ଗର୍ଭଧାରଣ ସମୟରେ ଉପୁଜିଥିବା ସମସ୍ୟା

ଗର୍ଭବସ୍ଥାରେ ସାଧାରଣତଃ ସ୍ୱାସ୍ଥ୍ୟ ଜଡ଼ିତ ଅସୁବିଧା ହିଁ ବାଧା ସୃଷ୍ଟି କରିଥାଏ । ଗର୍ଭବସ୍ଥାର ପ୍ରଥମ ଭାଗରେ ୮୭%ରୁ ୯୪% ପର୍ଯ୍ୟନ୍ତ ମହିଳାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ରିପୋର୍ଟ କରାଯାଇଥାଏ[୧] । ଅଧିକ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା (୬ ମାସ ପରେ ସୃଷ୍ଟି ହୋଇଥିବା )୩୧% ମହିଳା ରିପୋର୍ଟ କରିଥାନ୍ତି । ଆମେରିକାରେ ଗର୍ଭବସ୍ଥା ସମୟରେ ୧.୬% ମହିଳାମାନଙ୍କର ଏବଂ କାନାଡ଼ାରେ ୧.୫ % ବାଧା ସୃଷ୍ଟି ହୋଇଥାଏ । ବର୍ତ୍ତମାନ ଗର୍ଭାବସ୍ଥା ମଧ୍ୟରେ ସୃଷ୍ଟି ହେଉଥିବା ବାଧାକୁ କମ କରିବା ପାଇଁ ଅନେକ ପ୍ରକାରର ଗବେଷଣା କରାଯାଉଛି। [୨] ୧୯୯୦ ମସିହାରେ ବିଶ୍ୱସ୍ତରରେ ଗର୍ଭବସ୍ଥାରେ ସୃଷ୍ଟି ହୋଇଥିବା ଜଟିଳତା ପାଇଁ ୩୭୭୦୦୦ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୩ ମସିହାରେ ତାହା କମ ହୋଇ ୨୯୩୦୦୦ରେ ପହଞ୍ଚିଥିଲା । ଗର୍ଭାବସ୍ଥା ସମୟରେ ହୋଇଥିବା ଅସୁବିଧା ମାନଙ୍କ ମଧ୍ୟରେ ମୁଖ୍ୟତଃ ମାତୃ ରକ୍ତସ୍ରାବ, ମାତୃ ସ୍ପେସିସ୍‌ ଏବଂ ଅନ୍ୟ ସଂକ୍ରମଣ ଗଭବେସ୍ଥା ସମୟରେ ହାଇପରଟେନସିଭ୍‌ ରୋଗ , ଅଧିକ ଶ୍ରମ , ଗର୍ଭବାତ , ଅପ୍ରାକୃତିକ ଗର୍ଭପାତ ଆଦି ରହିଛି ।[୩]ଗର୍ଭବସ୍ଥା ସମୟରେ ସୃଷ୍ଟି ହୋଇଥିବା ବାଧା ଏବଂ ସମସ୍ୟା ମଧ୍ୟରେ ସେତେ କିଛି ପାର୍ଥକ୍ୟ ରହିନାହିଁ । କାରଣ ପରବର୍ତ୍ତୀ ମୁହୁର୍ତ୍ତ ଏହା ମାତା ଏବଂ ଶିଶୁ ଉପରେ କିଛି ପ୍ରଭାବ ପକାଇ ନଥାଏ ଏବଂ ଦୈନନ୍ଦିନ ଗତିବିଧି ବହୁତ ସାଧାରଣ ହୋଇଥାଏ । କିନ୍ତୁ ବେଳେବେଳେ ଗୋଟେ ସାଧାରଣ ଭୁଲ ପାଇଁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ । ଉହାହରଣ ସ୍ୱରୁପ , ଗର୍ଭାବସ୍ଥା ସମୟରେ ବାନ୍ତି ହେବା ଏକ ସାଧାରଣ କଥା କିନ୍ତୁ ଯେତେବେଳେ ତାହା ଅଧିକରୁ ଅଧିକ ହୋଇଥାଏ ଶରୀରରେ ଜଳୀୟଅଂଶର ପରିମାଣ କମ ହେବାର ସମସ୍ୟା ଉପୁଜିଥାଏ । ଏହାକୁ ଗର୍ଭାବସ୍ଥା ସମସ୍ୟ ବା ବାଧା କୁହାଯାଇଥାଏ ।

