ଗୋପୁରମ ବା ଗୋପୁର (ଏକବଚନ ), ଏକ ଅଳଙ୍କୁରୁତ ସ୍ଥାନଭାକାର ସ୍ଥାପତ୍ୟ ଯାହା ବିଶେଷତଃ ଦକ୍ଷିଣ ଭାରତୀୟ ଶୈଳୀର ମନ୍ଦିରରେ ଦେଖାଯାଇଥାଏ । ଏହା ଦ୍ରାବିଡ ସ୍ଥାପତ୍ୟ କଳା[୧]ରେ ନିର୍ମିତ ମନ୍ଦିର ସମୂହର ଏକ ବିଶେଷତା । ମନ୍ଦିରର ପ୍ରବେଶ ଦ୍ୱାରରେ ଏହା ମଧ୍ୟ ଦେଇ ଭିତରକୁ ପ୍ରବେଶ ପାଇଁ ରାସ୍ତା ଥାଏ । ଏହା ସାଧାରଣତ ମନ୍ଦିର ପରିସରର ପ୍ରାଚୀରଠାରେ ଅବସ୍ଥିତଥାଏ । .[୨]

ମଦୁରାଇର ମୀନାକ୍ଷୀ ମନ୍ଦିରର ଗୋପୁରମ 

ଗୋପୁରମର ଉପତ୍ତି ପ୍ରାଚୀନ ଚୋଳ , ଛେରା , ପଣ୍ଡିଆ ଓ ପଲ୍ଲବ ରାଜବଂଶ ସମୟରୁ ଆରମ୍ଭ ହେଇ ଦ୍ୱାଦଶ ଶତାବ୍ଦୀର ପଣ୍ଡିଆ ରାଜୁତି ସମୟରେ ନିର୍ମିତ ମନ୍ଦିର ସମୂହର ଏକ ମୁଖ୍ୟ ବହିଃ- ଅଳଙ୍କରିକ ଭାବରେ ରହିଆସିଥିଲା । ଅନେକ କ୍ଷେତ୍ରରେ ଗୋପୁରମର ବିଶାଳତା ମନ୍ଦିର[୩] ଭିତର ନିର୍ମାଣ ଆଗରେ ରହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଇଥାଏ । କେତେକ କ୍ଷେତ୍ରରେ କେତେକ ମନ୍ଦିରରେ ଏକାଧିକ ଗୋପୁରମ ଦେଖା ଯାଇଥାଏ । ଏହି ସ୍ଥାପତ୍ୟ କଳା ଭାରତ ବାହାରେ ମଧ୍ୟ ସେ ଯୁଗରେ ଭାବହୃତ ହେଇଥିବାର ଜଣାଯାଇଥାଏ । ଅଂକୋର ୱାଟ ଓ ଖାମେର ସ୍ଥାପତ୍ୟରେ ଏହାର ନକଲ ଦେଖିବାକୁ ମିଳେ । 

"କୋଇଲ" ଜାତୀୟ ମନ୍ଦିରରେ ଏକାଧିକ ପ୍ରାଚୀର ରହି ଅନେକ ସଂଖ୍ୟା ଚତୁର୍ଭୁଜାକାର ଗୋପୁରମ ରହି ବାହ୍ୟ ପ୍ରାଚୀରରେ ଗୋପୁରମଗୁଡ଼ିକ ନିର୍ମିତ ହେଇଥାଏ । ମନ୍ଦିରର ଆରାଧ୍ୟ ପିଠାଠାରେ ମଧ୍ୟ ସ୍ଥାମ୍ଭାକାର   ଛାତ ରହିଥାଏ ଓ ତାହାକୁ "ବିମାନମ " କୁହାଯାଇଥାଏ .

ବ୍ୟୁପତ୍ତି  ସମ୍ପାଦନା

 
ଥିରୁଭନ୍ନମଳଇ ଅନ୍ନାଭଲାଇ ଗୋପୁରମ

"ଗୋପୁରମ " ଶବ୍ଦର ବ୍ୟୁପତ୍ତି ତାମିଲ ଭାଷାର ଦୁଇଟି ଶବ୍ଦର ମିଳନରେ ହେଇଥାଏ ।கோ (kō) " ରାଜା"କୁ ବୁହାଉଥିବା ବେଳେ புறம் (puram) ବହିଃ ଭାଗକୁ ବୁଝାଉ ଥାଏ ଓ ଗୋପୁରମ  ସାଧାରଣତଃ " ଅବିନାଶଯୋଗ୍ୟ ମୁଖ୍ୟ ଦ୍ୱାର "କୁ ବୁଝାଇଥାଏ । [୪]

ସିଗଫ୍ରେଡ ଲେହନର୍ଦ କିନ୍ତୁ ଏହାକୁ ସଂସ୍କୃତ ଶବ୍ଦ ଗୋପୁରରୁ ଆସିଥିବା ଦାବି କରନ୍ତି । ଏହା ଦିତି ଶବ୍ଦ "ଗୋ " , ଗୋରୁ ବା ଆକାଶ , ଓ "ପୁର" ବା ସହରରୁ ହେଇଥିବାର ପ୍ରକାଶ କରନ୍ତି । [୫]

