ଏକ ସହର ବା -ଶୀ (市) ହେଉଛି ଜାପାନର ଏକ ସ୍ଥାନୀୟ ପ୍ରଶାସନିକ ବିଭାଜନ । ସହରଗୁଡ଼ିକ ଗ୍ରାମ (ମୁରା; 村) ଓ ନଗର (ମାଚି; 町) ସହ ସମାନ ସ୍ତରରେ ଅଛନ୍ତି । ତାଙ୍କ ମଧ୍ଯରେ କେବଳ ଗୋଟିଏ ପାର୍ଥକ୍ଯ ରହିଛି; ସହରଗୁଡ଼ିକ କୌଣସି ଜିଲ୍ଲାର ଭାଗ ନୁହଁନ୍ତି । ଅନ୍ଯାନ୍ଯ ସମକାଳୀନ ପ୍ରଶାସନିକ ବିଭାଜନ ପରି, ସହରଗୁଡ଼ିକ ମଧ୍ଯ ୧୯୪୭ର ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ ଆଧାରରେ ପ୍ରତିଷ୍ଠିତ ହୋଇଛି ।[୧][୨]

ଜାପାନର ସହର

ସହର ସ୍ଥିତି ସମ୍ପାଦନା

ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୮ରେ ନିମ୍ନଲିଖିତ ନିୟମ ଉଲ୍ଲେଖ କରାଯାଇଛି ଯାହା ଅନୁସାରେ କୌଣସି ମୁନିସିପାଲିଟିକୁ ସହର ପଦ ଦିଆଯାଇ ଥାଏ;

  • ଜନସଂଖ୍ଯା ୫୦,୦୦୦ ବା ତାଠାରୁ ଅଧିକ ଥିବ (原則として人口5万人以上)
  • ଅତିକମରେ ୬୦% ଘର ଏକ କେନ୍ଦ୍ରୀୟ ଶିଳ୍ପାଞ୍ଚଳରେ ସ୍ଥାପିତ ହୋଇଥିବ (中心市街地の戸数が全戸数の6割以上)
  • ଅତିକମରେ ୬୦% ଲୋକ ବ୍ଯବସାୟ, ଶିଳ୍ପ ବା ଅନ୍ଯାନ୍ଯ ଶିଳ୍ପାଞ୍ଚଳୀୟ କାର୍ଯ୍ୟରେ ନିଯୁକ୍ତି ପାଇଥିବେ (商工業等の都市的業態に従事する世帯人口が全人口の6割以上)
  • ରାଜ୍ୟର ପ୍ରଶାସନିକ ଆଦେଶଦ୍ୱାରା ନିର୍ଦ୍ଧାରିତ ଅନ୍ଯ ଯେକୌଣସି ସର୍ତ୍ତ ପୂରଣ ହେଉଥିବ (他に当該都道府県の条例で定める要件を満たしていること)

ଆଭ୍ୟନ୍ତରୀଣ ବ୍ୟାପାର ଓ ଯୋଗାଯୋଗ ମନ୍ତ୍ରାଳୟ ଏବଂ ରାଜ୍ଯପାଳଙ୍କଦ୍ୱାରା ଏହି ସହର ପଦବୀଟି ମିଳିଥାଏ ।

ଏକ ସହର ଉପରୋକ୍ତ ସର୍ତ୍ତ ପୂରଣ ନ କରିପାରିଲେ ପୁଣି ଗ୍ରାମ କିମ୍ବା ନଗର ପଦବୀକୁ ଅଣାଯାଇ ପାରିବ କିନ୍ତୁ ଏପରି କେବେହେଲେ ଘଟି ନାହିଁ । ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସହର ହୋକାଇଦୋର ଉତାଶିନାଇ-ଶୀର ଜନସଂଖ୍ୟା ମାତ୍ର ତିନି ହଜାର ଥିବା ବେଳକୁ ସେହି ହୋକାଇଦୋର ଏକ ନଗର ଓତୋଫୁକେ-ଚୋର ଜନସଂଖ୍ୟା ୪୦,୦୦୦ରୁ ଅଧିକ ।

