କୁସୁଣ୍ଡା (କୁସଣ୍ଡା ନାମରେ ମଧ୍ୟ ଜଣା) ପଶ୍ଚିମ ଓ କେନ୍ଦ୍ରୀୟ ନେପାଳରେ କଥିତ ଏକ ବିଛିନ୍ନ ଭାଷା । ଏହା ବାବଦରେ ନିକଟରେ କିଛି ତଥ୍ୟ ଲୋକଲୋଚନକୁ ଆସିଛି ।

କୁସୁଣ୍ଡା
ବନ ରାଜା
ମିହାକ
କେଉଁ ଅଞ୍ଚଳନେପାଳ
ସ୍ଥାନଗଣ୍ଡକୀ ଅଞ୍ଚଳ
ଆଞ୍ଚଳିକତା୨୭୦ ଜଣ (୨୦୧୧ ଜନଗଣନା)
ବିଛିନ୍ନ ଭାଷା
ଭାଷା କୋଡ଼
ISO 639-3kgg
Ethnologue ଅବସ୍ଥାନ: ରାପ୍ତି ଅଞ୍ଚଳ ଭିତରେ ଥିବା (ପଶ୍ଚିମ) ଦାଙ୍ଗପ୍ୟୁଥାନ ଜିଲ୍ଲା (ଘନ ଧୂଷର); (ମଝି) ଗଣ୍ଡକୀ ଅଞ୍ଚଳରେ ଥିବା ତାନାହୁ ଜିଲ୍ଲା
EndangeredLanguages.com ଅବସ୍ଥାନ: ନାଲି WALS ଅବସ୍ଥାନ: ବାଇଗଣୀ (ଗୋର୍ଖା ଜିଲ୍ଲା)
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For a guide to IPA symbols, see Help:IPA.

ପୁନରାବିଷ୍କାର ସମ୍ପାଦନା

କେତେ ଦଶନ୍ଧି ଧରି ବିଶେଷ ତଥ୍ୟ ଅଭାବରୁ କୁସୁଣ୍ଡା ଭାଷା ଲୋପ ପାଇଯାଇଥିବା ଆଶାକରାଯାଉଥିଲା । ଆଗରୁ ଏହି ଭାଷାରେ ଖୁବ କମ ତଥ୍ୟ ଥିବାରୁ ଆଗର ଭାସଭାଷୀଙ୍କ ସ୍ମୃତିରୁ ମିଳିଥିବା ତଥ୍ୟ ଅନୁସାରେ ଏହାକୁ ଏକ ବିଛିନ୍ନ ଭାଷା ଭାବେ ଗଣାଯାଇଥିଲା । ବିନା ପ୍ରମାଣରୁ ଏହାକୁ ଏହାର ପଡ଼ୋଶୀ ତିବ୍ୱେତୋ-ବର୍ମାନ ବର୍ଗ ଭିତରେ ରଖାଯାଇଥିଲା । ତେବେ ୨୦୦୪ ମସିହାରେ ତିନି ଜଣ କୁସୁଣ୍ଡା, ଜ୍ଞାନୀ ମାୟା ସେନ, ପ୍ରେମ ବାହାଦୁର ସାହି ଓ କମଳା ସିଂହଙ୍କୁ[୧] ସେମାନଙ୍କ ନାଗରିକତ୍ୱ କାଗଜ ଆଦି ନିମନ୍ତେ କାଠମାଣ୍ଡୁ ଅଣାଯାଇଥିଲା । ସେଠାରେ ତ୍ରିଭୂବନ ବିଶ୍ୱବିଦ୍ୟାଳୟର ସଭ୍ୟମାନେ ସେ ତିନି ଜଣଙ୍କ ଭିତରୁ ଦକ୍ଷିଣ ରୋଲ୍ପା ଜିଲ୍ଲାସ୍ଥିତ ସାଖି ଭିଡିସିର ବାସିନ୍ଦା ଜଣେ ଏହି ଭାଷା ଭଲ ଭାବରେ କହିପାରୁଥିବା ଆବିଷ୍କାର କରିଥିଲେ । ତାଙ୍କର ଆଉ କେତେଜଣ ସମ୍ପର୍କୀୟ ମଧ୍ୟ ପ୍ରାଞ୍ଜଳ ଭାବେ କୁସୁଣ୍ଡା କହିପାରୁଥିଲେ । ଏହି ସମୟରେ ତିରିଶ ପାଖାପାଖି ବୟସ ହୋଇଥିବା ସାତ-ଆଠ ଜଣ ପ୍ରାଞ୍ଜଳ ଭାଷାଭାଷୀ ବୋଲି ଜଣାପଡ଼ିଥିଲା ।[୨] ତେବେ ଏହା ଏକ ଲୁପ୍ତପ୍ରାୟ ଭାଷା ଓ କୌଣସି ଶିଶୁ ଏହା ଶିଖୁନାହାନ୍ତି । ସମସ୍ତ କୁସୁଣ୍ଡା ଭାଷାଭାଷୀ ସେମାନଙ୍କ ଜାତି ବାହାରେ ବିବାହ କରିସାରିଲେଣି ।[୨]

