ଗୋଳନ୍ଥରା

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଳନ୍ଥରା
ଗ୍ରାମ
ଦେଶ India
ରାଜ୍ୟOdisha
ଜିଲ୍ଲାଗଞ୍ଜାମ ଜିଲ୍ଲା
Elevation
64 m (210 ft)
Population
 (2011)
 • Total୫,୧୧୮
ଭାଷା
 • ସରକାରୀOriya
Time zoneUTC+5:30 (IST)
PIN
761008
ଯାନବାହାନ ପଞ୍ଚୀକରଣOR/୦୯
Websiteganjam.nic.in

ଗୋଳନ୍ଥରା, (ଦକ୍ଷିଣ) ଗଞ୍ଜାମ ଜିଲ୍ଲାର ଅନ୍ୟତମ ବୃହତ୍ ଗ୍ରାମ ।[୧] ଗ୍ରାମର ଅନତିଦୂରରେ (ପ୍ରାୟ ୫ କି.ମି.) ପ୍ରସିଦ୍ଧ ସିଦ୍ଧ ଭୈରବୀ ମନ୍ଦିର ଅବସ୍ଥିତ । ଗଞ୍ଜାମ ଜିଲ୍ଲାର ବୈଷୟୀକ ତଥା ଉଚ୍ଚତର ଶିକ୍ଷା କେନ୍ଦ୍ର ଗୁଡିକର ଏହା ଏକ ପେଣ୍ଠ ସ୍ଥଳୀ ।

ଅବସ୍ଥିତି ସମ୍ପାଦନା

ଏହା ବ୍ରହ୍ମପୁର ସହର ଉପକଣ୍ଠରେ ମାତ୍ର ୧୦ କି.ମି. ଦୂରରେ ଅବସ୍ଥିତ ।[୨]

ଜନସଂଖ୍ୟା ସମ୍ପାଦନା

୨୦୧୧ ଜନଗଣନା ଅନୁସାରେ ୧୦୯୫ ପରିବାର ବିଶିଷ୍ଟ ଏହି ଗାଁର ମୋଟ ଜନସଂଖ୍ୟା ୫୧୧୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୨୫୫୦ ଏବଂ ମହିଳା ସଂଖ୍ୟା ୨୫୬୮ । ଏହି ଗ୍ରାମର ସାକ୍ଷରତା ହାର ଓଡ଼ିଶାର ସାକ୍ଷରତା ହାରଠାରୁ କମ୍ ।[୩]ଗାଆଁରେ ପୁରୁଷ ସାକ୍ଷରତା ହାର ହେଉଛି ୮୧.୭୫% ଏବଂ ମହିଳା ସାକ୍ଷରତା ହାର ହେଉଛି ୬୦.୫୨% । ସ୍ଥାନୀୟ ଲୋକେ ମୂଖ୍ୟତଃ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ।

ଗମନାଗମନ ସମ୍ପାଦନା

ଗାଆଁକୁ ସଂଯୋଗ କରୁଥିବା ରେଳ ଷ୍ଟେସନଟି ବହୁ ପୁରୁଣା । ଏହି ଅଞ୍ଚଳର ଦୁଇ ମୁଖ୍ୟ ଉତ୍ପାଦ ଯଥା; ପାନ ପତ୍ର ଏବଂ କିଆ-ଅତର ରପ୍ତାନୀ କେନ୍ଦ୍ର ଭାବେ ଏହି ଷ୍ଟେସନ ଜଣାଶୁଣା ।

ଆଧାର ସମ୍ପାଦନା

  1. "Golanthara". Retrieved 10 July 2017.
  2. "Golanthara village". Retrieved 10 July 2017.
  3. "Golanthara Population - Ganjam, Orissa". Retrieved 10 July 2017.