ଓଡ଼ିଶାରେ ଗଙ୍ଗବଂଶର ଉତ୍ପତି ଓ ରାଜତ୍ୱ ଅନେକ ରାଜନୈତିକ ଘଟଣାର ସମାହାର ଥିଲା । [୧] ସୋମବଂଶର ଶେଷ ରାଜାମାନଙ୍କର ଦୁର୍ବଳ ଶାସନ ଯୋଗୁଁ ଓଡ଼ିଶାରେ ଅରାଜକତ ଓ ରାଜନୈତିକ ଅଧାପତନ ଆରମ୍ଭ ହୋଇଥିଲା । ଗଙ୍ଗବଂଶର ଉତ୍ପତି ଦକ୍ଷିଣାତ୍ୟ କଳିଙ୍ଗ ଦେଶରେ ପ୍ରାୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ ହୋଇଥିଲା ।[୨] ତାହା ପୂର୍ବ ଗଙ୍ଗ ବଂଶ ନାମରେ ପରିଚିତ ଥିଲା । ଏହି ବଂଶର ରାଜ ପ୍ରଥମ ଇନ୍ଦ୍ର ବର୍ମନ ପରାକ୍ରମଶାଳୀ ହୋଇ ନିଜକୁ ତ୍ରୀକଳିଙ୍ଗାଧିପତି ଉପାଧିରେ ଭୂଷିତ କରାଇ କଳିଙ୍ଗ ନଗରଠାରେ ରାଜଧାନୀ ସ୍ଥାପନ କରି ନିରବଛିନ୍ନ ଭାବରେ ଶାସନ କରିଥିଲେ । ଏହା ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ରାଜ୍ୟର୍ରେ ଅବସ୍ଥିତ ମୁଖଲିଙ୍ଗମ୍ ଅଟେ । ସେଠାରେ ସେହି ପୂର୍ବ ଗଙ୍ଗବଂଶ ରାଜାମାନେ ରାଜନୈତିକ ଘାତ ପ୍ରତିଘାତ ମଧ୍ୟରେ ଏକାଦଶ ଶତବ୍ଦୀ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏକାଦଶ ଶତବ୍ଦୀରେ ରାଜ ପଞ୍ଚମ ବଜ୍ରହସ୍ତ କଳିଙ୍ଗ ଇତିହାସକୁ ନୂତନ ମୋଡ ଦେଇଥିଲେ । ତାଙ୍କ ସମୟରେ କଳିଙ୍ଗର ରାଜ୍ୟ ବିସ୍ତାର ଓ ପ୍ରଶାସନିକ ଦୃଢିକରଣ ହୋଇଥିଲା । ତାଙ୍କର ଉତ୍ତରାଧିକାରୀ ରାଜ ରାଜରାଜ ଦେବ ମଧ୍ୟ ଜଣେ ସାମ୍ରାଜ୍ୟବାଦୀ ଶାସକ ଥିଲେ । ସେ ଚୋଳ, ଉତ୍କଳ, କିମିଡ, କୋଶଳ ଆଦି ରାଜମାନଙ୍କୁ ପରାଜିତ କରି ଓ ବୈବାହିକ ସମ୍ପର୍କ ରଖି ଏକ ବିଶାଳ ସାମ୍ରାଜ୍ୟ ଗଢିଥିଲେ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ସୋମନଂଶୀ ଶାସକମାନଙ୍କର ଦୁର୍ବଳତା ଓ ଅପାରଗତାର ସୁଯୋଗ ନେଇ ଅନନ୍ତ ବର୍ମନ ଚୋଡଗଙ୍ଗ ଦେବ ପ୍ରାୟ ଖ୍ରୀ:ଅ: ୧୦୭୭ ବେଳକୁ ଓଡ଼ିଶାର ଗଙ୍ଗବଂଶର ସାମ୍ରାଜ୍ୟ ପ୍ରତିଷ୍ଠା ଆରମ୍ଭ କରିଥିଲେ । ତେଣୁ ସେ ଓଡ଼ିଶାର ଗଙ୍ଗ ସାମ୍ରାଜ୍ୟର ନିର୍ମାତ ଅଟନ୍ତି । ପୂର୍ବ ଗଙ୍ଗବଂଶର ଦାୟଦଭାବେ ଅନନ୍ତବର୍ମନ ଚୋଡଗଙ୍ଗ ଦେବ ଓଡ଼ିଶାରେ ସାମ୍ରାଜ୍ୟବାଦୀ ଗଙ୍ଗବଂଶର ସ୍ଥାପୟିତା ଥିଲେ । ଖ୍ରୀ:ଅ: ୧୦୭୬ରେ ଅନନ୍ତବର୍ମନ ଚୋଡଗଙ୍ଗ ଦ୍ଦେବଙ୍କ ରାଜତ୍ୱ ଆରମ୍ଭ କାଳଠାରୁ ସାମ୍ରଜ୍ୟବାଦୀ ଗଙ୍ଗବଂଶର ଉତଥାନ ଆରମ୍ଭ ହୋଇ ନରସିଂହ ପ୍ରଥମଙ୍କ ରାଜତ୍ୱ କାଳରେ ଯଥା- ଖ୍ରୀ:ଅ: ୧୨୩୮ରେ ତାହ ଶୀର୍ଷ ସ୍ଥାନକୁ ସ୍ପର୍ଶ କରିଥିଲା । କାଳକ୍ରମେ ଏହି ବଂଶର ଶେଷ ନରପତି ଚତୁର୍ଥ ଭାନୁଦେବଙ୍କ ରାଜତ୍ୱ କାଳରେ ଯଥା ୧୪୩୪ ମସିହା ବେଳକୁ ଏହି ବଂଶର ଅବସାନ ଘଟିଥିଲା । [୩]

