ଜନ ପିଟରସ ହମ୍ଫ୍ରି

କାନାଡ଼ାର ଜଣେ ବିଧିକ ବିଦ୍ୱାନ, ବିଧିଶାସ୍ତ୍ରୀ ଓ ମାନବ ଅଧିକାର ଓକିଲ ଥିଲେ ।

ଜନ ପିଟରସ ହମ୍ଫ୍ରି (ଇଂରାଜୀ ଭାଷାରେ John Peters Humphrey, ଅର୍ଡ଼ର ଅଫ କାନାଡ଼ା OC (ଏପ୍ରିଲ ୩୦, ୧୯୦୫ – ମାର୍ଚ୍ଚ ୧୪, ୧୯୯୫) କାନାଡ଼ାର ଜଣେ ବିଧିକ ବିଦ୍ୱାନ (Canadian legal scholar), ବିଧିଶାସ୍ତ୍ରୀ (jurist) ଓ ମାନବ ଅଧିକାର (human rights) ଓକିଲ ଥିଲେ । ସେ ୟୁନିଭର୍ସାଲ ଡିକ୍ଲାରେସନ ଅଫ ହ୍ୟୁମାନ ରାଇଟସର (Universal Declaration of Human Rights) ପ୍ରଣେତା ଭାବରେ ଖ୍ୟାତି ଲାଭ କରିଥିଲେ ।

John Peters Humphrey
ଜନ୍ମ(1905-04-30)ଅପ୍ରେଲ ୩୦, ୧୯୦୫
ମୃତ୍ୟୁ୧୪ ମାର୍ଚ୍ଚ ୧୯୯୫(1995-03-14) (ବୟସ ୮୯)
Montreal, Quebec, Canada
ଅନ୍ୟ ନାମJohn Humphrey
ଉଲ୍ଲେଖନୀୟ କୃତିFirst draft of the Universal Declaration on Human Rights
ବୈବାହିକ-ସାଥୀ(s)Jeanne Godreau
Margaret Kunstler
ସନ୍ତାନ1

ଶୈଶବ, ଶିକ୍ଷା ଓ ବିଦ୍ୟାଗତ ପେଷା ସମ୍ପାଦନା

ଫ୍ରାଙ୍କ ହମ୍ଫ୍ରି ଓ ନେଲି ପିଟରଙ୍କ ଔରଷରୁ ହମ୍ଫ୍ରି ୩୦ ଏପ୍ରିଲ, ୧୯୦୫ରେ ହାମ୍ପଟନ, ନିଉବ୍ରୁନସ୍ୱିକି (Hampton) ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ଶୈଶବରେ ସେ କର୍କଟ ରୋଗ‌ଗ୍ରସ୍ତ ପିତାମାତାଙ୍କୁ ହରେଇଥିଲେ ଓ ସେ ନିଆଁ ସାଥିରେ ଖେଳୁ ଖେଳୁ ନିଜର ଏକ ବାହୁ ହରେଇଥିଲେ । ଗୋଟିଏ ବୋର୍ଡ଼ିଙ୍ଗ ବିଦ୍ୟାଳୟରେ ପଢ଼ିଲା ବେଳେ ସେ ତାଙ୍କର ସାଥିମାନଙ୍କର ବ୍ୟଙ୍ଗର ଶିକାର ହେଉଥିଲେ ଓ ଏହାହିଁ ତାଙ୍କୁ ପ୍ରେରଣା ଦେଇ ତାଙ୍କ ଚରିତ୍ର ଓ ଦୟାଳୁ ଭାବକୁ ପ୍ରଭାବିତ କରିଥିଲା ।[୧]

