ଗୁପ୍ତେଶ୍ୱର

ଭାରତର ଏକ ହିନ୍ଦୁ ମନ୍ଦିର

ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ ।[୧]ସ୍ଥାନଟି କୋରାପୁଟଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର ।

ଗୁପ୍ତେଶ୍ୱର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀShiva
FestivalsMahashivaratri, Shravan
Location
ସ୍ଥାନOdisha
CountryIndia
ଗୁପ୍ତେଶ୍ୱର is located in Odisha
ଗୁପ୍ତେଶ୍ୱର
Location in Odisha
ଗୁପ୍ତେଶ୍ୱର is located in India
ଗୁପ୍ତେଶ୍ୱର
Location in India
ଭୌଗଳିକ ଅବସ୍ଥିତି18°49′21″N 82°10′02″E / 18.822571°N 82.167325°E / 18.822571; 82.167325
Architecture
TypeCave Temple
Veer Vikram Dev
Completedmid 17th century
Specifications
Temple(s)2
Elevation698.96 m (2,293 ft)

ବିଶେଷତା ସମ୍ପାଦନା

ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା 'Hidden God' ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା ।[୨]

ଆକର୍ଷଣ ସମ୍ପାଦନା

ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଛି । ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି ଏହି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶ ଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।

ପର୍ବ ସମ୍ପାଦନା

ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ ।

ଆବାସ ସମ୍ପାଦନା

ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିଭାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି ।

ଗମନାଗମନ ସମ୍ପାଦନା

ଯିବା ଆସିବା କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩ କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହନର ସୁବିଧା ରହିଛି ।

ଆଧାର ସମ୍ପାଦନା

  1. shaivam.org: Odisha Temples
  2. ରାଉଳ, ଜ୍ୟୋତ୍ସ୍ନା. ଶୈବପୀଠ ଗୁପ୍ତେଶ୍ୱର. Govt. of Odisha. pp. 71–72.
  • ଉତ୍କଳ ପ୍ରସଙ୍ଗ ସେପ୍ଟେମ୍ବର ୨୦୧୦