ଗଙ୍ଗ ବଂଶର ମୁଦ୍ରା

ଗଙ୍ଗ ରାଜତ୍ୱ କଳିଙ୍ଗ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ରାଜବଂଶର ବିଶେଷତ୍ୱ ଏହି ଯେ ମଧ୍ୟଯୁଗ ଭାରତର ଘୋର ଦୁର୍ଦ୍ଦିନ ସମୟରେ ଏହି ବଂଶର ରାଜମାନେ ପରାକ୍ରମଶାଳୀ ହୋଇ ରାଜ୍ୟଜୟ, ହିନ୍ଦୁଧର୍ମ, କଳା, ସ୍ଥାପତ୍ୟର ପୃଷ୍ଠପୋଷକତା କରି ଅସାଧାରଣ କୃତିତ୍ୱର ପରିଚୟ ଦେଇଥିଲେ । ସୁଲତାନ୍ ମାମୁଦଙ୍କ ଭାରତର ଅଧିକାର ସମୟଠାରୁ ମହମ୍ମଦ୍ ଘୋରୀଙ୍କ ଭାରତ ଆକ୍ରମଣ ସମୟକାଳ ପର୍ଯ୍ୟନ୍ତ ଓଡ଼ିଶାରେ ଏକ ଶକ୍ତିଶାଳୀ ସ୍ୱଧୀନ ହିନ୍ଦୁ ରାଜ୍ୟ ଅନନ୍ତବର୍ମ ଚୋଡଗଙ୍ଗ ଦେବଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ଏହା ଗଙ୍ଗାଠାରୁ ଗୋଦାବରୀ ପଯ୍ୟନ୍ତ ବିସୃତ ଥିଲା । ଗଙ୍ଗ ରାଜାମାନେ ଦକ୍ଷତାର ସହ ମୁସଲମାନମାନଙ୍କ ଆକ୍ରମଣକୁ ପ୍ରତିହତ କରିଥିଲେ । ଉତ୍ତର ଓ ଦକ୍ଷିଣ ଭାରତର ଅନେକ ହିନ୍ଦୁ ସ୍ଥାପତ୍ୟ ଓ ଦେବାଳୟ ଧୂଲିସାତ ହେଉଥିବା ବେଳେ ସେହି ଯୁଗରେ ଓଡ଼ିଶାର ଗଙ୍ଗ ରାଜାମାନେ ପୃଥିବୀ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ଏହି ସମୟରେ ଓଡ଼ିଶାକୁ ହିନ୍ଦୁଧର୍ମ ଓ ସଂସ୍କୃତିର ଏକ ପ୍ରଧାନ ପୀଠ ରୂପେ ପରିଣତ କରି ଓଡ଼ିଶା ଇତିହାସରେ ଗଙ୍ଗବଂଶ ଏକ ଉଲ୍ଲେଖ ଯୋଗ୍ୟ ସ୍ଥାନ ଅଧିକାର କରିଥିଲା । ବିଭିନ୍ନତା ଓ ବିଭେଦତା ମଧ୍ୟରେ ଏକତା ସ୍ଥାପନ କରି ଓଡ଼ିଶାକୁ ଗୌରବ ବିମଣ୍ଡିତ କରିବା ଗଙ୍ଗବଂଶର ରାଜାମାନଙ୍କର ପାରଦର୍ଶିତା ପ୍ରକଶ କରିଥିଲା ।

