ଚଞ୍ଚୂରୀ ପକ୍ଷୀ (Orthotomus sutorius) ହେଉଛି କ୍ରାନ୍ତୀୟ ଏସିଆରେ ମିଳୁଥିବା ଏକ ଗୀତବୋଲା ପକ୍ଷୀ । ପତ୍ରକୁ ସିଲାଇ କରି ତିଆରି ହୋଇଥିବା ବସା ପାଇଁ ଏହା ଲୋକପ୍ରିୟ ଏବଂ ଏହା ରୁଡ଼ୟାର୍ଡ କିପଲିଙ୍ଗଙ୍କଦ୍ୱାରା ରଚିତ ଜଙ୍ଗଲ ବୁକରେ ଦର୍ଜୀ ଭାବେ ଅମର ହୋଇ ରହିଛି । ଏହା ସହରୀ ବଗିଚାଗୁଡ଼ିକରେ ଏକ ସାଧାରଣ ବାସିନ୍ଦା । ଲାଜକୁଳା ହୋଇଥିଲେ ହେଁ ଏହି ପକ୍ଷୀ ଯାହା ସାଧାରଣତଃ ଗଛଗହଳରେ ଲୁଚି ରହିଥାଏ । ସେମାନଙ୍କର ଉଚ୍ଚ ସ୍ୱର ପରିଚିତ ଏବଂ ସେମାନଙ୍କର ଉପସ୍ଥିତି ଜଣାଇଦିଏ । ଏକ ଲମ୍ବା ସରଳ ଲାଞ୍ଜ, ସବୁଜ ରଙ୍ଗର ଉପର ଶରୀରର ଲାଞ୍ଜଗୁଚ୍ଛ ଏବଂ କଳଙ୍କି ରଙ୍ଗର କପାଳ ତଥା ମୁକୁଟ ଥାଇ ଚଞ୍ଚୂରୀ ସ୍ୱତନ୍ତ୍ର ଦିଶେ । ଏହି ପାସେରିନ ପକ୍ଷୀ ସାଧାରଣତଃ ଖୋଲା ଚାଷଜମି, ବୁଦା, ଜଙ୍ଗଲ ସୀମା ଏବଂ ବଗିଚାରେ ରହିଥାନ୍ତି । ଚଞ୍ଚୂରୀମାନେ ସେମାନଙ୍କର ବସା ନିର୍ମାଣ ପଦ୍ଧତିରୁ ସେମାନଙ୍କର ନାମ "ଟେଲରବାର୍ଡ଼" ପାଇଛନ୍ତି । ଏକ ବଡ଼ ପତ୍ରର ଧାରଗୁଡିକ ବିଦ୍ଧ ହୋଇ ଉଦ୍ଭିଦ ତନ୍ତୁ କିମ୍ବା ବୁଢ଼ିଆଣୀ ରେଶମ ସହିତ ଏକତ୍ର ସିଲେଇ କରି ଏକ ଦୋଳି ତିଆରି କରାଯାଏ ଓ ସେଥିରେ ପ୍ରକୃତ ବସାଟି ତିଆରି କରାଯାଏ ।

ଆଧାର ସମ୍ପାଦନା