କୁବେର କୋଲାମ (କୋଲାମ ରୂପେ ମଧ୍ୟ ଲେଖା ଯାଇପାରେ) ଏକ ନିଶ୍ଚିତ ଯାଦୁ ବର୍ଗ ଅଟେ । ଚାଉଳ ଗୁଣ୍ଡର ଉପଯୋଗ କରି ଏବଂ ଦକ୍ଷିଣ ଭାରତରେ ବହୁ ଘରର ଚଟାଣରେ ଅଙ୍କା ଯାଇଥାଏ । ହିନ୍ଦୁ ପୌରାଣିକ କଥାରେ, "କୁବେର", ଧନର ଦେବତା ଅଟନ୍ତି ଏବଂ ଅନୁମାନ କରାଯାଏ କି, ଯଦି କୁବେର କୋଲାମର ପୂଜା କରାଯାଏ ; ଯେପରି ଶାସ୍ତ୍ରରେ ହୋଇଥାଏ, ତେବେ ତାହାକୁ ଧନ ଓ ସମୃଦ୍ଧି ସହିତ ପୁରସ୍କୃତ କରାଯିବ ।[୧] କୁବେର କୋଲାମ ଏକ "କୋଲାମ" ରୂପେ ସୃଜନ ଅଟେ ଯାହା କି ଦକ୍ଷିଣ ଭାରତର ବହୁ ସ୍ଥାନରେ ଚାଉଳ ଗୁଣ୍ଡ, ଅଟା ଗୁଣ୍ଡ କିମ୍ବା ରଙ୍ଗ ପାଉଡର (ମୁରୁଜ)ର ବ୍ୟବହାରରେ ଚିତ୍ର ଅଙ୍କନ କରାଯାଏ । ଏକ କୋଲାମ ମୂଳତଃ ସିଧା ରେଖା ଏବଂ ଲୁପରେ ତିଆରି ଏକ ଡ୍ରଇଂ, ଡଟର ଗ୍ରେଡ ପ୍ରଣାଳୀର ଚତୁର୍ପାଶ୍ୱରେ ଅଙ୍କା ଯାଇଥାଏ ।

କୁବେର କୋଲାମର ଚିତ୍ରା

କୁବେର କୋଲାମର ନିର୍ମାଣ ସମ୍ପାଦନା

କୁବେର କୋଲାମ ଯାଦୁ ବର୍ଗର ସଂଖ୍ୟା 20, 21, 22, 23, 24, 25, 26, 27, 28ଦ୍ୱାରା ତିଆରି ହୋଇଥାଏ । ସ୍କୋୟାରର ବ୍ୟବସ୍ଥା ତଳେ ଦର୍ଶାଇ ଦିଆଯାଇଛି :

  27     20     25  
  22     24     26  
  23     28     21  

କୁବେର କୋଲାମର ନିର୍ମାଣ କରିବା ପାଇଁ , ପ୍ରଥମେ ଏକ ଲାଇନ ଗାର ଟଣା ଯାଇଥାଏ । ସଂଖ୍ୟା ନିମ୍ନ କ୍ରମରେ ଲେଖାଯାଏ : 24ରୁ ଆରମ୍ଭ, ତା' ପରେ 28, 23, 22, 27, 20, 25, 26, 21 ସଂଖ୍ୟା କ୍ରମ ଅନୁସାରେ । ଏକ ପଇସା ଏବଂ ଏକ ଫୁଲ ସାଧାରଣତଃ ପ୍ରତ୍ୟେକ କକ୍ଷରେ ରଖାଯାଏ ।

ଏହି ମ୍ୟାଜିକ ସ୍କୋୟାରରେ , ପ୍ରତ୍ୟେକ ପଂକ୍ତିରେ, ପ୍ରତ୍ୟେକ କଲମ ରେ, ଆଗ ଏବଂ ପଛ ମୁଖ୍ୟ କୋଣ ସଂଖ୍ୟା ଆଦି ସବୁ ଏକା ନମ୍ବର ପର୍ଯ୍ୟନ୍ତ ବଢିଥାଏ ; ଅର୍ଥାତ - 72 ।

ସାହିତ୍ୟରେ : ସମ୍ପାଦନା

ଦି ଲାଷ୍ଟ ସିଗ୍ନାଲ, ଆମେରିକାର ଲେଖକ ଦାନ ବ୍ରାଉନଙ୍କଦ୍ୱାରା ଲିଖିତ ଏକ 2009 ମସିହାର ଉପନ୍ୟାସ, କୁବେର କୋଲାମର ଏକ ସଂକ୍ଷିପ୍ତ ସନ୍ଦର୍ଭ ଅଟେ ।[୨][୩]

ବିଜ୍ଞାନରେ : ସମ୍ପାଦନା

ଛବି ଷ୍ଟେନୋଗ୍ରାଫିରେ ଯାଦୁଶ୍ଚିକତାକୁ ପରିବେଷଣ କରିବା ପାଇଁ କୁବେର କୋଲାମର ଉପଯୋଗ କରିବା ପାଇଁ ପ୍ରୟାସ କରାଯାଇଥାଏ ।[୪]

ଆଧାର ସମ୍ପାଦନା

  1. Ramesh N. "Chant "Lord Kuber" Mantra for uniform cash flow". Retrieved 12 October 2013.
  2. Dan Brown (2009). The Lost Symbol (Robert Langdon Book 3). Random House. p. 263. ISBN 9781409091486.
  3. Alex Carmine (2009). Dan Brown's The Lost Symbol: The Ultimate Unauthorized and Independent Reading Guide. Punked Books. p. 87.
  4. Rangarajan Amirtharajan; Krishnamourthy Karthikeyan; Malligaraj Malleswaran; J.B.B. Rayappan. (2013). "Kubera Kolam: A Way for Random Image Steganography". Research Journal of Information Technology. 5 (3): 304–316. doi:10.3923/rjit.2013.304.316. Retrieved 12 October 2013.