କ୍ଲାମିଡିଆ ସଂକ୍ରମଣ

ଯୌନ‌କ୍ରିୟା ସମ୍ପର୍କୀୟ ସଂକ୍ରମଣ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁ ଯୋଗୁ ସଂକ୍ରମିତ ହୁଏ ।

କ୍ଲାମିଡିଆ ସଂକ୍ରମଣ ବା ସାଧାରଣ ଭାବରେ କୁହାଯାଉଥିବା କ୍ଲାମିଡିଆ ଏକ ଯୌନ ସଞ୍ଚାରିତ ସଂକ୍ରମଣ ଯାହା କ୍ଲାମିଡିଆ ଟ୍ରାକୋମାଟିସ୍ ନାମକ ଏକ ପ୍ରକାର ଜୀବାଣୁଦ୍ୱାରା ସଞ୍ଚାରିତ ହୁଏ । [୧] ଏହାଦ୍ୱାରା ସଂକ୍ରମିତ ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସଂକ୍ରମିତ ହେବାର କିଛି ସପ୍ତାହ ପରେ ଲକ୍ଷଣ ବାହାରିପାରେ । ମହିଳାଙ୍କର ଲକ୍ଷଣ ମଧ୍ୟରେ ଯୌନାଙ୍ଗରୁ କ୍ଷରଣ ଓ ପରିସ୍ରା କଲାବେଳେ ଜଳାପୋଡ଼ା ହୁଏ । ପୁରୁଷଙ୍କ ଲକ୍ଷଣ ମଧ୍ୟରେ ଲିଙ୍ଗରୁ କ୍ଷରଣ, ପରିସ୍ରା ଜଳାପୋଡ଼ା ଓ ଅଧିମୁଷ୍କ ପ୍ରଦାହ (ଗୋଟିଏ ବା ଦୁଇଟି ଟେସ୍ଟିକ୍ଲ ଫୁଲିଯାଏ ଓ ଯନ୍ତ୍ରଣା) ହୁଏ ।[୨] ମହିଳାଙ୍କ କ୍ଷେତ୍ରରେ ଏହି ସଂକ୍ରମଣର ଉର୍ଦ୍ଧଗତି ହୋଇ ପେଲଭିକ ପ୍ରଦାହ ରୋଗ ହୋଇପାରେ ଓ ଅବଶେଷରେ ବନ୍ଧ୍ୟାତ୍ୱ ବା ଅସ୍ଥାନିକ ଗର୍ଭ ହୋଇପାରେ ।[୩] ଆଖିରେ ବାରମ୍ବାର ସଂକ୍ରମଣ ହୋଇ ଅଣଚିକିତ୍ସିତ ହେଲେ ଟ୍ରାକୋମା ରୋଗ ହୁଏ ଯାହା ବିକାଶଶୀଳ ଦେଶମାନଙ୍କରେ ଅନ୍ଧତ୍ୱର ଏକ ମୂଖ୍ୟ କାରଣ । [୪]

କ୍ଲାମିଡିଆ
ପାପ ସ୍ମିଅରରେ ଜୀବାଣୁ କ୍ଲାମିଡିଆ ଟ୍ରାକୋମାଟିସ୍ ଦେଖାଯାଉଛି ।(H&E stain)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ , ସ୍ତ୍ରୀରୋଗ, ୟୁରୋଲୋଜି
ଆଇସିଡ଼ି-୧୦A55.-A56.8, A70.-A74.9
ଆଇସିଡ଼ି-୯-ସିଏମ୍099.41, 483.1
ରୋଗ ଡାଟାବେସ2384
ଇ-ମେଡ଼ିସିନmed/340
MeSHD002690

କ୍ଲାମିଡିଆ ସଂକ୍ରମଣ ପ୍ରାକୃତିକ ଓ ଅପ୍ରାକୃତିକ (‌ମୁଖ ଓ ମଳଦ୍ୱାର) ଯୌନ ସଙ୍ଗମ ସମୟରେ ବିସ୍ତାର ଲାଭ କରେ; ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହୋଇପାରେ ।[୨] ପରିଚ୍ଛନତା ଓ ଶୁଚିତ୍ୱ ଅଭାବ ଥିଲେ ବ୍ୟକ୍ତିଗତ ସଂସ୍ପର୍ଶ, ମାଛି ଓ ସଂକ୍ରମିତ ତଉଲିଆ ସଂକ୍ରମଣରେ ସାହାଯ୍ୟ କରନ୍ତି ।[୪] କ୍ଲାମିଡିଆ ଟ୍ରାକୋମାଟିସ୍ କେବଳ ମନୁଷ୍ୟଠାରେ ଦେଖାଯାଆନ୍ତି । [୫] ଅଧିକ ସଙ୍କଟାପନ୍ନ ଲୋକ, ୨୫ ବର୍ଷ ବୟସ ମଧ୍ୟରେ ଯୌନ ସମ୍ଭୋଗ କରୁଥିବା ମହିଳାଙ୍କର ବାର୍ଷିକ ସ୍କ୍ରୀନିଙ୍ଗ ପରୀକ୍ଷାପ୍ରିନାଟାଲ ପରୀକ୍ଷା ସମୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨][୩] ପରିସ୍ରା, ଯୌନାଙ୍ଗ ବା ମୂତ୍ରନଳୀରୁ ସ୍ୱାବ ନେଇ ପରୀକ୍ଷା କରାଯାଏ। [୩] ମଳଦ୍ୱାର ଓ ପାଟିରୁ ମଧ୍ୟ ସ୍ୱାବ୍ ନେଇ ପରୀକ୍ଷା କରାଯାଏ ।[୩]

