ଚିତାକୁଟି ଏକ Euphorbia ବର୍ଗର ଏକ ଗୁଳ୍ମଜାତୀୟ ସପୁଷ୍ପକ ଉଦ୍ଭିଦ । ଏହା 'ହରିହରିକା' ନାମରେ ମଧ୍ୟ ପରିଚିତ ।[୧] ଚିତାକୁଟି ଘାସ ପଡ଼ିଆରେ ଓ ଅଳିଆ ଜାଗାରେ ବଢ଼ିଥାଏ। ଏହାର ପତ୍ରଗୁଡ଼ିକ ଆଁଶୁ ଆଁଶୁଆ । ପତ୍ରକୁ ଛିଡ଼ାଇଲେ କିମ୍ବା ଏହାର ଡାଳକୁ ଭାଙ୍ଗିଲେ ଧଳା ରଙ୍ଗର କ୍ଷୀର ବାହାରେ। ଏହି ଗୁଳ୍ମଟି ବହୁଶାଖାଯୁକ୍ତ । ଫୁଲ ଗୁଡ଼ିକ ବହୁତ ଛୋଟ ଛୋଟ, ପେନ୍ଥା ପେନ୍ଥା ହୋଇ ଫୁଟିଥାଏ, ମଞ୍ଜି ଛୋଟ ଛୋଟ, ନାଲିଟିଆ ରଙ୍ଗର। ସ୍ୱାଦ ତିକ୍ତ ଓ ଗନ୍ଧହୀନ ।

ଚିତାକୁଟି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malpighiales
କୁଳ: Euphorbiaceae
ପ୍ରଜାତି: Euphorbia
ଜାତି: E. hirta
ବାଇନୋମିଆଲ ନାମ
Euphorbia hirta

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ସଂସ୍କୃତ ପୁସିତୋଆ
ତେଲୁଗୁ ବିଦାରି
ବଙ୍ଗଳା ବୁରାକେରୁ
ହିନ୍ଦୀ ଦୁଧି

ଔଷଧୀୟ ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ଏହା ଫିଲିପାଇନସରେ ପାରମ୍ପରିକ କ୍ରମେ ଡେଙ୍ଗୁ ଜ୍ୱରର ନିରାମୟ କରିବାପାଇଁ ବ୍ୟବହାର କରାଯାଏ। [୨]

  • ଚକ୍ଷୁର ଯାବତୀୟ ରୋଗରେ ଏହାର କ୍ଷୀର ବହୁତ ଗୁଣକାରୀ ।
  • ଶ୍ୱାସ ରୋଗର ଉପଶମରେ ଏହା ଉପକାରୀ ।
  • ଏହାର ସର୍ବାଙ୍ଗର ରସ କଫ, ଝାଡ଼ାରେ ଗଣ୍ଡଗୋଳ, ପେଟବିନ୍ଧା ଓ ଅଜୀର୍ଣ୍ଣ ଝାଡ଼ାରେ ଏହା ଉପକାରୀ ।
  • ଚର୍ମରୋଗ (ବିଶେଷ କରି ଶୁଖିଲା ଗଛକୁ ବାଟି ଲଗାଯାଏ) ଓ ମୁହଁର କ୍ଷତରେ (ସଜ ଗଛକୁ ବାଟି ଲଗାଯାଏ) ଉପଯୋଗୀ ।
  • ଏହାର ପତ୍ରକୁ ଦଳି ଲଗାଇଲେ କ୍ଷତରୁ ରକ୍ତସ୍ରାବ ବନ୍ଦ କରିଥାଏ ।
  • ଏହାର ଚେର ସାପ କାମୁଡ଼ାର ଔଷଧ ।
  • ଏହାର ସଜ ପତ୍ର ସ୍ତ୍ରୀ ରୋଗରେ ଉପକାରୀ ।

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା

  • Plants That Heal. Dr. J. C. Kurien.
  • ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା