ଗର୍ଭାଶୟ କର୍କଟ (ଇଂରାଜୀ ଭାଷାରେ Uterine cancer, also known as womb cancer) ମାନବ ଜରାୟୁରେ (uterus) ଜାତ ହେଉଥିବା ଦୁଇ ପ୍ରକାର କର୍କଟ ରୋଗକୁ ବୁଝାଏ ।[୬] ଜରାୟୁରେ ଥିବା ଏପିଥେଲିଅମରୁ ଜାତ ହେଉଥିବା କର୍କଟକୁ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଓ ଅନ୍ୟାନ୍ୟ ସଂଯୋଗକାରୀ ତନ୍ତୁରୁ ଜାତ କର୍କଟ ରୋଗକୁ ଗର୍ଭାଶୟ ସାର୍କୋମା କୁହାଯାଏ ।[୧][୨] ଏହି ରୋଗରେ ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା ହୋଇପାରେ ।[୧] ଗର୍ଭାଶୟ ସାର୍କୋମା (uterine sarcoma) ହେଲେ ଅସାଧାରଣ ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି ହୋଇପାରେ ।[୨]

ଗର୍ଭାଶୟ କର୍କଟ
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣଏଣ୍ଡୋମେଟ୍ରିଆଲ କର୍କଟ: ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା। [୧]
ଗର୍ଭାଶୟ ସାର୍କୋମା: ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି[୨]
ବିପଦ କାରକଏଣ୍ଡୋମେଟ୍ରିଆଲ କର୍କଟ: ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ [୧]
ଗର୍ଭାଶୟ ସାର୍କୋମା: ପେଲଭିସରେ ରାଡିଏସନ ଥେରାପି (radiation therapy) [୨]
ଚିକିତ୍ସାଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy)[୧][୨]
Prognosis୮୧% ୫ ବର୍ଷ ବଞ୍ଚିବା ହାର 5 year survival (US)[୩]
ପୁନଃପୌନିକ୩.୮ ନିୟୁତ (୨୦୧୫)[୪]
ମୃତ୍ୟୁ ସାନ୍ଦ୍ରତା୯୦,୦୦୦ (୨୦୧୫)[୫]

ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ ଥିଲେ ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ସଙ୍କଟ ରହିପାରେ ।[୧] ପେଲଭିସରେ ରାଡିଏସନ ଥେରାପି (radiation therapy) ଦିଆଯାଇଥିଲେ ଗର୍ଭାଶୟ ସାର୍କୋମା ସଙ୍କଟ ରହିପାରେ ।[୨] ଏଣ୍ଡୋମେଟ୍ରିଆଲ ବାୟୋପ୍ସି endometrial biopsy କରି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିର୍ଣ୍ଣୟ କରାଯାଏ ।[୧] ଲକ୍ଷଣ, ପେଲଭିସ ପରୀକ୍ଷା (pelvic exam) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଗର୍ଭାଶୟ ସାର୍କୋମା ରୋଗ ନିର୍ଣ୍ଣୟ କରାଯାଏ ।[୨]

ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ଆରୋଗ୍ୟ କରାଯାଇପାରେ କିନ୍ତୁ ଗର୍ଭାଶୟ ସାର୍କୋମା ଚିକିତ୍ସା ଅତୀବ କଷ୍ଟସାଧ୍ୟ ।[୬] ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୧][୨] ରୋଗ ନିର୍ଣ୍ଣୟ ପରେ ୮୦%ରୁ ଅଧିକ ରୋଗୀ ୫ ବର୍ଷରୁ ଅଧିକ ସମୟ ବଞ୍ଚିଯାଆନ୍ତି ।[୩]

ସନ ୨୦୧୫ରେ ପ୍ରାୟ ୩.୮ ନିୟୁତ ଲୋକଙ୍କର ଏହି ରୋଗ ହୋଇ ୯୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୪][୫] ଏଣ୍ଡୋମେଟ୍ରିଆଲ କର୍କଟ ଏକ ଅପେକ୍ଷାକୃତ ସାଧାରଣ ରୋଗ କିନ୍ତୁ, ଗର୍ଭାଶୟ କର୍କଟ କ୍ୱଚିତ ହୁଏ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ କର୍କଟ ରୋଗର ୩.୫% ନୂଆ ରୋଗୀ ଅଟନ୍ତି ।[୩] ମହିଳାମାନେ ୫୫ରୁ ୭୪ ବର୍ଷ ବୟସ ମଧ୍ୟରେ ଏହି ରୋଗର ଶିକାର ହୁଅନ୍ତି ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Endometrial Cancer Treatment". National Cancer Institute (in ଇଂରାଜୀ). 26 April 2018. Retrieved 3 February 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Uterine Sarcoma Treatment". National Cancer Institute (in ଇଂରାଜୀ). 3 October 2018. Retrieved 3 February 2019.
  3. ୩.୦ ୩.୧ ୩.୨ ୩.୩ "Uterine Cancer - Cancer Stat Facts". SEER (in ଇଂରାଜୀ). Retrieved 3 February 2019.
  4. ୪.୦ ୪.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  5. ୫.୦ ୫.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  6. ୬.୦ ୬.୧ ୬.୨ "Uterine Cancer". National Cancer Institute (in ଇଂରାଜୀ). 1 January 1980. Retrieved 3 February 2019.


ଶ୍ରେଣୀବିଭାଗ