ଏହି ରୋଗର ପ୍ରତିଷେଧ ନିମନ୍ତେ ଯୌନ ସମ୍ଭୋଗ ବନ୍ଦ କରିବା ଉଚିତ୍, ଯଦି ସମ୍ଭୋଗ ବନ୍ଦ ନ କରିହୁଏ ତେବେ କଣ୍ଡୋମ ବ୍ୟବ‌ହାର କରି ସମ୍ଭୋଗ କରିବା ବା ସଂକ୍ରମିତ ନ ହୋଇଥିବା ବ୍ୟକ୍ତି ସ‌ହିତ ସମ୍ଭୋଗ କରିବା ଉଚିତ ।[୨] ଆଜିଥ୍ରୋମାଇସିନ ବା ଡକ୍ସିସାଇକ୍ଲିନ ଭଳି ଆଣ୍ଟିବାୟୋଟିକ ନେଲେ ଏହି ରୋଗ ଆରୋଗ୍ୟ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏରିଥ୍ରୋମାଇସିନ ବା ଆଜିଥ୍ରୋମାଇସିନ ଦେବାକୁ ସୁପାରିସ କରାଯାଏ । ସଂକ୍ରମିତ ବ୍ୟକ୍ତି ଚିକିତ୍ସା ଆରମ୍ଭ କରି ୭ ଦିନ ବା ଲକ୍ଷଣହୀନ ହେବା ପର୍ଯ୍ୟନ୍ତ ଯୌନ ସମ୍ଭୋଗ ନ କରିବା ଉଚିତ ଓ ନିଜର ଯୌନ ସାଥୀକୁ ମଧ୍ୟ ଚିକିତ୍ସା କରିବା ଉଚିତ । ଗନେରିଆ, ସିଫିଲିସ୍, ଓ ଏଚ ଆଇ ଭି ରୋଗ ନିମନ୍ତେ ସଂକ୍ରମିତ ବ୍ୟକ୍ତି ପରୀକ୍ଷା କରିବା ଉଚିତ୍ । ଚିକିତ୍ସା ସରିବାର ୩ମାସ ପରେ ଆଉ ଥରେ ଏହି ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ।[୩]

ସାରା ପୃଥିବୀରେ କ୍ଲାମିଡିଆ ଏକ ସାଧାରଣ ଯୌନ ସଞ୍ଚାରିତ ରୋଗ ।[୬] ସନ ୨୦୧୩ରେ ସମୁଦାୟ ୧୪୧ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[୭] ସନ ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୧.୪ ନିୟୁତ ରୋଗ ହୋଇଥିବା ରିପୋର୍ଟ ହୋଇଥିଲା ।[୧] ୧୫ରୁ ୨୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ସାଧାରଣତଃ ହୁଏ ଓ ମହିଳାମାନଙ୍କୁ ଅଧିକ ହୁଏ ।[୧][୩] ଏହି ରୋଗ ଯୋଗୁ ସନ ୨୦୧୩ରେ ୧୧୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୮] କ୍ଲାମିଡିଆ ଶବ୍ଦ The word "chlamydia" is from the Greek, χλαμύδα ଶବ୍ଦରୁ ଆସିଛି ଯାହାର ଅର୍ଥ ଆବରଣ ("cloak") ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "2014 Sexually Transmitted Diseases Surveillance Chlamydia". November 17, 2015. Retrieved 10 June 2016.
  2. ୨.୦ ୨.୧ ୨.୨ ୨.୩ "Chlamydia - CDC Fact Sheet". CDC. May 19, 2016. Retrieved 10 June 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "2015 Sexually Transmitted Diseases Treatment Guidelines". CDC. June 4, 2015. Retrieved 10 June 2016.
  4. ୪.୦ ୪.୧ "CDC - Trachoma, Hygiene-related Diseases, Healthy Water". Center For Disease Control. December 28, 2009. Retrieved 2015-07-24.
  5. Graeter, Linda (2014). Elsevier's Medical Laboratory Science Examination Review. Elsevier Health Sciences. p. 30. ISBN 9780323292412.
  6. "Sexually transmitted infections (STIs) Fact sheet N°110". who.int. December 2015. Retrieved 10 June 2016.
  7. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  8. GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  9. Stevenson, Angus (2010). Oxford dictionary of English (3rd ed. ed.). New York, NY: Oxford University Press. p. 306. ISBN 9780199571123. Retrieved 10 June 2016. {{cite book}}: |edition= has extra text (help)