ଭାରତୀୟ ଉପଦ୍ୱୀପରେ ଦେଖାଯାଉଥିବା ଅନେକ ହର୍ଣ୍ଣବିଲ୍‌ମାନଙ୍କ ମଧ୍ୟରେ କୋଚିଲାଖାଇ ବା ଇଣ୍ଡିଆନ ଗ୍ରେ ହର୍ଣ୍ଣବିଲ୍ (Indian Grey Hornbill) ଅନ୍ୟତମ ।

Indian grey hornbill
Male feeding a female at nest (Wagah Border, India)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Bucerotiformes
କୁଳ: Bucerotidae
ପ୍ରଜାତି: Ocyceros
ଜାତି: O. birostris
ବାଇନୋମିଆଲ ନାମ
Ocyceros birostris
(Scopoli, 1786)
Synonyms

Lophoceros birostris
Tockus birostris
Ocyceros ginginianus
Meniceros birostris

ଶାରୀରିକ ଗଢଣ ସମ୍ପାଦନା

 
Indian Grey Hornbill (କୋଚିଲାଖାଇ) 003

ପ୍ରାୟତଃ ବଡ଼ ବଡ଼ ବର ଏବଂ କାକପୋଇ ଗଛରେ ଦୁଇ ଦୁଇ ହଳ ହୋଇ ଏମାନେ ରହନ୍ତି । ଏହି ପକ୍ଷୀର ଶରୀରରେ ପାଉଁଶିଆ ରଙ୍ଗର ପର ଥାଏ ଏବଂ ଏହାର ପେଟ ହାଲକା ପାଉଁଶିଆ ବା ଧଳା ରଙ୍ଗର ହୋଇଥାଏ । ଏହାର ଥଣ୍ଟ ଚାରି ଆଙ୍ଗୁଳରୁ ଆଠ ଆଙ୍ଗୁଳ ପର୍ଯ୍ୟନ୍ତ ମୁନିଆ ଏବଂ ବକ୍ରାକାର ହୋଇଥାଏ , ଯାହା ଉପରେ ଏକ ଧାରୁଆ ଥଣ୍ଟପରି ଥାଏ । ଥଣ୍ଟ ଉପର ପଟ ଚେପଟା ଓ ପୋଲା । ଏହି ପକ୍ଷୀ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଅନେକ ସମୟରେ ଏହି ପକ୍ଷୀ ସହରାଞ୍ଚଳରେ ମଧ୍ୟ ଦେଖାଦେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ମଝିରେ ଥିବା ଅନେକ ବୃହତ ବୃକ୍ଷମାନଙ୍କରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଏହା ଏକ ମଧ୍ୟମ ଆକାରର ପକ୍ଷୀ ଯାହା ପ୍ରାୟତଃ ଷାଠିଏ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଉଡ଼ିବା ସମୟରେ ଏହା ଡେଣା ଖୋଲିଲେ ପରସବୁ ଗାଢ଼ପାଉଁଶିଆ ରଙ୍ଗର ଦେଖାଯିବା ସହିତ ପରର ଅଗ ଧଳା ଦେଖାଯାଏ । ଏହି ପକ୍ଷୀର ଆଖି ଲାଲ କିମ୍ବା କଳା ରଙ୍ଗର ଦେଖାଯାଏ । ପୁରୁଷ ପକ୍ଷୀମାନଙ୍କ ଥଣ୍ଟ ଅପେକ୍ଷାକୃତ ଭାବେ ଲମ୍ବାଥାଏ । ସ୍ତ୍ରୀ ପକ୍ଷୀମାନଙ୍କ ଥଣ୍ଟ ଇଷତ ହଳଦିଆ ରଙ୍ଗର ହୋଇଥାଏ ।ଏମାନଙ୍କ ଶରୀର ଲମ୍ବରେ ପ୍ରାୟ ଅଢେଇ ହାତ ପର୍ଯ୍ୟନ୍ତ ବଢ଼େ ।

ନାମକରଣ ସମ୍ପାଦନା

 
Indian Grey Hornbill (କୋଚିଲାଖାଇ) 002

ଏହି ପକ୍ଷୀ ସ୍ଥଳଭାଗରେ ରହୁଥିବା ବେଳେ କୋଚିଲା ନାମକ ବିଷାକ୍ତ ଫଳ ଖାଇ ବଞ୍ଚୁଥିବା ହେତୁ ଏହାକୁ କୋଚିଲାଖାଇ ବୋଲି ଓଡ଼ିଶାରେ କୁହାଯାଏ । ଆଜିକାଲି ଏହି ପକ୍ଷୀମାନଙ୍କ ସଂଖ୍ୟା କମ ହେଉଥିବାରୁ ଏହାକୁ ବିଶ୍ୱ ବନ୍ୟପ୍ରାଣୀ ସଂଗଠନ ତରଫରୁ ସଂରକ୍ଷିତ ପକ୍ଷୀମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ଅଧିକ ତଥ୍ୟ ସମ୍ପାଦନା

ଏହି ପକ୍ଷୀ କୋଚିଲାକୁ ଗୋଟା ଖାଇଥାଏ । ଏହାର ପେଟ ଚିରିଲେ ଗୋଟା କୋଚିଲା ମଞ୍ଜି ବାହାରେ । ଅମାବାତ ରୋଗ ପାଇଁ ଏହି ଚଢେଇର ମାଂସ ଓ ହାଡ଼ ସିଝା ବିଶେଷ ଉପକାରୀ । ମାଇ କୋଚିଲାଖାଇ ଗଛ କୋରଡ଼ରେ ଡିମ୍ବ ଦିଏ । ଅଣ୍ଡିରା ପକ୍ଷୀ ଡିମ୍ବକୁ ଉଷୁମାଏ । ଅଣ୍ଡିରା କୋଚିଲାଖାଇ ଅଣ୍ଡା ଉଷୁମାଇବା କାର୍ଯ୍ୟରେ ଲାଗିଲେ ମାଇ କୋଚିଲାଖାଇ କୋରଡ଼ ମୁହଁକୁ ମାଟିରେ ବନ୍ଦ କରିଦିଏ । ତହିଁରେ ଗୋଟିଏ କଣା ରଖେ ସେହି କଣା ବାଟେ ଖାଦ୍ୟ ଆଣି ଅଣ୍ଡିରା ପକ୍ଷୀକୁ ଦିଏ ।[୨]

ଉଦ୍ଧୃତି ସମ୍ପାଦନା

  1. BirdLife International (2012). "Ocyceros birostris". IUCN Red List of Threatened Species. Version 2013.2. International Union for Conservation of Nature. Retrieved 26 November 2013. {{cite web}}: Invalid |ref=harv (help)
  2. http://sambadepaper.com/epapermain.aspx?edcode=10&eddate=5/13/2015&querypage=4