କ୍ରନ୍ଦନ ଅର୍ଥ ଭାବପ୍ରବଣ ବା ଆବେଗ ଯୋଗୁ ସ୍ୱତଃପ୍ରବୃତ୍ତ ଭାବେ ଚକ୍ଷୁରୁ ଲୋତକ ବୋହିବା । କ୍ରନ୍ଦନ ଏକ ଜଟିଳ ଘଟଣା (secretomotor phenomenon) ଯେଉଁଥିରେ ଲୋତକ ଗ୍ରନ୍ଥିରେ କୌଣସି ସ୍ଥାନୀୟ ଉତ୍ତେଜନା ନ ଥାଇ ମଧ୍ୟ ସେଥିରୁ ଅଶ୍ରୁ ଝରିଯାଏ । [୧] ଏହି ସମ୍ପର୍କୀୟ ଆଉ ଏକ ଶବ୍ଦ ଲୁହ ବୋହିବା ବ୍ୟବ‌ହାର କରାଯାଏ ଯେଉଁଥିରେ କୌଣସି ଆବେଗ ଜନିତ ଲୁହ ବୋହିବା ନ ଥାଏ ଯାହା କେତେକ ରୋଗ ଯୋଗୁ ହୁଏ । ବିଭିନ୍ନ ପ୍ରକାର କ୍ରନ୍ଦନ ଶୁଣାଯାଏ ଯେପରିକି ଅନିୟମିତ ଶ୍ୱାସରୋଧକାରୀ କ୍ରନ୍ଦନ (sobbing), ଅତ୍ୟଧିକ କ୍ରନ୍ଦନ (weeping), ଉଚ୍ଚ ସ୍ୱରରେ କ୍ରନ୍ଦନ (wailing), ଭଙ୍ଗା ଭଙ୍ଗା ଧୀର ସ୍ୱରରେ କ୍ରନ୍ଦନ (whimpering), ଉଚ୍ଚ ସ୍ୱରରେ ବାରମ୍ବାର କ୍ରନ୍ଦନ (bawling) ଓ ଉଚ୍ଚ ସ୍ୱରରେ କଥା କ‌ହିବା ସ‌ହ କ୍ରନ୍ଦନ (blubbering) । [୨]

କ୍ରନ୍ଦନରତ ଶିଶୁ

ସବ୍ (sob) ବର୍ଣ୍ଣନା କଲେ ଏହିପରି ହେବ: କ୍ରନ୍ଦନ ସ‌ହିତ ଧୀର ଅନିୟମିତ ପ୍ରଶ୍ୱାସ ଗ୍ରହଣ, ସାମୟିକ ଶ୍ୱାସକ୍ରିୟା ବନ୍ଦ ଓ ଦୈହିକ ମାଂସପେଶୀୟ କମ୍ପନ (tremor) ।

ଆବେଗ ସ‌ହିତ ମାନବ ମସ୍ତିଷ୍କର କେତେକ ସ୍ଥାନ ଓ ଲୋତକ ଗ୍ରନ୍ଥି ତ‌ଥା ଲୋତକ ନଳୀର ସଂଯୋଗ ଥିବା ନିଧାର୍ଯ୍ୟ ହୋଇ ସାରିଛି । କେତେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଆବେଗ ଅବସ୍ଥା ହେଲେ ଲୋତକ ନିର୍ଗତ ହୁଏ,[୩] କିନ୍ତୁ ଅନ୍ୟ କେତେକ ଏହା ସ‌ହିତ ଏକମତ ନୁହେଁ ।[୪]