ରୋଥସେ ନେଦରଉଡ଼ ସ୍କୁଲରୁ (Rothesay Collegiate School) ସେ ପଢ଼ିବା ପାଇଁ ମାଉଣ୍ଡ ଆଲିସନ ବିଶ୍ୱବିଦ୍ୟାଳୟକୁ (Mount Allison University) ଦରଖାସ୍ତ କରିଥିଲେ ଓ ତାହା ସ୍ୱୀକୃତ ହୋଇଥିଲା । ଏହା ପରେ ଶିକ୍ଷୟିତ୍ରୀ କାମ କରୁଥିବା ତାଙ୍କର ଭଉଣୀ ପାଖରେ ମଣ୍ଟ୍ରିଲ, କ୍ୱୁବେକ (Montreal) ସ୍ଥାନ‌ରେ ଥିବା ମ୍ୟକଗିଲ ବିଶ୍ୱବିଦ୍ୟାଳୟକୁ ବଦଳି ହୋଇଆସିଥିଲେ । ସେଠାରେ ସେ ସନ ୧୯୨୫ରେ ବ୍ୟଚେଲର ଅଫ କମର୍ସ (Bachelor of Commerce) ଭାବରେ ସ୍କୁଲ ଅଫ କମର୍ସରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଯାହା ଡେସଉଟେଲସ ଫାକଲ୍ଟି ଅଫ ମ୍ୟାନେଜମେଣ୍ଟର (Desautels Faculty of Management) ଏକ ଅଂଶ ଥିଲା । ଏହା ପରେ ସଙ୍ଗେ ସଙ୍ଗେ ସେ ମ୍ୟାକଗିଲରେ କଳାରେ ସ୍ନାତକ ଓ ଲ'ରେ ସ୍ନାତକ (Bachelor of Law) ଭାବରେ ଯଥାକ୍ରମେ ସନ ୧୯୨୭ ଓ ୧୯୨୯ରେ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକ ଶିକ୍ଷା ପରେ ସେ ପ୍ୟାରିସରେ ପଢ଼ିବା ପାଇଁ ଏକ ସ୍କଲାରସିପ ପାଇ ଆରଏମଏସ ଅରାନିଆ ଜାହାଜରେ (RMS Aurania) ଯାତ୍ରାକଲେ । ତାଙ୍କ ସ‌ହ‌ଯାତ୍ରୀ ଜିନ ଗଡରୋଙ୍କ ସ‌ହିତ ଜାହାଜରେ ସାକ୍ଷାତ ହୋଇଥିଲା ଓ ପ୍ୟାରିସରେ ପ‌ହଞ୍ଚିବାର ଅଳ୍ପ ଦିନ ପରେ ଦୁହେଁ ବିବାହ କରିଥିଲେ । [୧]

ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଓକିଲାତି କରିବାକୁ ଫେଲୋସିପ ପାଇ ସେ ମଣ୍ଟ୍ରିଆଲକୁ ଫେରିଲେ ଓ ତା'ପରେ ସେ ମାକଗିଲରେ ପ୍ରଫେସର ହେଲେ ଓ ଇଣ୍ଟରନ୍ୟାସନାଲ ଲରେ (international law) ମାସ୍ଟର ଅଫ ଲ (Master of Law) ହାସଲ କରିଥିଲେ । ସନ ୧୯୩୦ରେ ତାଙ୍କର ଶିକ୍ଷା, କଳା ଓ ମାନବ ପ୍ରୀତି ପ୍ରତି ଆସକ୍ତି ଦେଖି ତାଙ୍କୁ ରେନାଁସା ମାନବ କୁହାଯାଉଥିଲା । ସନ ୧୯୪୦ର ପ୍ରାରମ୍ଭରେ ସେ ମ୍ୟାକଗିଲରେ ଶିକ୍ଷାଦାନ ସମୟରେ ଫ୍ରାନ୍ସର ଜଣେ ରିଫ୍ୟୁଜିଙ୍କୁ ଭେଟିଲେ ଯାହାଙ୍କର ନାମ ହେନରୀ ଲଉଗିଏର (Henri Laugier) ଥିଲା ଓ ସେ ମୁକ୍ତ ଫ୍ରାନସ (Free French) ନିମନ୍ତେ କାମ କରୁଥିଲେ । ସନ ୧୯୪୩ରେ ଲଉଗିଏର ୟୁନିଭରସିଟି ଅଫ ଆଲଜିଅରସରେ (University of Algiers ) ଶିକ୍ଷା ଦାନ ନିମନ୍ତେ ଆଲଜେରିଆ ଚାଲିଗଲେ । ପରେ ଲଉଗିଏର (ମିଳିତ ଜାତିସଂଘର) ଆସିସ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ହୋଇଥିଲେ ।[୧]

ମ୍ୟାକଗିଲରେ କାର୍ଯ୍ୟରତ ଥିବାବେଳେ ମ୍ୟାକଗିଲ ଡିବେଟିଙ୍ଗ ୟୁନିଅନ ନାମକ ଏକ ସଂସ୍ଥା ହମ୍ପ୍ରି ସ୍ଥାପନ କରିଥିଲେ ।


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Biography". humphreyhampton.org. Archived from the original on 2020-11-26. Retrieved 2019-07-23.