ମୁନିସିପାଲିଟିମାନଙ୍କର ମିଶ୍ରଣ ନିମନ୍ତେ ବିଶେଷ ଧାରାର ଅଧିନିୟମ (市町村の合併の特例等に関する法律, ୨୦୦୪ ଅଧିନିୟମ ସଂଖ୍ଯା ୫୯), ଅଧିନରେ ଯଦି ଏକ ମିଶାଇ ଦିଆଯାଇ ଥିବା ମୁନିସିପାଲିଟିର ଜନସଂଖ୍ୟା ମିଶ୍ରଣ ପରେ ୩୦,୦୦୦ ବା ଅଧିକ ହୋଇଯିବ ତେବେ ଉକ୍ତ ନୂଆ ମୁନିସିପାଲିଟିକୁ ମଧ୍ଯ ସହର ରୂପେ ନାମକରଣ କରାଯାଇ ପାରିବ । ଏହାର ଉଦ୍ଦେଶ୍ଯ ଉକ୍ତ ସମ୍ମିଶ୍ରଣକୁ ସାହାଯ୍ୟ କରିବା ଓ ପ୍ରଶାସନିକ ଖର୍ଚ୍ଚ କମାଇବା । ଏହି ସହଜୀକୃତ ନୂଆ ନିୟମ ଯୋଗୁଁ ଅନେକ ମୁନିସିପାଲିଟିକୁ ସହର ଭାବରେ ନାମିତ କରାଗଲା । ଯେଉଁ ମୁନିସିପାଲିଟିଗୁଡ଼ିକ କେବଳ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହର ପଦ ଧାରଣ କରିଥିଲେ ସେଗୁଡ଼ିକ ଜାପାନର ସହର ହୋଇଥିବା ପୂର୍ବର ଗ୍ରାମ ଓ ନଗରଗୁଡ଼ିକର ସୂଚୀରେ ଲିପିବଦ୍ଧ ।

ବଡବଡ ସହରମାନଙ୍କ ପାଇଁ ବର୍ଗୀକରଣ ସମ୍ପାଦନା

ଜାପାନର କ୍ଯାବିନେଟ, ଦୁଇ ଲକ୍ଷରୁ ଅଧିକ ଲୋକ ରହୁଥିବା ସହରଗୁଡ଼ିକୁ କେନ୍ଦ୍ର ସହର କିମ୍ବା ନିର୍ଦ୍ଦେଶିତ ସହରର ମର୍ଯ୍ୟାଦା ଦେଇ ପାରିବେ ।

ଟୋକିଓର ସ୍ଥିତି ସମ୍ପାଦନା

ଜାପାନର ରାଜଧାନୀ ଟୋକିଓ ଏକ ସହର ଭାବରେ ରହି ଆସୁଥିଲା, କିନ୍ତୁ ୧୯୪୩ରୁ ଏହା ଏକ ବିଶେଷ ପ୍ରକାରର ରାଜ୍ଯ ବା "-ତୋ" ଭାବରେ ପରିଗଣିତ ହେଉଛି ।[୩] ଟୋକିଓର ସମସ୍ତ ୨୩ ବିଶେଷ ସାହିର ପ୍ରଶାସନିକ ସ୍ଥିତି ଏକ ସହରର ସମତୁଲ୍ୟ ଅଟନ୍ତି । ଟୋକିଓ ଅଧିନରେ ଅନେକ ଗ୍ରାମ ଓ ନଗର ମଧ୍ଯ ଅଛନ୍ତି ।

