କ୍ରୀତି ସନନ

ଭାରତୀୟ ଅଭିନେତ୍ରୀ

‌କ୍ରୀତି ସନନ‌ (ଜନ୍ମ: ୨୭ ଜୁଲାଇ ୧୯୯୦)[୩] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[୪][୫][୬] କ୍ରୀତି ମଡେଲିଂ ଆରମ୍ଭ କରିବା ପରେ ସୁକୁମାରଙ୍କର ଚଳଚ୍ଚିତ୍ର ‌୧: ନେନୁ ଓକ୍କାଡ଼ିନେ‌ରେ ମହେଶ ବାବୁଙ୍କ ସ‌ହ ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବା ପରେ କ୍ରୀତି ହିନ୍ଦୀ କଥାଚିତ୍ର ‌ହିରୋପନ୍ଥୀ‌ରେ ନାୟକ ଟାଇଗର ଶ୍ରଫଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ । କ୍ରୀତି ତାଙ୍କର ପ୍ରଥମ ଚଳଚ୍ଚିତ୍ରର ଅଭିନୟ ପାଇଁ ଫିଲ୍ମ‌ଫେୟାରର ଶ୍ରେଷ୍ଠ ନବାଗତା ନାୟିକା ସମ୍ମାନ ପାଇଥିଲେ ।[୭][୮][୯] ଏହା ପରେ କ୍ରୀତି କିଛି ତେଲୁଗୁ ଏବଂ ‌ଦିଲ୍‌ୱାଲେ‌ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୧୦]

କ୍ରୀତି ସନନ
କ୍ରୀତି ସନନ
ଜନ୍ମ (1990-07-27) ୨୭ ଜୁଲାଇ ୧୯୯୦ (ବୟସ ୩୩)[୧][୨]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୧୪–ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

କ୍ରୀତି ୨୭ ଜୁଲାଇ ୧୯୯୦ରେ ଦୀଲ୍ଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ରାହୁଲ ସନନ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଏବଂ ମାତା ଜଣେ ଗୀତା ସନନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ।[୧୧][୩] କ୍ରୀତି ସନନଙ୍କର ଜଣେ ସାନ ଭଉଣୀ ଅଛନ୍ତି, ନୁପୂର ସନନ । କ୍ରୀତି ଆର୍.କେ. ପୁରମ୍‌ର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ବୈଦୁତିକ ଯୋଗାଯୋଗରେ ସ୍ନାତକ ହାସଲ କରିଥିଲେ ।[୧୨][୧୩]

ଅଭିନୟ ଜୀବନ ସମ୍ପାଦନା

କ୍ରୀତି ୨୦୧୪ରେ ସୁକୁମାରଙ୍କର ତେଲୁଗୁ କଥାଚିତ୍ର ‌୧: ନେନୁ ଓକ୍କାଡ଼୍‌ନି‌ରେ ମହେଶ ବାବୁଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।[୧୪] ଏହା ପରେ ସେ ନାୟକ ଟାଇଗର ଶ୍ରଫଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ହିରୋପନ୍ଥୀ‌ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ କ୍ରୀତିଙ୍କର ଅଭିନୟ ପାଇଁ ତାକୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୧୫] [୧୬]

ଏହା ପରେ କ୍ରୀତି ତେଲୁଗୁ ଚଳଚ୍ଚିତ୍ର ‌ଦୋହଚାୟ‌ରେ ଅଭିନେତା ନାଗା ଚୈତନ୍ୟ ଅକ୍କିନେନିଙ୍କ ସ‌ହ ଅଭିନୟ କରିଥିଲେ ।[୧୭] ତା' ପରେ ସେ ରୋହିତ ଶେଟ୍ଟିଙ୍କ ହିନ୍ଦୀ ଚଳଚ୍ଚିତ୍ର ‌ଦିଲ୍‌ୱାଲେ‌ରେ ମଧ୍ୟ ଅଭିନୟ କରିଥିଲେ ।[୧୮] କ୍ରୀତି ଚଳଚ୍ଚିତ୍ର ସ‌ହ କଛି ଆଲ୍‌ବମ୍‌ରେ ମଧ୍ୟ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୪: ୧- ନେନୁ ଓକ୍କାର୍ଡ଼ନି (ତେଲୁଗୁ)
  • ୨୦୧୪: ହିରୋପନ୍ଥୀ (ହିନ୍ଦୀ)
  • ୨୦୧୫: ଦୋହଚାୟ (ତେଲୁଗୁ)
  • ୨୦୧୫: ଦିଲ୍‌ୱାଲେ (ହିନ୍ଦୀ)
  • ୨୦୧୭: ରାବ୍‌ତା (ହିନ୍ଦୀ)
  • ୨୦୧୭: ବରେଲି କି ବର୍ଫି (ହିନ୍ଦୀ)

ଆଧାର ସମ୍ପାଦନା

  1. Mangaokar, Shalvi (27 July 2015). "Varun Dhawan and I think in the same filmy way: Kriti Sanon". Hindustan Times. Retrieved 12 April 2017.
  2. "Dilwale: Will start shooting with Shah Rukh and Kajol in mid-August, says Kriti Sanon". India Today. 29 July 2015. Retrieved 12 April 2017. {{cite web}}: Cite has empty unknown parameter: |1= (help)
  3. ୩.୦ ୩.୧ "Kriti Sanon". One India Entertainment. Archived from the original on 2 July 2014. Retrieved 12 April 2017.
  4. Telugu is a challenge
  5. "Ticket to Bollywood". The Times of India. 18 March 2010. Retrieved 12 April 2017.
  6. "Mahesh Babu to romance Kriti Sanon". The Times Of India. 5 October 2012. Retrieved 12 April 2017.
  7. "Kriti Sanon finalized opposite Tiger in Heropanti". BollywoodHungama. Retrieved 12 April 2017.
  8. "Telugu actress Kriti Sanon to act opposite Tiger". The Times Of India. 21 January 2013. Archived from the original on 1 August 2013. Retrieved 12 April 2017.
  9. "Heropanti Cast & Crew". BollywoodHungama. Retrieved 2 April 2014.
  10. "Bollywood's Top Worldwide Earners". koimoi.com. 18 May 2016. Archived from the original on 27 March 2016. Retrieved 12 April 2017.
  11. Parkar, Shaheen (8 May 2016). "Mother's Day Special: Meet the star moms of Bollywood". Mid-day. Retrieved 12 April 2017.
  12. Sharma, Garima (18 March 2010). "Ticket to Bollywood". The Times of India. Retrieved 12 April 2017.
  13. Chakravorty, Vinayak (14 June 2015). "Engineering student Kriti Sanon says life in B-Town was meant to be". India Today. Retrieved 12 April 2017.
  14. "Most Wanted: Kriti Sanon has her kitty full with movies". India Today. 26 January 2013. Retrieved 12 April 2017.
  15. "Heropanti Set To Emerge A HIT". Box Office India. Archived from the original on 28 May 2014. Retrieved 12 April 2017.
  16. "60th Britannia Filmfare Awards 2014: Complete list of winners". The Times of India. 31 January 2015. Retrieved 12 April 2017.
  17. "Naga Chaitanya's new movie regular shooting from today". India Glitz. 14 July 2014. Archived from the original on 22 November 2014. Retrieved 12 April 2017.
  18. "SRK gets new admirer: Kriti". Independent Online. 1 June 2015. Retrieved 12 April 2017.

ଆଧିକ ତ‌ଥ୍ୟ ସମ୍ପାଦନା