ଜର୍ଜ ବର୍ଣ୍ଣାଡ ଶ

ଜର୍ଜ ବର୍ନାର୍ଡ ଖାଁ, ତାଙ୍କ ଜିଦ୍‌ରେ କେବଳ ବର୍ନାର୍ଡ ଖାଁ ଭାବରେ ଜଣାଶୁଣା, ଜଣେ ଇଂରେଜ ନାଟ୍ୟକାର, ସମାଲୋଚକ, ନୀ

ଜର୍ଜ ବର୍ଣ୍ଣାଡ ଶ (୧୮୫୬-୧୯୫୦) ହେଉଛନ୍ତି ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ, ବିଶିଷ୍ଟ ନାଟ୍ୟକାର ଏବଂ ଜଣେ କୁଶଳ ରାଜନୀତିଜ୍ଞ ତଥା ଏକ ମାନବବାଦୀ ବ୍ୟକ୍ତିତ୍ୱ । ବହୁମୁଖୀ ପ୍ରତିଭା ଧାରୀ ଏହି ବ୍ୟକ୍ତି "ଶ" ନାମରେ ମଧ୍ୟ ଜଣାଶୁଣା ଥିଲେ ।[୧]

ଜର୍ଜ ବର୍ଣ୍ଣାଡ ଶ'
ଜନ୍ମ ଓ ଜନ୍ମସ୍ଥାନ(1856-07-26)ଜୁଲାଇ ୨୬, ୧୮୫୬
ଡବଲିନ
ମୃତ୍ୟୁ୨ ନଭେମ୍ବର ୧୯୫୦(1950-11-02) (ବୟସ ୯୪)
ଇଂଲଣ୍ଡ
ବୃତ୍ତିନାଟ୍ୟକାର, ସାହିତ୍ୟିକ
ଭାଷାଇଂରାଜୀ
ପୁରସ୍କାରସାହିତ୍ୟରେ ନୋବେଲ ପୁରସ୍କାର,୧୯୨୫
ଜୀବନସାଥୀକାର୍ଲଟେ ପେନି

ବାଲ୍ୟ ଜୀବନ ସମ୍ପାଦନା

ଡବଲିନର ଏକ ମଧ୍ୟବିତ୍ତ ପରିବାରରେ ୨୬ ଜୁଲାଇ ୧୮୫୬ରେ ତାଙ୍କର ଜନ୍ମ । ପିତା ଜର୍ଜ କାର୍ ଶ ଏବଂ ମାତା ଲୁସିଣ୍ଡା ଏଲିଜାବେଥ ଗର୍ଲି ଶଙ୍କ ତିନି ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ତଥା ଏକମାତ୍ର ପୁତ୍ର ସନ୍ତାନ ଥିଲେ ସେ । ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଶଙ୍କ ପିଲାଦିନ ଅଭାବ ଅନାଟନରେ କଟିଥିଲା ।[୨] ବାପାଙ୍କର ଅଧିକାଂଶ ସମୟ ନିଶାଶକ୍ତ ରହିବା ତାଙ୍କ କୋମଳ ମନକୁ ଭାରି ବ୍ୟଥିତ କରିଥିଲା । ଆଉ ସେଇଥିପାଇଁଁ ବୋଧେ ଜୀବନ ସାରା ସେ ମଦ୍ୟପାନଠାରୁ ଦୁରେଇ ରହିଥିଲେ । ଡବ୍ଲିନର ବିଭିନ୍ନ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ମାତ୍ର ୧୫ ବର୍ଷ ବୟସରେ ଜଣେ କିରାଣି ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ ।

ସାହିତ୍ୟିକ କୃତି ସମ୍ପାଦନା

ଶଙ୍କ ପ୍ରଥମ ସାହିତ୍ୟିକ କୃତିସବୁ ମୁଖ୍ୟତଃ ପୁଞ୍ଜିବାଦ ଜନିତ ସମସ୍ୟା ତଥା ସାମାଜିକ ଏବଂ ନୈତିକ ସମସ୍ୟାଗୁଡିକ ଉପରେ ଆଧାରିତ ଥିଲା । ୧୮୯୨ରେ ରଚିତ ଏହିପରି ଏକ ନାଟକ ହେଉଛି " Widower’s Houses" । ତେବେ ତତ୍କାଳୀନ ସମୟରେ ଶଙ୍କ ରଚିତ ଏହିସବୁ ଲେଖା ସେତେଟା ଆଦୃତ ହୋଇପାରି ନ ଥିଲା । ହେଲେ, ପରବର୍ତ୍ତୀ ସମୟରେ ରଚିତ କିଛି ଲେଖା ଯେପରିକି Candida and John Bull’s Other Island (1904) ଏବଂ Major Barbara ଲୋକଙ୍କଦ୍ୱାରା ବେଶ ଆଦୃତ ହେଲା । ତାଙ୍କର ବହୁଚର୍ଚ୍ଚିତ ଲେଖା " Pygmalion" ସେ ଖ୍ୟାତନାମା ବ୍ରିଟିଶ ଅଭିନେତ୍ରୀ ପାଟ୍ରିକ କ୍ୟାମ୍ପବେଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । କ୍ୟାମ୍ପବେଲଙ୍କୁ ଲେଖିଥିବା ଅନେକ ବ୍ୟକ୍ତିଗତ ପତ୍ରରୁ ଏକଥା ଜଣାଯାଏ ଯେ ଶ କ୍ୟାମ୍ପବେଲଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ତାଙ୍କ ପ୍ରେମିକା ଉଦ୍ଦେଶ୍ୟରେ ଏହି ବହିଟି ଲେଖିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନାଟକଟିର କଥାବସ୍ତୁ ଉପରେ ଆଧାରିତ ଦୁଇଟି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।.୧୯୧୪ ମସିହା ବେଳକୁ ତାଙ୍କ ଲିଖିତ ଏକ ପ୍ରବନ୍ଧ " Common Sense about The War" ପାଇଁଁ ତାଙ୍କୁ ଅନେକ ସମାଲୋଚନାର ପାତ୍ର ହେବାକୁ ପଡିଥିଲା । ଏପରିକି, ଶଙ୍କ ଲୋକପ୍ରିୟତା ଅନେକ ପରିମାଣରେ ହ୍ରାସ ପାଇଲା । କିନ୍ତୁ ୧୯୨୪ରେ ପ୍ରକାଶିତ ତାଙ୍କ ଲେଖା "Saint Joan" ତାଙ୍କୁ ପୁଣି ଖ୍ୟାତି ଆଣିଦେଲା ।