ଭାବାବେଗ କ୍ରନ୍ଦନ ହେଲାବେଳେ ନିର୍ଗତ ହେଉଥିବା ଲୁହର ରାସାୟନିକ ସଂଯୋଜନା ଅନ୍ୟ ପ୍ରକାର ଲୁହର ସଂଯୋଜନାଠରୁ ପୃଥକ୍ । ସେଥିରେ ହରମୋନ୍ ପ୍ରୋଲାକ୍ଟିନ, ଆଡ୍ରେନିକର୍ଟିକୋଟ୍ରପିକ ହରମୋନ୍, ଲିଉ-ଏନ୍‌କେଫାଲିନ,[୫] ଓ ପୋଟାସିଅମ, ମାଙ୍ଗାନିଜ ପରିମାଣ ଉଲ୍ଲେଖନୀୟ ପରିମାଣରେ ଅଧିକ ଥାଏ । [୩]

କର୍ମ ପ୍ରଣାଳୀ ସମ୍ପାଦନା

 
କ୍ରନ୍ଦନରତ ଦୁଇ ମହିଳା

ଭାବାବେଗ କ୍ରନ୍ଦନରେ ଲୋତକ ବୋହିବା କାର୍ଯ୍ୟ ପ୍ରଣାଳୀ ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ସାଧାରଣ ତ‌ଥ୍ୟଠାରୁ (ଯେପରିକି ଯନ୍ତ୍ରଣାର ପ୍ରତିକ୍ରିୟା) ଆରମ୍ଭ କରି ବିନା ବାର୍ତ୍ତାଳାପରେ ପରୋପକାରୀ ବ୍ୟବ‌ହାର ପାଇବାର ଯୋଗାଯୋଗ ଭଳି ଜଟିଳ ତ‌ଥ୍ୟ ପ୍ରସ୍ତୁତ ହୋଇଛି । [୬] କେତେକ ଦାବୀ କରନ୍ତି ଯେ କ୍ରନ୍ଦନ ଯୋଗୁ କେତେକ ଜୈବରାସାୟନିକ ଲକ୍ଷ ସାଧିତ ହୋଇଥାଏ ଯେପରିକି ଚାପମୁକ୍ତି ଓ ଦେହରୁ ଦେହରୁ ବିଷାକ୍ତ ପଦାର୍ଥର ରେଚନ ହୁଏ । [୭] ଏହି ଦର୍ଶନ‌କୁ କେତେକ ମନସ୍ତ‌ତ୍ୱବିତ୍ ପ୍ରଶ୍ନବାଚୀ ଉଠାଇଛନ୍ତି, ଯେଉଁମାନେ ଅନୁଭବ କରନ୍ତି ଯେ ସାମାଜିକ ପ୍ରଭାବ ଯୋଗୁ ଏକ ଉତ୍ତମ କ୍ରନ୍ଦନ‌ଦ୍ୱାରା ଚିନ୍ତାଶକ୍ତି ପରିସ୍କାର ହୁଏ । କ୍ରନ୍ଦନ‌ଦ୍ୱାରା ତୀବ୍ର ମାନସିକ ଆବେଗର (ଯେପରିକି ତୀବ୍ର ଶାରୀରିକ ବା ମାନସିକ ଯନ୍ତ୍ରଣା, ଆନନ୍ଦ ଓ ଆଶ୍ଚର୍ଯ୍ୟ) ବିଷ୍ଫୋଟ ହୋଇ ନିର୍ଗମ ହୁଏ । ଏହି ତ‌ଥ୍ୟ ସଠିକ ଥିବାର ସମ୍ଭାବନା ଅଧିକ, କାରଣ ଏହା ଅତ୍ୟଧିକ ଖୁସି ଓ ଦୁଃଖ ସମୟରେ କାନ୍ଦିବାର ସ୍ପଷ୍ଟୀକରଣ ଦିଏ । [୮]

ଲୋକମାନେ କାନ୍ଦର ଯୁକ୍ତାତ୍ମକ ଦିଗଟି ମନେ ରଖନ୍ତି ଓ ଏହା ସ‌ହିତ ଦୁଃଖ ଉପଶମ ହେବା କଥା ଚିନ୍ତା କରନ୍ତି । ସ୍ମରଣରେ ରହେ, କ୍ରନ୍ଦନ ମାନବକୁ ସାହାଯ୍ୟ କରେ । [୯]

ହିପୋକ୍ରେଟ ସମୟର ମଧ୍ୟ ଯୁଗୀୟ ସମୟରେ ଲୁହକୁ ଦେହର ରସ ବୋଲି ଗଣନା କରାଯାଉଥିଲା ଓ ମସ୍ତିଷ୍କରେ ଜମା ହୋଇ ରହିଥିବା ଅତ୍ୟଧିକ ରସ (humor) କାନ୍ଦିବାଦ୍ୱାରା ନିଷ୍କାସିତ ହେବ ବିଶ୍ୱାସ କରାଯାଉଥିଲା । [୧୦] ଉଇଲିଅମ ଜେମ୍ସ ଭାବିଥିଲେ, ଯୁକ୍ତିଯୁକ୍ତ ଚିନ୍ତା ପୂର୍ବରୁ ଆବେଗ ଏକ ପ୍ରକାର ରିଫ୍ଲେକ୍ସ ଯାହା ଭୟ ବା କ୍ରୋଧରୁ ଜାତ ଚାପ କିମ୍ବା ଉତ୍ପୀଡ଼ନ ବିଷୟରେ ସଚେତନ ରହୁଥିଲେ ।

ଜୈବରସାୟନବିତ୍ ଉଇଲିଅମ ଏଚ ଫ୍ରେ୨ଙ୍କର ପ୍ରସ୍ତାବ ଅନୁସାରେ କ୍ରନ୍ଦନ ପରେ ହାଲୁକା ଅନୁଭବ କରିବାର କାରଣ ହେଲା ଚାପ ସମୟରେ କାନ୍ଦିବା ଯୋଗୁ ହର୍‌ମୋନ ଯେପରିକି ଆଡ୍ରେନୋକର୍ଟିକାଲ ହର୍‌ମୋନ ଦେହରୁ ନିଷ୍କାସିତ ହୋଇଯାଏ । ଅଧିକ ନିଷ୍କାସନ ଝିଲ୍ଲୀରୁ (mucosa) ହେବାରୁ ଚାପ ସମୟରେ କାନ୍ଦିବା ଯୋଗୁ ହର୍‌ମୋନ ବାହାରିଯିବା ତ‌ଥ୍ୟ ସଠିକ ମନେ ହେଉତିଲା । [୧୧]

ସାହାଯ୍ୟ ବିହୀନତା ଅନୁଭବରୁ କ୍ରନ୍ଦନ ଜାତ ହେବାର ସମ୍ପର୍କ ବିଷୟରେ ଆଧୁନିକ ଥିଓରୀ ସୃଷ୍ଟି ହୋଇଛି ।[୧୨] ଏହି ଚିନ୍ତାଧାରାରୁ କ୍ରନ୍ଦନର କାରଣ ସ୍ପଷ୍ଟକରଣ ହୁଏ । ଉଦାହରଣ ସ୍ୱରୁପ ହଠାତ୍ ସୁଖ ଖବର ମିଳିଲେ ମନୁଷ୍ୟ ଅନୁଭବ କରେ ଯେ ସେ କେତେ ଶକ୍ତିହୀନ ।

