ଜେମ୍ସ ବାଇସକାଉଣ୍ଟ ସେଭର୍ନ

ଜେମ୍ସ ମାଉଣ୍ଟବେଟେନ ବାଇସକାଉଣ୍ଟ ସେଭର୍ନ[୧][୨] (ପୁରା ନାମ: ଜେମ୍ସ ଆଲେକଜାଣ୍ଡାର ଫିଲିପ ଥିଓ ମାଉଣ୍ଟବେଟେନ - ବିଞ୍ଜର) ରାଜକୁମାର ଏଡ଼ୱର୍ଡ ଏବଂ ସୋଫୀଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସବୁଠାରୁ ସାନ ନାତି ଅଟନ୍ତି । ଜେମ୍ସଙ୍କ ଜନ୍ମ ୧୭ ଡିସେମ୍ବର ୨୦୦୭ ମସିହାରେ ଫର୍ମଲ ପାର୍କ ହସ୍ପିଟାଲ, ସରୀ, ଇଂଲଣ୍ଡରେ ହୋଇଥିଲା । ତାଙ୍କର ବପତିସ୍ମ ସଂସ୍କାର ୧୯ ଏପ୍ରିଲ ୨୦୦୮ ମସିହାରେ ବିଣ୍ଡସର କାସଲ, ବର୍କଶାୟରରେ କରାଯାଇଥିଲା । ନିଜ ଜନ୍ମ ସମୟରେ ନିଜ ଜେଜେମା', ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ବ୍ରିଟିଶ ରାଜତନ୍ତ୍ର ଉପରେ ବ୍ରିଟିଶ ରାଜସତ୍ତାର ଅନୁକ୍ରମରେ ଅଷ୍ଟମ ତମ ସ୍ଥାନରେ ଥିଲେ; କୌମ୍ବ୍ରିଜର ରାଜକୁମାର ଜର୍ଜ ଏବଂ କୌମ୍ବ୍ରିଜର ରାଜକୁମାରୀ ଶାର୍ଲଟଙ୍କ ଜନ୍ମ ପରେ, ବର୍ତ୍ତମାନ ସମୟରେ ସେ ଦଶମ ସ୍ଥାନରେ ରହିଛନ୍ତି । ସେ ନିଜ ବଡ଼ ଭଉଣୀ ଏବଂ ମାତା-ପିତାଙ୍କ ସହିତ ବଗଶାଟ ପାର୍କ, ସରୀରେ ରହୁଛନ୍ତି ।

ଜେମ୍ସ ମାଉଣ୍ଟବେଟେନ
ବାଇସକାଉଣ୍ଟ ସେଭର୍ନ

ବାଇସକାଉଣ୍ଟ ସେଭର୍ନ , ୨୦୧୬, ଟ୍ରୁପିଙ୍ଗ ଅଫ କଲର୍ସ୍ ସମାରୋହରେ
ସମ୍ପୂର୍ଣ୍ଣ ନାମ
James Alexander Philip Theo Mountbatten-Windsor
ବାପା ରାଜକୁମାର ଏଡ଼ୱର୍ଡ
ମାଆ ସୋଫୀ
ଜନ୍ମ (2007-12-17) ୧୭ ଡିସେମ୍ବର ୨୦୦୭ (ବୟସ ୧୬)
ଫର୍ମଲ ପାର୍କ ହସ୍ପିଟାଲ, ସରୀ, ଇଂଲଣ୍ଡ
ଧର୍ମ ଚର୍ଚ୍ଚ ଅଫ ଇଂଲଣ୍ଡ

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "The Countess of Wessex – Marriage and family". The official website of the British Monarchy. 2008–2009. Archived from the original on 3 December 2010. Retrieved 4 April 2011.
  2. "Special Report , 1999 , 06/99 , royal wedding , Wessex titles for Edward and Sophie". ବୀବୀସୀ ନ୍ୟୁଜ. 19 June 1999. Retrieved 30 October 2010.