ଜାହାଙ୍ଗୀର ଖାନ (କ୍ରିକେଟର )

ଭାରତୀୟ କ୍ରିକେଟ ଖେଳାଳି

ଡାଃ ମହମ୍ମଦ ଜାହାଙ୍ଗୀର ଖାନ  ଶବଦ ବିଷୟରେ pronunciation (1 ଫେବୃଆରୀ 1910 ପଞ୍ଜାବ -23 ଜୁଲାଇ ଲାହୋର ) ବ୍ରିଟିଶ ଭାତଇୟା ସମୟର ପୂର୍ବତନ କ୍ରିକେଟ ଖେଳାଳି । ସେ ସ୍ୱାଧୀନତା ପରେ ପାକିସ୍ତାନର କ୍ରିକେଟ ପପ୍ରଶାଶକ ରହିଥିଲେ । ସେ ଲାହୋରେସ୍ଥିତ ଇସଲାମିଆ କଲେଜରୁ ଶିକ୍ଷା ଲାଭ କରିଥିଲେ । 

ବ୍ୟକ୍ତିଗତ ତଥ୍ୟ
ନାମMohammad Jahangir Khan
ବ୍ୟାଟିଂ ପ୍ରକାରRight-hand batsman
ବୋଲିଂ ପ୍ରକାରRight-arm fast medium
ସମ୍ପର୍କୀୟMajid Khan (son)
Asad Jahangir Khan (son)
Bazid Khan (grandson)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 3)25 June 1932 v England
ଶେଷ ଟେଷ୍ଟ15 August 1936 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 4 111
ମୋଟ ରନ 39 3,327
ବ୍ୟାଟିଂ ହାର 5.57 22.32
ଶତକ/ଅର୍ଦ୍ଧଶତକ 0/0 4/7
ସର୍ବାଧିକ ରନ 13 133
ବଲ ସଂଖ୍ୟା 606 8,314
ଉଇକେଟ 4 328
ବୋଲିଂ ହାର 63.75 25.34
ଇନିଙ୍ଗସରେ ୫ଟି ଉଇକେଟ 12
ମ୍ୟାଚରେ ୧୦ଟି ଉଇକେଟ 2
ସବୁଠୁ ଭଲ ବୋଲିଂ 4/60 8/33
କ୍ୟାଚ/ଷ୍ଟମ୍ପିଙ୍ଗ 4 82
Source: CricketArchive, 10 March 2013

ସେ 6 ଫୁଟରୁ ଉର୍ଦ୍ଧ ଏକ ବିଶାଳ କାୟ ଦ୍ରୁତ ଗତି ବୋଲର ଥିଲେ । ସେ ଏକ କ୍ରିକେଟିଙ୍ଗ ପରିବାରରୁ ଆସିଥିଲେ ।  ଏହି ପରିବାରରେ ପାକିସ୍ଥାନର ପୂର୍ବତନ ଅଧିନାଯକ ବକ୍ୱା ଗିଲାନି , ଇମରାନ ଖାନ , ଜାଭେଦ ବୁର୍କି , ମାଜିଦ ଖାନ , ଓ ବାଜିଦ ଖାନ ପାକିସ୍ଥାନ ପାଇଁ କ୍ରିକେଟ ଖେଳିଥିଲେ । ଜାଭେଦ ଓ ମାଜିତ ତାଙ୍କର ପୁତ୍ର । ବାଜିଦ ଖାନ 2005 ମସିହାରେ ପାକିସ୍ଥାନ ଜାତୀୟ ଦଳରେ ଖେଳିବା ପରେ ଜାହାଙ୍ଗୀରଙ୍କ ପରିବାର ବିଶ୍ୱ କ୍ରିକେଟରେ 3 ପିଢୀ ଜାତୀୟ ଦଳରେ  ଖେଳିବାର ଦ୍ୱିତୀୟ ପରିବାର ହେଇଥିଲେ । ପୂର୍ବରୁ କେବଳ ଦାଡଲେ ପରିବାର ଏହି ସମ୍ମାନର ଅଧିକାରୀ ଥିଲେ । 