ଗଙ୍ଗବଂଶର ଉତଥାନ ଓ ପତନର ଇତିହାସ ଦ୍ରାକ୍ଷାରାମ ମନ୍ଦିର ଅନୁଶାସନ, କେନ୍ଦୁଲି ପତ, କୋରଣୀ ତାମ୍ର ଫଳକ, ନଗରୀ ତାମ୍ର ଫଳକ, କେନ୍ଦୁ ପାଟଣା ଫଳକ, ଜଗନ୍ନାଥ ମନ୍ଦିର ଅନୁଶାସନ, ରୋକାଣୀ ଅନୁଶାସନ, କାଞ୍ଚିପୁରମ୍ ଅନୁଶାସନ, କପିଳାସ ଅନୁଶାସନ, କାମର୍ଣବ ତାମ୍ର ଫଳକ ଇତ୍ୟଦିରୁ ଜଣାପଡେ । ତାବକ୍-ଇ-ନାସିରୀ, ତାବକ୍-ଇ-ଫିରୋଜ୍ ସାହି, ରାମଚରିତ ଇତ୍ୟାଦି ଗ୍ରନ୍ଥରୁ ଆମେ ଗଙ୍ଗବଂଶର ଇତିହାସ ଓ ରାଜତ୍ୱ ବିଷୟରେ ଅବଗତ ହେଉ ।


ଗଙ୍ଗବଂଶର ବଂଶାବଳୀ (ଖ୍ରୀ:ଅ: ୧୦୩୮-୧୪୩୪) ସମ୍ପାଦନା

 
 
 
 
 
 
 
 
 
 
ଅନନ୍ତବର୍ମନ ବଜ୍ରହସ୍ତ ପଞ୍ଚମ(ଖ୍ରୀ:ଅ: ୧୦୩୮-୧୦୬୯)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଦେବେନ୍ଦ୍ରବର୍ମନ ରାଜରାଜ ପ୍ରଥମ(ଖ୍ରୀ:ଅ: ୧୦୬୯-୧୦୭୭)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅନନ୍ତବର୍ମନ ଚୋଡଗଙ୍ଗ ଦେବ(ଖ୍ରୀ:ଅ:୧୦୭୬-୧୧୪୭), ପରମାର୍ଦ୍ଧି ଦେବ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅନଙ୍ଗଭୀମ ଦେବ, ରାଘବ, ରାଜରାଜ ଦ୍ୱିତୀୟ, କାମାର୍ଣେଭ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ରାଜରାଜ ତୃତୀୟ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅନଙ୍ଗଭୀମ ଦେବ ତୃତୀୟ (ଖ୍ରୀ:ଅ: ୧୨୧୧-୧୨୩୮)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନରସିଂହ ଦେବ, ପ୍ରଥମ (ଖ୍ରୀ:ଅ: ୧୨୩୮-୧୨୬୪)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଭାନୁଦେବ ପ୍ରଥମ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନରସିଂହ ଦେବ ଦ୍ୱିତୀୟ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଭାନୁଦେବ ଦ୍ୱିତୀୟ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନରସିଂହ ଦେବ ତୃତୀୟ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଭାନୁଦେବ ତୃତୀୟ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନରସିଂହ ଦେବ ଚତୁର୍ଥ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ନିଶଙ୍କ ଭାନୁଦେବ(ଖ୍ରୀ:ଅ: ୧୪୧୪-୧୪୩୪)

ଆଧାର ସମ୍ପାଦନା

  1. "ଓଡ଼ିଶା ଇତିହାସ". i4 Technologies.in. Archived from the original on 26 March 2015. Retrieved 17 September 2015.
  2. "ଓଡ଼ିଶା ଇତିହାସ-ଗଙ୍ଗବଂଶ". OdishaDairy.tv. Archived from the original on 23 September 2014. Retrieved 17 September 2015.
  3. "ଓଡ଼ିଶା ଇତିହାସ ଓ ସାମ୍ରାଜ୍ୟ". Kessler Associates. Retrieved 17 September 2015.