ମାତୃତ୍ୱ ସମ୍ବନ୍ଧି ସମସ୍ୟା ସମ୍ପାଦନା

ନିମ୍ନରେ ଲେଖାଯାଇଥିବା ସମସ୍ୟା ସାଧାରଣତଃ ମାତୃତ୍ୱ ସମୟରେ ଦେଖାଯାଇଥାଏ ।

ଗର୍ଭବସ୍ଥା ମଧୁମେହ ସମ୍ପାଦନା

ଗର୍ଭବସ୍ଥା [[ମଧୁମେହ] ସେତେବେଳେ ହୋଇଥାଏ ଯେବେ ମହିଳା ଜଣେ ଶରିରରେ ଗର୍ଭବସ୍ଥା ସମୟରେ ଉଚ୍ଚ ରକ୍ତଶର୍କରାର ସ୍ତର ବୃଦ୍ଧି ପାଇଥାଏ । ହାଇପରମେସିସ୍‌ ଗ୍ରାବିଡ଼ମ : ବାରମ୍ବାର ତଥା ଅଧିକ ସମୟ ଧରି ବାଣ୍ଟି ହୋଇଥିଲେ ହାଇପରମେସିସ୍‌ ଗ୍ରାବିଡ଼ମ ସମସ୍ୟା ଦେଖାଯାଇଥାଏ । ଏହାଦ୍ୱାରା ଓଜନ କମ ହେବା ସହ ଶରୀରରେ ଜଳୀୟଅଂଶ କମ ହେବାର ଦେଖାଯାଇଥାଏ । ଅନ୍ୟ ରୋଗ ଅପେକ୍ଷା ଗର୍ଭବସ୍ଥା ସମୟରେ ଏହି ରୋଗ ୦.୫-୦.୨ ମହିଳାଙ୍କ ପାଖରେ ଦେଖିବାକୁ ମିଳିଥାଏ ।

ଉଚ୍ଚ ରକ୍ତଚାପ ସମ୍ପାଦନା

ଉଚ୍ଚରକ୍ତଚାପ ହେଉଛି ଗର୍ଭାବସ୍ଥା ସମୟର ମୁଖ୍ୟ ସମସ୍ୟା । -ପ୍ରିକ୍ଲମ୍ପେସିୟା =ଗର୍ଭାସ୍ଥଳୀରେ ଉଚ୍ଚରକ୍ତଚାପ , ପ୍ରୋଟିନଟିରିୟା(>୩୦୦ ମିଲିଗ୍ରାମ ), ଏବଂ ଏଡ଼୍ରିମା । ଗମ୍ବୀର ପ୍ରିକ୍ଲମ୍ପେସିୟାରେ ୧୬୦/ ୧୧୦ ରକ୍ତଚାପ ସାମିଲ ହୋଇଥାଏ । ଏହା ୫-୮ % ଗର୍ଭଧାରଣକୁ ପ୍ରଭାବିତ କରାଇଥାଏ । --ଗର୍ଭବିଧି ଉଚ୍ଚ ରକ୍ତଚାପ[୪] -ଏଚଏଲଏଲପି ସିଣ୍ଡୋମ = ହେମୋଲିଟିକ୍‌ ଏନିମିଆ , ଏଲିବରେଟେଡ଼ ଯକୃତ ଏନଜାଇମ୍‌ ଏବଂ କମ ପ୍ୟାଲେଟ ଗଣନା । ଗର୍ଭବସ୍ଥା ସମୟରେ ପ୍ରାୟତଃ ୦.୫-୦.୯% ଏହା ଦେଖିବାକୁ ମିଳିଥାଏ । -ଗର୍ଭବସ୍ଥା ସମୟରେ ବେଳେବେଳେ ଅକ୍ୟୁଟି ଫ୍ୟାଟି ଲିଭର ଦେଖାଯାଇଥାଏ ।ଏହା ୧୫୦୦୦ ଗର୍ଭଧାରଣ ମଧ୍ୟରେ ପ୍ରାୟ ୭୦୦୦ ଜଣଙ୍କୁ ହୋଇଥାଏ ।