ସ୍ଥପତ୍ୟ କଳା  ସମ୍ପାଦନା

 
ଚେନ୍ନଇଠାରେ ମନ୍ଦିରର ଗୋପୁରମରେ ଥିବା ସ୍ଥପତ୍ୟ କଳା 

ଗୋପୁରମ ସାଧାରଣତଃ ଏକ ଆୟତ୍ତକାର ଆକୃତିର ନିର୍ମାଣ , ଯହିଁରେ ତଳ ସ୍ତରର ବିଶାଳ ଅଳଙ୍କୃତ କାଷ୍ଠ ନିର୍ମିତ ଦ୍ୱାର ରହି ,ଉପରକୁ ବହୁତକ ବିଶିଷ୍ଟ ନିର୍ମାଣ ଥାଏ । ଏହି ସ୍ତର କ୍ରମଶ ଶଙ୍କିର୍ଣ ହେଇ ସର୍ବୋଚ ସ୍ତରରେ ସମାନ୍ତରାଳ ନଳ ଆକୃତି ନେଇଥାଏ । ଏହି ନିର୍ମାଣ ଶୈଳୀ 10 ଶତାବ୍ଦୀରେ ନିର୍ମିତ ମହାବଳିପୁରମଠାରେ ଥିବା ଶୋର ମନ୍ଦିର ନିର୍ମାଣ ସାହା ଆରଭ ହେଇଥିବା ସ୍ଥଳେ 11 ଶ ଶତାବ୍ଦୀର ଥାଞ୍ଜାଭୁରର ବୃହଦେଶ୍ୱର ମନ୍ଦିର 2ଟି ବହୁତଲା ବିଶିଷ୍ଟ ଗୋପୁରମ ସହ ନିର୍ମିତ ହେଇଥିଲା । 13 ଶ ଶତାବ୍ଦୀ ମଧ୍ୟ ଭାଗରେ ନିର୍ମିତ ଚିଦମ୍ବରମଠାରେ ଥିବା ଥିଲଲାଇ ନଟରାଜ ମନ୍ଦିର  ରେ 4ଟି ଗୋପୁରମ ରହିଛି । [୬] ଏହି ଗୋପୁରମରେ ଅନେକ କାରୁ କାର୍ଯ୍ୟ  ରହିବା ସହ ହିନ୍ଦୁ ଦେବା ଦେବୀଙ୍କ ଚିତ୍ର କ୍ଷୋଦିତ ବା ନିର୍ମିତ ହେଇ ଉଜ୍ଜଳ ରଙ୍ଗଦ୍ୱାରା ସଜ୍ଜିତ ହେଇଥାଏ ।ତାମିଲନାଡୁସ୍ଥିତ ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିରରେ ଥିବା 243 ଫୁଟ ଉତ୍ଚ ଗୋପୁରମକୁ ଭାରତରେ ଥିବା ସର୍ବୋଚ ଗୋପୁରମ କୁହା ଯାଏ । [୭][ଆଧାର ଲୋଡ଼ା][୮]  

ପୁନଶ୍ଚ ଦେଖଣା  ସମ୍ପାଦନା

  • List of tallest Gopurams

ନୋଟ ସବୁ  ସମ୍ପାଦନା

  1. Ching, Francis D.K.; et al. (2007). A Global History of Architecture. New York: John Wiley and Sons. p. 762. ISBN 0-471-26892-5.
  2. Ching, Francis D.K. (1995). A Visual Dictionary of Architecture. New York: John Wiley and Sons. p. 253. ISBN 0-471-28451-3.
  3. Mitchell, George (1988). The Hindu Temple. Chicago: University of Chicago Press. pp. 151–153. ISBN 0-226-53230-5.
  4. S. Sundararajan (1991). Ancient Tamil country: its social and economic structure. Navrang.
  5. von Hinüber, Oskar, ed. (2007). Kleine Schriften (in German). Harrassowitz Verlag / Glasenapp-Stiftung. ISBN 9783447056199. Retrieved 5 February 2014. {{cite book}}: Missing |editor1= (help)CS1 maint: unrecognized language (link) CS1 maint: url-status (link)Missing |last1= in Editors list (help)
  6. Harle, 320-325
  7. Tamil Nadu is the tallest Gopuram in the world.
  8. http://www.indiamarks.com/tallest-gopurams-in-india/

ଆଧାର  ସମ୍ପାଦନା

Dallapiccola, Anna L. (2002). Dictionary of Hindu Lore and Legend. London: Thames & Hudson. ISBN 0-500-51088-1.

  • Harle, J.C., The Art and Architecture of the Indian Subcontinent, 2nd edn. 1994, Yale University Press Pelican History of Art, ISBN 0300062176

ବାହାର ଲିଙ୍କ  ସମ୍ପାଦନା