ଇତିହାସ ସମ୍ପାଦନା

୧୮୮୮ର "ସହର ଧାରା" (ଶୀସେଇ, 市制) ଅଧିନରେ ସହର ପ୍ରତିଷ୍ଠା କରାଯାଇ ଥିଲା ।[୪] "ଶୀ" ବା ସହରଗୁଡ଼ିକ ପୂର୍ବର ଜିଲ୍ଲା ବା "କୁ" ବଦଳରେ ବ୍ଯବହାର କରାଗଲା । ପ୍ରଥମରେ ୧୮୮୯ରେ କେବଳ ୩୯ଟି ସହର ଥିଲା: ଅଧିକାଂଶ ରାଜ୍ଯମାନଙ୍କରେ ଗୋଟିଏ, କେତେକଙ୍କର ଦୁଇଟି (ୟାମାଗାତା, ତୋୟୋମା, ଓସାକା, ହ୍ଯୋଗୋ, ଫୁକୁଓକା) ଏବଂ କେତେକଙ୍କ ନାହିଁ । ଜାପାନରେ ସବା ଶେଷରେ ମିଆଜାକି ନିଜର ପ୍ରଥମ ସହର ୧୯୨୪ରେ ପାଇଥିଲା । ଓକିନାୱା ରାଜ୍ଯ ଏବଂ ହୋକାଇଦୋ ଦ୍ୱୟ ଜାପାନୀ ସାମ୍ରାଜ୍ଯ ସମୟରେ ରାଜ୍ଯ ପଦବାଚ୍ଯ ନଥିଲେ, ଅପିତୁ ୧୯୨୦ ପର୍ଯ୍ୟନ୍ତ ଶିଳ୍ପାଞ୍ଚଳୀୟ ଜିଲ୍ଲା ରୂପେ ରହିଥିଲେ । ଓକିନାୱାର ଦୁଇଟି ଜିଲ୍ଲା ନାହା-କୁ ଓ ଶୁରି-କୁ ଦ୍ୱୟକୁ ୧୯୨୧ରେ ନାହା-ଶୀ ଓ ଶୁରି-ଶୀରେ ପରିଣତ କରାଗଲା । ୧୯୨୨ ଅଗଷ୍ଟରେ ହୋକାଇଦୋର ଛଅଟି ଜିଲ୍ଲାକୁ ସହରରେ ପରିଣତ କରାଗଲା ।

୧୯୪୫ ମସିହା ସୁଦ୍ଧା, ୨୦୫ଟି ସହର ସ୍ଥାପିତ ହୋଇସାରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୧୯୫୦ର "ଶୋୱାର ମହାମିଶ୍ରଣ" ବେଳେ ସହର ସଂଖ୍ଯା ଦୁଇଗୁଣ ବଢିଗଲା ଯଦି ।[୫] ୨୦୧୮ ଅକ୍ଟୋବର ୧ ତାରିଖ ସୁଦ୍ଧା ଜାପାନରେ ୭୯୨ ସହର ରହିଛି ।[୬]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Ministry of Internal Affairs and Communications, e-gov database of legal texts: Chihōjichihō Archived 2005-02-05 at the Wayback Machine.
  2. Ministry of Justice, Japanese Law Translation Database System: Local Autonomy Act
  3. "Tokyo - City Guide". japan-guide. Retrieved 3 September 2017.
  4. National Diet Library Nihon hōrei sakuin (日本法令索引, "Index of Japanese laws and ordinances"): Entry 市制, List of changes to the law and deliberative histories in the Imperial Diet of the laws that changed it (no legislative history of the shisei itself as the law was decreed by the government in 1888 before the Imperial constitution took effect in 1890), List of other laws changed by it & entry for the revised 市制 of 1911, Legislative history of the bill in the Imperial Diet, Laws changing/abolishing it, Laws changed by it
  5. MIC: Timeline of number of municipalities since the Great Meiji mergers
  6. Zenkoku shichōkai (全国市長会; nationwide association of city and special ward mayors)

ବାହ୍ଯଲିଙ୍କ ସମ୍ପାଦନା