ଗୌରହରି ଦାସ

ଓଡ଼ିଆ ସାହିତ୍ୟିକ

ଗୌରହରି ଦାସ (ଜନ୍ମ: ୯ ଅକ୍ଟୋବର ୧୯୬୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସ୍ତମ୍ଭକାର । ଇତିମଧ୍ୟରେ ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସଂପ୍ରତି ସେ ଓଡ଼ିଆ ଖବରକାଗଜ ସମ୍ବାଦ ସାହିତ୍ୟ ସମ୍ପାଦକ ଏବଂ କଥା ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରନ୍ତି । ସେ "ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲ୍‌ଚର" ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ । ପୂର୍ବରୁ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ଏହାର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନ ସମେତ ସେ ସେ ୨୦୧୨ ମସିହାରେ "କଣ୍ଟା ଓ ଅନ୍ୟାନ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର[୧] ଏବଂ ୨୦୦୧ରେ "ନିଜ ସାଙ୍ଗେ ନିଜର ଲଢ଼େଇ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । [୨] ତାଙ୍କର "ବାଘ ଓ ଅନ୍ୟାନ୍ୟ ଗଳ୍ପ" ଗଳ୍ପସଂକଳନ ନିମନ୍ତ ସେ ୨୦୨୨ ମସିହାରେ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।[୩]

ଗୌରହରି ଦାସ
ଜନ୍ମ ଓ ଜନ୍ମସ୍ଥାନ୧୯୬୦
ଷଣ୍ଢଗଡ଼ା, ଭଦ୍ରକ, ଓଡ଼ିଶା
ବୃତ୍ତିଲେଖକ, ଗାଳ୍ପିକ, ସ୍ତମ୍ଭକାର
ଭାଷାଓଡ଼ିଆ
ବାସସ୍ଥଳୀଅନୁଭବ, ୩୭୮, ବରମୁଣ୍ଡା ଗ୍ରାମ,ଭୁବନେଶ୍ୱର
ନାଗରିକତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସଂଯୁକ୍ତା ନାୟକ
ୱେବସାଇଟ
ୱେବସାଇଟ

ଜୀବନୀ ସମ୍ପାଦନା

ଗୌରହରି ଦାସ ୧୯୬୦ ମସିହା ଅକ୍ଟୋବର ୯ ତାରିଖରେ ଅବିଭକ୍ତ ବାଲେଶ୍ୱର ଓ ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅଧୀନ ଷଣ୍ଢଗଡ଼ାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ ସମ୍ପାଦନା

ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ଥିଲା "କ୍ଷୀଣାଲୋକ" ଓ ଏହା ସେ ହାଇସ୍କୁଲରେ ପଢ଼ିଲା ବେଳେ ଲେଖିଥିଲେ । ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି ।

 
୨ୟ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିବା ଅବସରରେ

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଶାରଳା ପୁରସ୍କାର, ୨୦୨୨ (ବାଘ ଓ ଅନ୍ୟାନ୍ୟ ଗଳ୍ପ)[୪]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୨ (କଣ୍ଟା ଓ ଅନ୍ୟାନ ଗଳ୍ପ)[୧]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧ (ନିଜ ସାଙ୍ଗେ ନିଜର ଲଢ଼େଇ)[୨]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର, ୨୦୨୧ [୫]
  • ସଙ୍ଗୀତ ନାଟକ ଏକାଡେମୀ, ଦିଲ୍ଲୀ ଯୁବ ନାଟ୍ୟକାର ସମ୍ମାନ (୨୦୦୧)
  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୧୯୯୯
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୦୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ (‌ଗଳ୍ପ), ୨୦୧୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ଅଖିଳ କଥା ସମ୍ମାନ, ୧୯୯୮ (ଅଖିଳ ମୋହନ ଫାଉଂଡେସନ୍ ପ୍ରଦତ୍ତ)
  • ଗୋକର୍ଣ୍ଣିକା ସମ୍ମାନ
  • କୋରାପୁଟ ସାହିତ୍ୟ ସମ୍ମାନ - ୨୦୧୯(କୋରାପୁଟ ସାହିତ୍ୟ ଉତ୍ସବ ପ୍ରଦତ୍ତ)[୬][୭]
  • ସାରଳା ସାହିତ୍ୟ ସଂସଦ (ବିଶ୍ୱନାଥ ପଶାୟତ) ପୁରସ୍କାର (୨୦୧୬)
  • କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ସିନିଅର୍ ଫେଲୋସିପ୍ (୨୦୧୧)
  • କେନ୍ଦ୍ର ସାହିତ୍ୟ ଅକାଦେମିର ରାଇଟର ଇନ୍ ରେସିଡେନ୍ସି (୨୦୧୦)
  • ଆଞ୍ଚଳିକ ଚଳଚ୍ଚିତ୍ର ସେନ୍‌ସର ବୋର୍ଡ ସଦସ୍ୟତା (୨୦୧୨- ୨୦୧୬)

କଥାଚିତ୍ର ରୂପାନ୍ତରଣ ସମ୍ପାଦନା

ଗୌରହରିଙ୍କଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ବାପାରୁ ପ୍ରେରଣା ପାଇ ପ୍ରତୀକ୍ଷା ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on ୧୪ ଡିସେମ୍ବର ୨୦୨୦. Retrieved 1 April 2021. {{cite web}}: Check date values in: |archivedate= (help)
  3. "Sarala Puraskar for eminent Odia writer Gourahari Das". The New Indian Express. Retrieved 2022-09-26.
  4. "୪୩ ତମ ଶାରଳା ପୁରସ୍କାର ପାଇଁ ମନୋନୀତ ହେଲେ ପ୍ରସିଦ୍ଧ ଗାଳ୍ପିକ ଡକ୍ଟର ଗୌରହରି ଦାସ". www.prameyanews7.com. ପ୍ରମେୟ. Retrieved 20 September 2022.
  5. "ଗୌରହରି, ଦମୟନ୍ତୀ ପାଇବେ ସାହିତ୍ୟ ଅନୁବାଦ ପ୍ରୁଅସ୍କାର". ଧରିତ୍ରୀ. ୨୫ ଜୁନ ୨୦୨୨. p. ୩. Retrieved 25 June 2022. {{cite news}}: Check date values in: |date= (help)
  6. "ଆର୍କାଇଭ୍ କପି". Archived from the original on 2019-10-25. Retrieved 2019-10-25. {{cite web}}: Cite has empty unknown parameter: |1= (help)
  7. https://sambad.in/state/gourahari-das-bipin-nayak-to-gets-koraput-literary-award-438679/
  8. Actor Choudhury Jayaprakash Das Tells About His Character In Pratikshya Movie || RENEXT OllyNews, retrieved 2022-12-05