ଘରେଇ କ୍ରିକେଟରେ ତାଙ୍କର ପଦାର୍ପଣ ମେଚରେ ଜାହାଙ୍ଗୀର 108 ରନ କରିବା ସହ ଦ୍ୱିତୀୟ ଇନନିଙ୍ଗରେ 7ଟି ୱିକେଟ ନେଇଥିଲେ । ଭରତ ଖେଳିଥିବା ପ୍ରଥମ ଟେଷ୍ଟ 1932 ମସିହାରେ ଇଂଲଣ୍ଡ ବିରୂଢରେ ଥିଲା । ଜାହାଙ୍ଗୀର ଖାନ ଏଥିରେ ଭରତ ତରଫରୁ ଖେଳିଥିଲେ । ତାହାପରେ ସେ ଇଂଲଣ୍ଡରେ ରାହିଜାଇ କାମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡାକ୍ଟରରେଟ ଡିଗ୍ରୀ କରିଥିଲେ । ସେ ସେଠାରେ ମଧ୍ୟ ବିଶ୍ୱବିଦ୍ୟାଳୟ ଦଳ ତରଫରୁ ଖେଳି ସେଠାରୁ ଫେରିଲା ପରେ ଭାରତୀୟ ଜିମଖାନା ତରଫରୁ ଖେଳିଥିଲେ । ସେଠାରେ ସେ 2 ମାସରେ 70 ହାରରେ 1380 ରନ କରିଥିଲେ । 

1936ରେ ଭାରତର ଇଂଲଣ୍ଡ ଗସ୍ତ ଯାଇ ସେଠାରେ ସେ 3ଟି ଟେଷ୍ଟ ଖେଳିଥିଲେ । ଇଂଲଣ୍ଡର ଚାମିଆନ ଦଳ ୟର୍କ ଶୟର ଦଳ ବିରୁଦ୍ଧରେ ଅଭ୍ଯାସ ମେଚରେ ସେ 7/58 ନେଇଥିଲେ । 

ଇଂଲଦର ମେରିଲାବୌର୍ଣ କ୍ରିକେଟ ପଡିଆରେ ସେ ବୋଲିଂ କଳା ବେଳେ ତାଙ୍କ ବଲଦ୍ୱାରା ଏକ ପକ୍ଷୀକୁ ବାଜିଥିଲା ।   ସେହି ପକ୍ଷୀ ଏବେ MCCର ଲର୍ଡ୍ସ ପଡିଆର ମିଉଜିଆମରେ ସଂରକ୍ଷିତ ରଖା ଯାଇଛି ।[୧] ଜାହାଙ୍ଗୀର 1941 ଶ୍ରୀଲଙ୍କା ଗସ୍ତରେ ଅଧିନାଯକ ହେଇ ଯିବାର ସ୍ଥିର ହେଇଥିଲା , କିନ୍ତୁ ବିଶ୍ୱ ଯୁଦ୍ଧ ପାଇଁ ତାହା ବାତିଲ ହେଇଯାଇଥିଲା । [୨]

ଜହଙ୍ଗିର 1939ରୁ 42 ମସିହା ମଧ୍ୟରେ ଚୟନ କର୍ତା ଥିଲେ । ବିଭାଜନ ପରେ ସେ ପାକିସ୍ଥାନରେ ବସବାସ କରି ସେହି ଦଳର ମନେଜର ଭାବେ 1960-61ରେ ଭାରତକୁ ଆସିଥିଲେ । ସେ ପାକିସ୍ଥାନରେ କଲେଜର ଅଧ୍ୟକ୍ଷ ଓ ପରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ହେଇଥିଲେ । ଯୁବା ବସ୍ତାରେ ଜାହାଙ୍ଗୀର ଜାଭେଲିନ ଥ୍ରୋରେ ମଧ୍ୟ ଭରତକୁ ପ୍ରତିନିଧିତ୍ୱ କରି ଥିଲେ । 

ପୁନଶ୍ଚ ଦେଖଣା  ସମ୍ପାଦନା

Jahangir Khan

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା