ଜୀବବିଜ୍ଞାନରେ ଜଗତ, ବୈଜ୍ଞାନିକ ବର୍ଗୀକରଣରେ ତ୍ରିଜଗତ ପ୍ରଣାଳୀରେ ସର୍ବୋଚ୍ଚ ସ୍ତର, ଯାହାକୁ ମହାସାମ୍ରାଜ୍ୟ ବୋଲି ମଧ୍ଯ କୁହାଯାଇଥାଏ ।[୧] ଏହାକୁ ୧୯୯୦ ମସିହାରେ କାର୍ଲ ୱୋଏସ ବ୍ଯଖ୍ଯା କରିଥିଲେ ।[୨]

ମୁଖ୍ଯ ବିଭାଗୀୟ ସ୍ତର: ଜଗତ, ସାମ୍ରାଜ୍ୟ, ପର୍ବ, ବର୍ଗ, ଗଣ, କୁଳ, ପ୍ରଜାତି, ଏବଂ ଜାତି.
ଜୀବନମହାସାମ୍ରାଜ୍ଯKingdomPhylumClassOrderFamilyGenusSpecies
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗର ଆଠଟି ମୁଖ୍ଯ ସ୍ତର। ମଧ୍ଯବର୍ତ୍ତୀ ଗୌଣ ସ୍ତରଗୁଡ଼ିକୁ ଚିହ୍ନଟ କରାଯାଇ ନାହିଁ।

ଏହି ପ୍ରଣାଳୀ ଅନୁସାରେ ଜୀବନବୃକ୍ଷକୁ ତିନୋଟି ଜଗତରେ ବିଭକ୍ତ କରାଯାଇଛି; ଯଥା - ଆର୍କିଆ, ବ୍ଯାକ୍ଟେରିଆ, ୟୁକାରିଆ[୨] ପ୍ରଥମ ଦୁଇ ଜଗତରେ କେବଳ ପ୍ରାକ୍-ନ୍ଯଷ୍ଟୀୟ ଅଣୁଜୀବମାନେ ଅଛନ୍ତି, ୟୁକାରିଆରେ ସୁନ୍ଯଷ୍ଟୀୟ ଏକକୋଷୀ ତଥା ବହୁକୋଷୀ ଜୀବମାନେ ଅଛନ୍ତି ।

ଅକୋଷୀୟ ଜୀବନକୁ ଏହି ତନ୍ତ୍ରରେ ସ୍ଥାନ ଦିଆଯାଇ ନାହିଁ । ଏହି ତନ୍ତ୍ରର ବିକଳ୍ପ ହେଲା - ଦ୍ୱିମହାଜଗତ ପ୍ରଣାଳୀ, ଯେଉଁଥିରେ କେବଳ ୟୁକାରିଆ ଏବଂ ପ୍ରୋକାରିଆ ଅଛି ।

ଆଧାର ସମ୍ପାଦନା

  1. "The Scientific Taxonomy and Classification of all Creatures". Retrieved 19 October 2015.
  2. ୨.୦ ୨.୧ Woese C, Kandler O, Wheelis M (1990). "Towards a natural system of organisms: proposal for the domains Archaea, Bacteria, and Eucarya". Proc Natl Acad Sci USA. 87 (12): 4576–9. Bibcode:1990PNAS...87.4576W. doi:10.1073/pnas.87.12.4576. PMC 54159. PMID 2112744. Retrieved 11 February 2010.