ଏମୋନିଆ ସମ୍ପାଦନା

ଗର୍ଭାବସ୍ଥାର ତୃତୀୟ ଭାଗରେ ହିମୋଗ୍ଲୋବିନ୍‌ର ମାତ୍ରା କମ ହୋଇଥାଏ । ସଂଯୁକ୍ତରାଷ୍ଟ୍ର ଅନୁଯାୟୀ , ଦୁନିଆରେ ପ୍ରାୟ ଗର୍ଭବତୀ ମହିଳାଙ୍କ ଅଧାରୁ ଅଧିକ ମହିଳା ଏମୋନିଆ ଗ୍ରସ୍ତ ହୋଇଥାନ୍ତି । ଗର୍ଭବସ୍ଥା ସମୟରେ ମହିଳାଙ୍କ ମଧ୍ୟରେ ଅଧିକ ଏମୋନିଆ ବର୍ଦ୍ଦିତ ରୋଗ ୧୮% ସାଉଥଏସିଆରେ ଦେଖାଯାଇଥାଏ । ଏନିମିଆର ଗମ୍ଭିର ରୋଗର ଉପଚାର ଆଇରନ ଖାଦ୍ୟ , ଓରାଲ ଆଇରନ ଔଷଧ କିମ୍ବା ପାରେଣ୍ଟେରାଲ ଆଇରନଦ୍ୱାରା ହୋଇଥାଏ ।[୫]

ସଂକ୍ରମଣ ସମ୍ପାଦନା

ଗର୍ଭବସ୍ଥା ସମୟରେ ମହିଳାଙ୍କୁ ଅଧିକ ମାତ୍ରାର ସଂକ୍ରମଣ ହୋଇଥାଏ । ଗର୍ଭାବସ୍ଥା ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ଥିବା ହେତୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଖାସ କରି ମୃତ୍ରାଶୟ ଏବଂ ପରିସ୍ରା ସ୍ଥାନରେ ଅଧିକ ପ୍ରକାର ସଂକ୍ରମର ହେଉଥିବାର ଦେଖାଯାାଇଥାଏ । [୬]ଏହି ସମୟରେ ହୋଇଥିବା ସଂକ୍ରମଣ ମାନଙ୍କ ମଧ୍ୟରେ ଇନଫ୍ଲୁଏନଜା , ହେପାଟାଟିସ ଇ , ହରପସ ସିମପିଲ୍ସ ଏବଂ ମ୍ୟାଲେରିଆ ହୋଇଥାଏ । ଏହା ଛଡ଼ା କିଛି ଜଣଙ୍କ ପାଖରେ ମିଜିଲସ୍‌ , ସ୍ମଲପକ୍ସ, ବାରିସିଲା ଏବଂ ମସଟିଟାଇସ ଏବଂ ଇଫ୍ଲାମେସନ ଆଦି ୨୦ % ମହିଳାଙ୍କ ପାଖରେ ଦେଖାଯାଇଥାଏ । [୭]

ଭୃଣ ଏବଂ ଗର୍ଭାଶୟ ସମ୍ବନ୍ଧିୟ ସମସ୍ୟା ସମ୍ପାଦନା

ଗର୍ଭାବସ୍ଥା ସମୟରେ ଏହି ସମସ୍ୟା ବହୁତ କମ ଦେଖାଯାଇଥାଏ ଏହାଦ୍ୱାରା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସଙ୍କଟ ଦେଖାଯାଇଥାଏ । -ଆକ୍ଟପିକ ଗର୍ଭାବସ୍ଥା = ଏହା ସାଧାରଣତଃ ଯେଉଁ ମହିଳାମାନେ ଅଧିକ ମାତ୍ରାରେ ଧ୍ରୂର୍ମପାନ, କମ ବୟସରେ ଯୌନ ସଂପର୍କ ସ୍ଥାପନ ଆଦି କ୍ଷେତ୍ରରେ ଦେଖାଯାଇଥାଏ ।

ଗର୍ଭପାତ ସମ୍ପାଦନା

ଗର୍ଭପାତ ସାଧାରଣତଃ ଗର୍ଭବତୀ ହେବାର ୨୦ ସପ୍ତାହ ମଧ୍ୟରେ ହୋଇଥାଏ । [୮] ପ୍ରସବ ସମୟରେ ହୋଇଥିବା ସମସ୍ୟା : - ପ୍ରସବ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ । ନିମ୍ନ ସ୍ତରରେ ୫୦୦ ମିଲି ହୋଇଥିବା ବେଳେ ଅଧିକ ୧୦୦୦ ମିଲି ହୋଇଥାଏ ।