ଆବେଗ ଜନିତ ଲୁହ ବିଷୟରେ ବିକାଶମୂଳକ ତ‌ଥ୍ୟ ମିଳୁଛି । ଗୋଟିଏ ଅନୁଶୀଳନ ପ୍ରସ୍ତାବ ଦେଉଛି; କାନ୍ଦିବା ସମୟରେ ଲୁହ ବୋହି ଆଖିର ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇ ଆକ୍ରମଣାତ୍ମକ ବା ଆତ୍ମରକ୍ଷା କରିବା କ୍ରିୟାକୁ ଅସମର୍ଥ କରିଦିଏ ଓ ଏହା ତୁଷ୍ଟିକରଣ, ଆବଶ୍ୟକତା କିମ୍ବା ଆଶକ୍ତିର ସଙ୍କେତ ଦେଖାଏ ।[୧୩] ଟେଲ ଆଭିଭ୍ ବିଶ୍ୱବିଦ୍ୟାଳୟର Tel Aviv University ଜୀବବିଜ୍ଞାନ ବିଭାଗସ୍ଥିତ ମନୋବିଜ୍ଞାନୀ ଡଃ ଓରେନ ହାସନ ( Dr. Oren Hasson) ବିଶ୍ୱାସ କରନ୍ତି ଯେ କ୍ରନ୍ଦନ କରିବାଦ୍ୱାରା ଲୋକ ଆକ୍ରମଣକାରୀ ଆଗରେ ନିଜେ ଭେଦ୍ୟ ବା ସମର୍ପଣ କରିବା ଅନୁଭୁତି ଦେଇ ଦର୍ଶକମାନଙ୍କଠାରୁ ସାହାଯ୍ୟ ଓ ସମ‌ବେଦନା ସ‌ହିତ ଆବେଗପୂର୍ଣ୍ଣ ଆସକ୍ତି ମିଳେ ।[୧୪]

ପଲ୍ ଡି କ୍ୟାକଲିନ୍ ପ୍ରସ୍ତାବ ଦିଅନ୍ତି ଯେ କାନ୍ଦିବା ସମୟରେ ପାଟି କରିବାଦ୍ୱାରା ପିଲା ଓ ପିତାମାତାଙ୍କ ପୁନର୍ମିଳନ ହୁଏ । ଲୁହର ମସ୍ତିଷ୍କ ଓ ନିଆଁ ସ‌ହିତ ଲିଙ୍କ ଥିବା ସେ ବିଶ୍ୱାସ କରନ୍ତି । ପ୍ରାକ୍ ମାନବ ନିଆଁ ଉପରେ ନିର୍ଭରଶୀଳ ଥିଲେ; ତାଙ୍କର ଆଖିରୁ ଧୁଆଁଯୋଗୁ ଲୁହ ବାହାରୁଥିଲା ।ବିବର୍ତ୍ତନ ଅନୁଯାୟୀ ଜୀବନାଶ ଓ ଦୁଃଖ ସ‌ହିତ ଧୁଆଁର ଗୋଟିଏ ସମ୍ପର୍କ ରହି ଆସିଛି । [୧୫]

ଜୈବିକ ପ୍ରତିକ୍ରିୟା ସମ୍ପାଦନା

 
Child crying

କ୍ରନ୍ଦନର ଜୈବିକ ପ୍ରଭାବ ଅନୁଶୀଳନ କରିବା ଅତି କଷ୍ଟକର, ମନୋବିଜ୍ଞାନୀମାନଙ୍କ ମତରେ କାନ୍ଦୁଥିବା ଲୋକର ଅନୁଭୁତି ପରିବେଶ ଅନୁସାରେ ବଦଳିଯାଏ । ପରୀକ୍ଷାଗାରରେ ଦେଖାଯାଇଛି, କାନ୍ଦିବାଦ୍ୱାରା ହୃତ୍‌ପିଣ୍ଡ ସ୍ପନ୍ଦନ ହାର ଦୃତ ହୁଏ, ଝାଳ ବୁହେ ଓ ଶ୍ୱାସକ୍ରିୟା ଧୀରେ ହୁଏ । ଅନେକ ଲୋକଙ୍କ ମତରେ କାନ୍ଦିବାଦ୍ୱାରା ମନ ଶାନ୍ତ ହୋଇଯାଏ, ଏଣୁ ଏହାକୁ ସାହାଯ୍ୟକାରୀ ଓ ଉପକାରୀ ବୋଲି ବିବେଚନା କରାଯାଏ । [୧୬]

