କୁଞ୍ଜବିହାରୀ ଦାଶ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ "ଲୋକରତ୍ନ" ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

ଲୋକରତ୍ନ

କୁଞ୍ଜବିହାରୀ ଦାଶ
Born(1914-03-07)୭ ମାର୍ଚ୍ଚ ୧୯୧୪
ରେଞ୍ଚଶାସନ, ନିମାପଡ଼ା, ପୁରୀ ଜିଲ୍ଲା
Died୧୪ ମାର୍ଚ୍ଚ ୧୯୯୪(1994-03-14) (ବୟସ ୮୦)
Nationalityଭାରତୀୟ
Occupation(s)ଅଧ୍ୟାପକ, ଲେଖକ[୧]
Employer(s)ରେଭେନ୍ସା ମହାବିଦ୍ୟାଳୟ,
ଉତ୍କଳ ବିଶ୍ୱବିଦ୍ୟାଳୟ

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା ସମ୍ପାଦନା

କୁଞ୍ଜବିହାରୀ ଦାଶ ୧୯୧୪ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ ।[୨] ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଟିଉସନ କରି ସେ ନିଜ ଶିକ୍ଷାଖର୍ଚ୍ଚ ମେଣ୍ଟାଉଥିଲେ ।

ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନ ସମ୍ପାଦନା

ସେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ସେଠାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କାର ସ୍ୱରୂପ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା ପାଇଥିଲେ । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ "ଓଡ଼ିଆ ଲୋକଗୀତ ଓ କାହାଣୀ" ଉପରେ ଗବେଷଣା କରି ସେ ନିଜ ଡକ୍ଟରେଟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।

ସାହିତ୍ୟ ରଚନା ସମ୍ପାଦନା

କିଶୋର ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଲାବଣ୍ୟ କୁସୁମ ଥିଲା ତାଙ୍କ ଲିଖିତ ପ୍ରଥମ କାବ୍ୟ ।[୩] କ୍ରମେ ସେ ଅନ୍ୟାନ୍ୟ ସାହିତ୍ୟ ବିଭାବ ମଧ୍ୟ ରଚନା କରିଥିଲେ ।

ମୃତ୍ୟୁ ସମ୍ପାଦନା

୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ତାଙ୍କଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନା

  • ଆମେରିକାରୁ ଇଉରୋପ ଆଫ୍ରିକା
  • ମୋ ସ୍ୱପ୍ନର କାଶ୍ମୀର
  • ମୋ କାହାଣୀ (ଆତ୍ମଜୀବନୀ)
  • କନକଲତାର ଲୁହ
  • ମାଟି ଓ ଲାଠି[୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୫-୬୭ (ଆମେରିକାରୁ ୟୁରୋପ୍ ଆଫ୍ରିକା ପାଇଁ)[୫]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - (ମୋ କାହାଣୀ ପାଇଁ), ୧୯୭୯
  • କଲକତା ଏକାଡେମୀ ଅଫ୍ ଫୋକଲୋରଦ୍ୱାରା "ଲୋକରତ୍ନ" ଉପାଧି, ୧୯୭୮[୬]

ଆଧାର ସମ୍ପାଦନା

  1. Himadri Banerjee (2003). The Other Sikhs: A View from Eastern India. Manohar. ISBN 978-81-7304-495-3.
  2. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
  3. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୭/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Retrieved 17 March 2017.[permanent dead link]
  4. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1592–. ISBN 978-81-260-1194-0.
  5. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  6. ସମ୍ବାଦ ୧୪/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ରେ ପ୍ରକାଶିତ "ଲୋକରତ୍ନ କୁଞ୍ଜବିହାରୀ"