କୁବ୍ରା ନୋରଜାଇ (୧୯୩୨-୧୯୮୬) ଜଣେ ଆଫଗାନିସ୍ତାନର ରାଜନେତା ଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦେଶର ସରକାରୀ ମନ୍ତ୍ରୀ ହୋଇଥିଲେ।[୧] ୧୯୬୫-୧୯୬୯ ମଧ୍ୟରେ ଜନସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

କୁବ୍ରା ନୋରଜାଇ
Minister of Public Health
କାର୍ଯ୍ୟକାଳ
1965–1969
Member of the Loya Jirga
କାର୍ଯ୍ୟକାଳ
1977
ବ୍ୟକ୍ତିଗତ ସବିଶେଷ
ଜନ୍ମ1932
କାବୁଲ, ଆଫଗାନିସ୍ତାନ
ମୃତ୍ୟୁ1986
କାବୁଲ, ଆଫଗାନିସ୍ତାନ

ଜୀବନୀ ସମ୍ପାଦନା

ନୋରଜାଇ କାବୁଲରେ ଜନ୍ମଗ୍ରହଣ କରିଥିଲେ । ସେ କାବୁଲ ବିଶ୍ୱବିଦ୍ୟାଳୟର ବିଜ୍ଞାନ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପୂର୍ବରୁ ଲ୍ୟାସି ମାଲାଲାଇରେ ଶିକ୍ଷିତ ହୋଇଥିଲେ ।[୨][୩] ପରେ ସେ ଲ୍ୟାସି ମାଲାଲାଇକୁ ଫେରି ଏହାର ପ୍ରଧାନ ଶିକ୍ଷକ ହୋଇଥିଲେ ଏବଂ ପରେ କାବୁଲ ବିଶ୍ୱବିଦ୍ୟାଳୟରେ ମହିଳା ଅଧ୍ୟାପିକା ଭାବେ କାର୍ଯ୍ୟ କରିଥିଲେ । ୧୯୫୮ ମସିହାରେ ସେ ଫ୍ରାନ୍ସକୁ ଯାଇ ସେଠାରେ ପ୍ୟାରିସ ବିଶ୍ୱବିଦ୍ୟାଳୟରେ ଏକ ବର୍ଷ ଅଧ୍ୟୟନ କରିଥିଲେ । ସେ ବାଳିକା ବିଦ୍ୟାଳୟ ପାଇଁ ବିଦ୍ୟାଳୟର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ ଏବଂ କାବୁଲର ଫେମିନାଇନ ଚ୍ୟାରିଟେବୁଲ ଇନଷ୍ଟିଚ୍ୟୁଟର ନିର୍ଦ୍ଧେଶକ ଭାବେ କାର୍ଯ୍ୟ କରିଥିଲେ ।[୪] ସେ ହୋମ ଇକୋନୋମିକ କଲେଜର ଡେନ ମଧ୍ୟ ଥିଲେ ।[୫]

ସେ ୟୁନେସ୍କୋ ଏବଂ ଡୁବଲୀନର ଆନ୍ତର୍ଜାତିକ ମହିଳା କଂଗ୍ରେସ ବୈଠକରେ ଜଣେ ଆଫଗାନିସ୍ତାନ ପ୍ରତିନିଧି ଥିଲେ । ୧୯୬୪ ମସିହାରେ ରାଜା ମହମ୍ମଦ ଜାହିର ଶାହା ତାଙ୍କୁ ଏକ ପରାମର୍ଶ ଦାତା କମିଟିରେ ନିଯୁକ୍ତ କରିଥିଲେ ଯାହା ୧୯୬୪ ମସିହା ସମ୍ବିଧାନର ଡ୍ରାଫ୍ଟର ସମୀକ୍ଷା କରିଥିଲା, ଯାହା ମହିଳାମାନଙ୍କୁ ଭୋଟ ଦେବାର ଏବଂ ନିର୍ବାଚନରେ ଛିଡା ହେବାର ଅଧିକାର ପ୍ରଦାନ କରିଥିଲା ।[୬] ଅଗଷ୍ଟ-ସେପ୍ଟେମ୍ବର ୧୯୬୫ ନିର୍ବାଚନ ପରେ ସେ ୧ ଡିସେମ୍ବର ୧୯୬୫ ମସିହାରେ ପ୍ରଧାନମନ୍ତ୍ରୀ ମହମ୍ମଦ ହାସିମ ମାଇୱାଣ୍ଡୱାଲଙ୍କଦ୍ୱାରା ଜନସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ଏବଂ ଆଫଗାନିସ୍ତାନର ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ । ସେ ୧୯୬୯ ମସିହା ପର୍ଯ୍ୟନ୍ତ ଅଫିସରେ ରହିଥିଲେ ।

ଆଧାର ସମ୍ପାଦନା

  1. George Grassmuck, Ludwig W. Adamec & Frances H. Irwin (1969) Afghanistan, Some New Approaches, p319
  2. Lucie Street (1967) The Tent Pegs of Heaven: A Journey Through Afghanistan, p168
  3. Kubra Nurzai, 1932-1986, 1st Woman Minister of Afghanistan Abarzanan
  4. Information Bulletin 1960 - Library of Congress, p627
  5. The Kabul Times Annual, Volume 1, p15
  6. Sarfraz Khan (2013) Politics of policy and legislation affectin g women in Afghanistan: One step forward two steps back[permanent dead link] Central Asia Journal, Number 73