ପାର୍ଶ୍ୱପ୍ରତିକ୍ରୟା ମଧ୍ୟରେ ତଣ୍ଟିରେ କିଛି ଜମିଗଲା ଭଳି ଲାଗେ ଯାହାକୁ ଗ୍ଲୋବସ୍ ସେନ୍ସେସନ (globus sensation) କୁହାଯାଏ । [୧୭] ଏହି ଅନୁଭୁତିର ଅନେକ କାରଣ ଥିଲେ ମଧ୍ୟ ସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ଚାପ ଯୋଗୁ ଏହା ହେବା ସମ୍ଭାବନା ଅଧିକ । କୌଣସି ବିପଦ ଆସିଲେ ପ୍ରାଣୀ ପଳାୟନ କରେ ବା ଲଢ଼େ । ଏହି ସମୟରେ ହଜମ କ୍ରିୟା ବନ୍ଦ ହୋଇ ରକ୍ତ ସଞ୍ଚାଳନ ଅଧିକ ହୁଏ । ଦୁଃଖ ଆଗତ ହେଲେ ମଧ୍ୟ ସିମ୍ପାଥେଟିକ ମଣ୍ଡଳ ଅଧିକ କ୍ରିୟାଶୀଳ ହୁଏ । [୧୮] ଶ୍ୱାସ ଗତ ଅଧିକ ହେବା ଯୋଗୁ ଅଧିକ ବାୟୁ ପ୍ରବାହ ହୁଏ । ଗ୍ଲଟିସ ଖୋଲିଯିବା ଯୋଗୁ ଏହା ସମ୍ଭବ ହୁଏ । ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ଅଧିକ କର୍ମଶୀଳ ହୋଇ ଏହି କ୍ରିୟାଗୁଡ଼ିକୁ କମେଇ ଦିଅନ୍ତି ଓ ହଜମ କ୍ରିୟାକୁ ପୁନଶ୍ଚ ଚାଲୁ ରଖନ୍ତି । ଗିଳିବା ନିମନ୍ତେ ଗ୍ଲଟିସ ବନ୍ଦ ହେବା ଆବଶ୍ୟକ ନ ହେଲେ ଖାଦ୍ୟ ଲାରଙ୍କ୍‌ସ୍ରେ ପଶିଯାଏ । କାନ୍ଦିଲା ବେଳେ ଗ୍ଲଟିସ ପୁରା ବନ୍ଦ ରହେ । ଏହି ଗ୍ଲଟିସ୍ ବନ୍ଦ ରଖିବା ଚେଷ୍ଟା ଯୋଗୁ ତଣ୍ଟିରେ କିଛି ରହିଗଲା ଭଳି ଲାଗେ । [୧୯]

କ୍ରନ୍ଦନ ଆବୃତ୍ତି ସମ୍ପାଦନା

ଜର୍ମାନୀ ସୋସାଇଟି ଅଫ ଅଫଥାଲମୋଲୋଜିର ବିଭିନ୍ନ ବୈଜ୍ଞାନିକ ଅନୁଶୀଳନରୁ ଜଣାଯାଏ, ଜଣେ ମହିଳା ବର୍ଷକୁ ୩୦ରୁ ୬୪ ଥର କାନ୍ଦନ୍ତି ଓ ପୁରୁଷ ବାର୍ଷିକ ୬ରୁ ୧୭ ଥର କାନ୍ଦନ୍ତି ।[୨୦]

ପୁରୁଷମାନେ ୨ରୁ ୪ ମିନିଟ କାନ୍ଦନ୍ତି ଓ ମହିଳାମାନେ ପ୍ରାୟ ୬ମିନିଟ ଧରି କାନ୍ଦନ୍ତି । ମହିଳାଙ୍କର କ୍ରନ୍ଦନ ୬୫ % କେଶରେ ସବ୍‌ରେ ପରିବର୍ତ୍ତିତ ହୁଏ ଓ ପୁରୁଷଙ୍କର ୬ % ସବ୍‌ରେ ପରିବର୍ତ୍ତିତ ହୁଏ । କୌମାତ୍ୱ ହେବା ପୂର୍ବରୁ ଏଭଳି ପାର୍ଥକ୍ୟ ଦେଖାଯାଏ ନାହିଁ ।[୨୧][୨୨]


