ଜାପାନୀ ୟେନ୍ (円 ବା 圓, ଚିହ୍ନ: ¥;ISO 4217 କୋଡ଼: JPY) ହେଉଛି ଜାପାନର ଆଧିକାରିକ ମୁଦ୍ରା । ଆନ୍ତର୍ଜାତିକ ବ୍ୟାପାରରେ ଆମେରିକୀୟ ଡଲାର ଓ ଇଉରୋ ପରେ ଏହା ତୃତୀୟ ସର୍ବାଧିକ ବିପଣିତ ମୁଦ୍ରା । [୧] ଡଲାର, ଇଉରୋ ଓ ପାଉଣ୍ଡ ଷ୍ଟର୍ଲିଙ୍ଗ ସହ ୟେନ୍ ଏକ ରିଜର୍ଭ୍ କରେନ୍ସି ଭାବେ ମଧ୍ୟ ବେଶ୍ ପ୍ରଚଳିତ ।

ଜାପାନୀ ୟେନ୍
BanknotesCoins
ISO 4217 କୋଡ଼JPY
କେନ୍ଦ୍ରୀୟ ବ୍ୟାଙ୍କ୍Bank of Japan
 ୱେବସାଇଟ୍www.boj.or.jp
User(s) Japan
ମୁଦ୍ରାସ୍ଫୀତି0.1%
 ଆଧାରThe World Factbook, 2012 est.
ବିଭାଜନ
 1/100sen
 1/1000rin
ଚିହ୍ନ¥  (international)
円  (Japan—present day)
圓  (Japan—traditional)
ବହୁବଚନThe language(s) of this currency does not have a morphological plural distinction.
ଧାତବ ମୁଦ୍ରା¥1, ¥5, ¥10, ¥50, ¥100, ¥500
Banknotes¥1000, ¥2000, ¥5000, ¥10,000
ମୁଦ୍ରକNational Printing Bureau
 ୱେବସାଇଟ୍www.npb.go.jp
ମୁଦ୍ରାଶାଳାJapan Mint
 ୱେବସାଇଟ୍www.mint.go.jp

ବ୍ୟୁତ୍ପତ୍ତି ସମ୍ପାଦନା

 
ଜାପାନିଜ୍ ୟେନ୍ 1889, ରୂପା

ୟେନ୍ ବା ଏନ୍ (Shinjitai: 円, Kyūjitai: 圓)ର ଆକ୍ଷରିକ ଅର୍ଥ ଗୋଲ (ଚୀନର ମୁଦ୍ରା ୟୁଆନ ଓ କୋରିଆର ମୁଦ୍ରା ୱୋନର ଅର୍ଥ ମଧ୍ୟ ଏକା) । ପ୍ରଥମତଃ ଚୀନାମାନେ ବ୍ୟାପାର ଲାଗି ରୂପା ବ୍ୟବହାର କରୁଥିଲେ । ଏହା ରୂପା ମୁଣ୍ଡା ଆକାରରେ ରହୁଥିଲା । ପରେ ସ୍ପେନୀୟ ଓ ମେକ୍ସିକୀୟମାନେ ପ୍ରଥମ କରି ନିଜ ଗୋଲାକୃତି ମୁଦ୍ରା ଚୀନରେ ପ୍ରଚଳିତ କରାଇଲେ । ଏହାକୁ 銀圓 (ରୂପା ଗୋଲକ) କୁହାଗଲା । [୨] ଚୀନରୁ ଏହି ଶବ୍ଦ ଜାପାନରେ ପ୍ରଚଳିତ ହେଲା (ଯେହେତୁ ଜାପାନୀ ଭାଷା ବହୁମାତ୍ରାରେ ଚୀନା ଭାଷାଦ୍ୱାରା ପ୍ରଭାବିତ), ପରେ ଚୀନାମାନେ 圓କୁ 元ଦ୍ୱାରା ବଦଳାଇ ଦେଲେ । ଉଭୟର ଉଚ୍ଚାରଣ ଚୀନା ମାଣ୍ଡାରିନ ଭାଷାରେ ସମାନ କିନ୍ତୁ ଜାପାନୀ ଭାଷାରେ ନୁହଁ । ଜାପାନୀମାନେ ସେହି ପୂର୍ବ ପ୍ରଚଳିତ ଶବ୍ଦଟିକୁ ବଜାୟ ରଖିଲେ । ୨ୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରଳୀକୃତ କରି 円 କରାଯାଇଛି ।

  1. "Foreign exchange turnover in April 2013: preliminary global results" (PDF). Bank for International Settlements. Retrieved 7 February 2015.
  2. Mikami Ryuzo, an article about the yen in Heibonsha World Encyclopedia, Kato Shuichi(ed.), Vol. 3, Tokyo: Heibonsha, 2007.