ଶଙ୍କର କିଛି ଜଣାଶୁଣା ସାହିତ୍ୟିକ କୃତି:

  • Man and Superman
  • John Bulls other Island
  • Major Barbara
  • The Doctors Dillema

ସାମାଜିକ ଜୀବନ ସମ୍ପାଦନା

୧୮୯୩ ଜାନୁଆରୀରେ ଶ ବ୍ରିଟିଶ ସମାଜବାଦୀ ସଂସ୍ଥା "ଫାବିଆନ"ର ଜଣେ ପ୍ରତିନିଧୀ ହିସାବରେ ବ୍ରାଡଫୋର୍ଡ ସମ୍ମେଳନରେ ଯୋଗ ଦେଇଥିଲେ । ଫଳ ସ୍ୱରୂପ ' Independent Labour Party'ର ଗଠନ ହୋଇଥିଲା । ୧୮୯୪ରେ Henry Hunt Hutchinson ଫାବିଆନ ସୋସାଇଟିର ଅଧ୍ୟକ୍ଷ୍ୟ ହେଲେ ଏବଂ ଉକ୍ତ ସଂସ୍ଥାର ଅର୍ଥକୁ ଅର୍ଥନୀତୀ ତଥା ରାଜନୀତି ପାଇଁଁ ଉଦ୍ଦିଷ୍ଟ ବିଦ୍ୟାଳୟମାନ ସ୍ଥାପନ କରିବା ଦିଗରେ ବିନିଯୋଗ କରିବା ନିମିତ୍ତ ପ୍ରସ୍ତାବ ଦେଲେ । ଶ ପ୍ରଥମେ ଏହି ପ୍ରସ୍ତାବକୁ ଆପତ୍ତି କରୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁଁ ମନାଇ ଦିଆଗଲା । ୧୮୯୦ ବେଳକୁ ରାଜନୈତିକ କାର୍ଯ୍ୟକଳାରେ ତାଙ୍କ ସଂପୃକ୍ତି ହ୍ରାସ ପାଇଲା । ୧୮୯୮ରେ ଶ Charlotte Payne-Townshend ନାମ୍ନୀ ଜଣେ ଧନୀ ମହିଳାଙ୍କୁ ବିବାହ କଲେ । ୧୯୦୬ରେ ଏହି ଦମ୍ପତି ଦକ୍ଷିଣ ଇଂଲଣ୍ଡର Hertfordshire village ନାମକ ସ୍ଥାନରେ ସ୍ଥାୟୀ ଭାବରେ ବାସ କଲେ । ୨ ନଭେମ୍ବର ୧୯୫୦ରେ ୯୪ ବର୍ଷ ବରସରେ ଏହିଠାରେ ଏହି ଖ୍ୟାତନାମା ନୋବେଲ୍ ବିଜେତାଙ୍କ ମୃତ୍ୟୁ ବରଣ କରିଥିଲେ ।।

ପୁରସ୍କାର ଓ ସମ୍ମାନ ସମ୍ପାଦନା

ତାଙ୍କର ବହୁମୂଲ୍ୟ ସାହିତ୍ୟିକ କୃତି ପାଇଁଁ ୧୯୨୫ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩] ତେବେ ସେ ପୁରସ୍କାର ସିନା ଗ୍ରହଣ କଲେ କିନ୍ତୁ ପୁରସ୍କାର ବାବଦରେ ଦେବା ଅର୍ଥ ଗ୍ରହଣ କଲେ ନାହିଁଁ । [୪]

୧୯୩୯ ତାଙ୍କ ଆଉ ଏକ କୃତି Pygmalion ପାଇଁଁ ତାଙ୍କୁ ଅକାଦମି ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।

ଆଧାର ସମ୍ପାଦନା

  1. "George Bernard Shaw Biography". Retrieved 2 May 2018.
  2. "George-Bernard-Shaw". Retrieved 2 May 2018.
  3. "George Bernard Shaw". Retrieved 2 May 2018.
  4. "George Bernard Shaw". Retrieved 2 May 2018.