ଆଧାର ସମ୍ପାଦନା

  1. Patel, V. (1993). "Crying behavior and psychiatric disorder in adults: a review". Compr Psychiatry. 34 (3): 206–11. doi:10.1016/0010-440X(93)90049-A. PMID 8339540. Quoted by Michelle C.P. Hendriks, A.J.J.M. Vingerhoets in Crying: is it beneficial for one's well-being?
  2. "List of 426 Sets of Synonyms and How they Differ in Meaning". Paulnoll.com. Retrieved 2014-08-04.
  3. ୩.୦ ୩.୧ Walter, Chip (December 2006). "Why do we cry?". Scientific American Mind. 17 (6): 44.
  4. Langseth, Muriel; Frey, William H. (1985). "Ch. 14: Do Animals Shed Emotional Tears?". Crying: the mystery of tears. Minneapolis, Minn: Winston Press. pp. 135–9. ISBN 0-86683-829-5.{{cite book}}: CS1 maint: multiple names: authors list (link)
  5. Skorucak A. "The Science of Tears." ScienceIQ.com.
  6. "On the Origin of Crying and Tears". Human Ethology Newsletter. 5 (10): 5–6. June 1989.
  7. Doheny, Kathleen. "Why We Cry: The Truth About Tearing Up". WebMD. Retrieved 23 June 2011.
  8. "Crying; The Mystery of Tears" personal page of Frey WH with quote from his book
  9. Carey, Benedict (2 February 2009). "The Muddled Tracks of All Those Tears". The New York Times. The New York Times. Retrieved 18 July 2011.
  10. Lutz (2001), 69ff.
  11. "Emotional Freedom". Retrieved 30 January 2015.
  12. Miceli, M.; Castelfranchi, C. (2003). "Crying: discussing its basic reasons and uses". New Ideas in Psychology. 21 (3): 247–73. doi:10.1016/j.newideapsych.2003.09.001.{{cite journal}}: CS1 maint: multiple names: authors list (link)
  13. New Theory for Why We Cry
  14. "Why Cry? Evolutionary Biologists Show Crying Can Strengthen Relationships". Science Daily. Tel Aviv University. Retrieved 8 September 2011.
  15. Lutz, Tom (1999). Crying : the natural and cultural history of tears (1. ed.). New York: W. W. Norton. pp. 90–91. ISBN 0-393-04756-3.
  16. "Cry Me A River: The Psychology of Crying". Science Daily. Association for :Psychological Science. 19 December 2008. Retrieved 18 July 2011.
  17. "What Causes a Lump in the Throat Feeling? Globus Sensation". Heath Talk. Retrieved 18 July 2011.
  18. Glass, Don (15 January 2007). "A Lump in Your Throat". Moment of Science.
  19. Onken, Michael (16 February 1997). "What causes the 'lump' in your throat when you cry?". MadSci. Washington University Medical School. Retrieved 18 July 2011.
  20. "Frauen und Männer weinen anders [German: Woman and Men Cry Differently]" (PDF). Pressearchiv 2009. Deutsche Ophtalmologische Gesellschaft. October 2009. Retrieved 19 January 2015.
  21. "Women cry more than men, and for longer, study finds". The Telegraph. London. 15 October 2009.
  22. "Frauen und Männer weinen anders [German: Woman and Men Cry Differently]" (PDF). Pressearchiv 2009. Deutsche Ophtalmologische Gesellschaft. October 2009. Retrieved 19 January 2015.