ପିଲଭିକ୍‌ ଓରଗାନ ପ୍ରୋଲାପସି ସମ୍ପାଦନା

ପ୍ରସବ ସମୟରେ ୟୁଟ୍ରେସ, ରେକ୍ଟମ ଏବଂ ବ୍ରାଡ଼ରକୁ ନେଇ ସୃଷ୍ଟି ହୋଇଥିବା ଅସୁବିଧା ।

ଗର୍ଭାବସ୍ଥାର ସାଧାରଣ ସମସ୍ୟା ସମ୍ପାଦନା

ଅଧିକ ବୟସ ହୋଇଥିବା ବେଳେ ଗର୍ଭଧାରଣ କିମ୍ବା କମ ବୟସରେ ଗର୍ଭଧାରଣ କଲେ ସମସ୍ୟା ଦେଖାଯାଏ । [୯] କମ କିମ୍ବା ଅଧିକ ଓଜନ ରହିଥିଲେ । ଅଧିକ ଥର ଗର୍ଭପାତ କରିବା । ମାସିକ ଧର୍ମ ସମୟରେ ବାଧା ହେବ । ଶିଶୁଟି ଅପେକ୍ଷାକୃତ ଛୋଟ କିମ୍ବା ବଡ଼ ରହିବା ।

ଆଧାର ସମ୍ପାଦନା

  1. Glazener CMA, Abdalla M, Stroud P, Naji S, Templeton A, Russell IT. Postnatal maternal morbidity: Extent, causes, prevention and treatment. Br J Obstet Gynaecol 1995; 102:282–7.Glazener Cathryn M. A., Abdalla Mona, Stroud Patricia, Templeton Allan, Russell Ian T., Naji Simon (1995). "Archived copy". BJOG: An International Journal of Obstetrics and Gynaecology. 102: 282–287. doi:10.1111/j.1471-0528.1995.tb09132.x. Archived from the original on 2016-03-06. Retrieved 2015-07-08.{{cite journal}}: CS1 maint: archived copy as title (link) CS1 maint: multiple names: authors list (link)
  2. name="Borders 2006">Borders, N. (2006). After the afterbirth: a critical review of postpartum health relative to method of delivery. Journal of Midwifery & Women's health, 51(4), 242-248."Archived copy". Archived from the original on 2015-05-11. Retrieved 2015-07-08.{{cite web}}: CS1 maint: archived copy as title (link)
  3. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385: 117–71. doi:10.1016/S0140-6736(14)61682-2. PMC 4340604. PMID 25530442. |Supplementary Appendix Page 190 {{cite journal}}: |first1= has generic name (help); External link in |quote= (help)CS1 maint: numeric names: authors list (link)
  4. Villar J, Say L, Gulmezoglu AM, Meraldi M, Lindheimer MD, Betran AP, Piaggio G; Eclampsia and pre-eclampsia: a health problem for 2000 years. In Pre-eclampsia, Critchly H, MacLean A, Poston L, Walker J, eds. London, RCOG Press, 2003, pp 189-207.
  5. Wang S, An L, Cochran SD (2002). "Women". In Detels R, McEwen J, Beaglehole R, Tanaka H (eds.). Oxford textbook of public health (4th ed.). Oxford University Press. pp. 1587–601.
  6. name="KourtisRead2014">Kourtis, Athena P.; Read, Jennifer S.; Jamieson, Denise J. (2014). "Pregnancy and Infection". New England Journal of Medicine. 370 (23): 2211–2218. doi:10.1056/NEJMra1213566. ISSN 0028-4793.
  7. Kaufmann R.; Foxman B. (1991). "Mastitis among lactating women: occurrence and risk factors". Social Science & Medicine. 33 (6): 701–705. doi:10.1016/0277-9536(91)90024-7. PMID 1957190.
  8. "Miscarriage". NHS Choice. NHS. Archived from the original on 2017-02-15. Retrieved 2017-02-13.
  9. "Health problems in pregnancy". Medline Plus. US National Library of Medicine. Archived from the original on 2013-08-13.