ଚନ୍ଦ୍ରଶେଖର ସାହୁ

ଭାରତୀୟ ରାଜନୀତିଜ୍ଞ

ଚନ୍ଦ୍ର ଶେଖର ସାହୁ (ଜନ୍ମ: ୭ ଜୁଲାଇ ୧୯୫୦) ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ଛିଡ଼ାହୋଇଥିବା ଚନ୍ଦ୍ରଶେଖର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ ୯୪,୮୪୪ ଭୋଟରେ ପରାସ୍ତ କରିଥିଲେ ।[୧] ପୂର୍ବରୁ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ରାଜ୍ୟ ଶ୍ରମ ଏବଂ ରୋଜଗାର ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ ।

ଚନ୍ଦ୍ରଶେଖର ସାହୁ
ସାମ୍ବାଦିକଙ୍କ ସହିତ ପ୍ରଶ୍ନୋତ୍ତର ସମୟରେ ପୁର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀସିଦ୍ଧାନ୍ତ ମହାପାତ୍ର
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଶ୍ରମ ଏବଂ ରୋଜଗାର ବିଭାଗ
କାର୍ଯ୍ୟକାଳ
୨୦୦୬ – ୨୦୦୯
ସାଂସଦ: ୧୪ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-07-07) ୭ ଜୁଲାଇ ୧୯୫୦ (ବୟସ ୭୩)
ବ୍ରହ୍ମପୁର, ଗଞ୍ଜାମ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ଜୀବନ ସାଥୀସ୍ୱର୍ଗତଃ ଲୀଳା ସାହୁ
ସନ୍ତାନ
ବାପା/ବୋଉବିପ୍ର ଚରଣ ସାହୁ (ବାପା)
ଘରବିଜିପୁର ମୁଖ୍ୟ ରାସ୍ତା, ବ୍ରହ୍ମପୁର, ଗଞ୍ଜାମ
ବୃତ୍ତିରାଜନୀତିଜ୍ଞ

ରାଜନୈତିକ ଜୀବନ ସମ୍ପାଦନା

୨୦୦୪ ମସିହାରେ ସେ ବ୍ରହ୍ମପୁରରୁ ଲୋକ ସଭାକୁ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀ ହୋଇପାରିଥିଲେ ।[୨] ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଟିକଟରୁ ଲଢ଼ୁଥିବା ଚନ୍ଦ୍ରଶେଖର, ବିଜୁ ଜନତା ଦଳର ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ଦୁଇ ଦୁଇ ଥର ପରାସ୍ତ ହୋଇଥିଲେ । ଚନ୍ଦ୍ରଶେଖର ଅପ୍ରେଲ ୪, ୨୦୧୮ ମସିହାରେ ୨୦,୦୦୦ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।[୩][୪] ତାଙ୍କୁ ବିଜେଡି ଦଳ ପକ୍ଷରୁ ନିର୍ବାଚନରେ ଛିଡ଼ା କରାଯାଇଥିଲା ଏବଂ ସେ ଜିତିଥିଲେ ।[୫]

 
ତତ୍କାଳୀନ ରାଷ୍ଟ୍ରପତି କାଲାମଙ୍କଠାରୁ ମନ୍ତ୍ରୀପଦର ଶପଥ ପାଠ କଲାବେଳେ ଚନ୍ଦ୍ରଶେଖର

ଆଧାର ସମ୍ପାଦନା

  1. "General Election 2019 - Election Commission of India". results.eci.gov.in. Retrieved 2019-05-27.
  2. "BJD will win with thumping majority: Chandra Sekhar Sahu". The New Indian Express. Retrieved 2019-05-27.
  3. Bureau, Odisha Sun Times. "Former Union Minister Chandrasekhar Sahu joins BJD in Odisha | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-05-27.
  4. "Odisha: Ex-Union Minister Chandrasekhar Sahu joins BJD along with 20,000 Supporters". KalingaTV (in ଆମେରିକୀୟ ଇଂରାଜୀ). 2018-04-04. Retrieved 2019-05-27.
  5. "Berhampur Lok Sabha election results 2019 Odisha: BJD's Chandra Sekhar Sahu defeats BJP's Bhrugu Baxipatra". DNA India (in ଇଂରାଜୀ). 2019-05-24. Retrieved 2019-05-27.