିନୟ କରିଥିଲେ ।[୧୨]

୨୦୧୮ରେ ଝିଲିକ୍ ଏବଂ ଜ୍ୟୋତିଙ୍କ ଅଭିନୀତ ଚଳଚ୍ଚିତ୍ର ଓଲେ ଓଲେ ଦିଲ୍ ବୋଲେ ମୁକ୍ତିଲାଭ କରିଥିଲା ପଣା ସଂକ୍ରାନ୍ତି ଅବସରରେ ।[୧୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କୈଳାସ ମହାପାତ୍ର ।[୧୪][୧୫] ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ରାଜୀବ, ପ୍ରିୟଙ୍କା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ ଟାର୍ଗେଟ୍ ସ୍ନେହା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
କ୍ଲାସ୍‌ମେଟ୍ ତାନି ବଙ୍ଗଳା ଚଳଚ୍ଚିତ୍ର
୨୦୧୪ ଆଖିରେ ଆଖିରେ ପ୍ରିୟା
ଲେଖୁ ଲେଖୁ ଲେଖିଦେଲି ଅମ୍ରିତା
୨୦୧୫ ସୁପର ମିଛୁଆ ଜୁଲି/ଇସା ଛୋଟରାୟ
ଲଭ୍ ୟୁ ହମେଶା ଖୁସି
ଜଗା ହାତରେ ପଘା ଚୁମୁକୀ
୨୦୧୬ ଜବରଦସ୍ତ ପ୍ରେମିକ ସାଲିନୀ
ଅଗସ୍ତ୍ୟ ନେହା ଜଗଦେବ୍
ବେବି
୨୦୧୭ ତମକୁ ଦେଖିଲା ପରେ
ତୁ ମୋ ହିରୋ
୨୦୧୮ ଓଲେ ଓଲେ ଦିଲ୍ ବୋଲେ

ଆଧାର ସମ୍ପାଦନା

  1. "ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ | Sambad". ସମ୍ବାଦ. sambad.in. 12 March 2020. Retrieved 12 March 2020.
  2. "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍‌ ଓ ଏଲିନା". sambad.in. 18 April 2018. Retrieved 6 June 2018.
  3. ୩.୦ ୩.୧ "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  4. ୪.୦ ୪.୧ ୪.୨ "Odia Actress Jhilik Bhattacharjee Biography". E News ଓଡ଼ିଆ. 16 August 2016. Retrieved 9 April 2017.
  5. "ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି ଝିଲିକ୍‌ !". ସମ୍ବାଦ. 27 September 2017. Retrieved 27 September 2017.
  6. "Target odia movie mahurat". Incredible Orissa. 24 December 2012. Retrieved 9 April 2017.
  7. "Jaga Hatare Pagha". Odia Movie Database. Archived from the original on 11 April 2017. Retrieved 9 April 2017.
  8. "Agastya". Odia Movie Database. Archived from the original on 12 March 2017. Retrieved 9 April 2017.
  9. "Baby". Odia Movie Database. Archived from the original on 12 March 2017. Retrieved 9 April 2017.
  10. "Tamaku Dekhila Pare". Odia Movie Database. Archived from the original on 11 April 2017. Retrieved 9 April 2017.
  11. "ଝିଲିକ୍-ଜ୍ୟୋତିଙ୍କ ପ୍ରେମ". 15 October 2017. Retrieved 18 February 2018.[permanent dead link]
  12. "ଚୁଲ୍‌ବୁଲି ଝିଅ, ପତ୍ନୀ ଓ ଶେଷରେ ସ୍ନେହମୟୀ ମାଆ ଭୂମିକାରେ ଝିଲିକ୍‌!". sambad.in. 22 October 2017. Retrieved 24 October 2017.
  13. "ଚର୍ଚ୍ଚାରେ ଯୋଡ଼ି". ସମାଜ. 15 April 2018. Retrieved 15 April 2018.[permanent dead link]
  14. "ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  15. "ଝିଲିକଙ୍କ ଖୁସି". ସମାଜ. 18 February 2018. Retrieved 18 February 2018.[permanent dead link]
  16. "ବାଃ ଝିଲିକ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]

ଅଧିକ ତ‌ଥ୍ୟ ସମ୍ପାଦନା