୨୦୧୮ ମସିହା ଅପ୍ରେଲ ୧୮ ତାରିଖରେ ଜଣେ କୁସୁଣ୍ଡାଭାଷୀ ରାଜାମାମା କୁସୁଣ୍ଡାଙ୍କ ମୃତ୍ୟୁପରେ ଏହି ଭାଷା ସମ୍ପୂର୍ଣ୍ଣ ଲୋପ ପାଇଲା ବୋଲି ଅନୁମାନ କରାଯାଉଥିଲେ ହେଁ ଜ୍ଞାନୀ ମାୟା ସେନ ଏକମାତ୍ର କୁସୁଣ୍ଡା ଭାଷୀ ଜୀବୀତ ବ୍ୟକ୍ତି ହୋଇଥାଇପାରନ୍ତି ।[୩]

ବିଭାଗୀକରଣ ସମ୍ପାଦନା

ୱାଟର୍ସ (୨୦୦୫) ଏହି ଭାଷା ବାବଦରେ ଏକ ମଧ୍ୟମ-ଆକାରର ବ୍ୟାକରଣିକ ବିବରଣୀ ପ୍ରକାଶ କରି ସେଥିରେ ଏହି ଭାଷାର କିଛି ଶବ୍ଦ ବାବଦରେ ଉଲ୍ଲେଖ କରିଥିଲେ । ଏଥିରେ କୁସୁଣ୍ଡା କେବଳ ଯେ  ବଂଶଗତ ଭାବେ ନୁହେଁ ବରଂ ଧ୍ୱନିଗତ ଭାବେ ନିଶ୍ଚିତ ରୂପେ  ତା'ର ପଡ଼ୋଶୀ ଭାଷାମାନଙ୍କଠାରୁ ବିଛିନ୍ନ ଭାଷା ବୋଲି ପ୍ରକାଶିତ । ଜଣାପଡ଼େ ଯେ ତିବେତୋ-ବର୍ମାନ ବା ଇଣ୍ଡୋ-ଇରାନିଆନଭାଷୀ ଲୋକଙ୍କ ଆଗମନ ଆଗରୁ କୁସୁଣ୍ଡା ଉତ୍ତର ଭାରତରେ କଥିତ ଭାଷାମାନଙ୍କର ଏକ ଅଂଶ । ତେବେ ଏହା ମୁଣ୍ଡା ବା ଦ୍ରାବିଡ଼ ଭାଷାସମୂହ ଅନ୍ତର୍ଗତ ନୁହେଁ । ଏହା ଏଣୁ ଇଣ୍ଡୋ-ଇଉରୋପୀୟ, ଦ୍ରାବିଡ଼, ସିନୋ-ତିବ୍ୱତ ଓ ଅଷ୍ଟ୍ରୋଏସୀୟ ଭାଷା ବର୍ଗ ଭିତରେ ନ ଥିବା ବୁରୁସାକି, ନିହାଲି ଓ (ସମ୍ଭାବ୍ୟ) ବେଡ୍ଡା ଭାଷା ସମୂହ ଅନ୍ତର୍ଗତ ।

ଆଧାର ସମ୍ପାଦନା

  1. Rana, B.K. (2004-10-12). "Kusunda language does not fall in any family: Study". email with pasted news article. Himalayan News Service, Lalitpur, 2004-10-10. Retrieved 2007-09-12.[permanent dead link]
  2. ୨.୦ ୨.୧ Watters, David E. 2005. Kusunda: a typological isolate in South Asia. In Yogendra Yadava, Govinda Bhattarai, Ram Raj Lohani, Balaram Prasain and Krishna Parajuli (eds.), Contemporary issues in Nepalese linguistics p. 375-396. Kathmandu: Linguistic Society of Nepal.
  3. "Rajamama, lone Kusunda language speaker, dies" (in ଇଂରାଜୀ). Retrieved 2018-06-18.