କଳ୍ପବୃକ୍ଷ ଦେବଲୋକର ଏକ ବୃକ୍ଷ ଅଟେ । ଏହାକୁ କଳ୍ପଦ୍ରୁପ, କଳ୍ପତରୁ, ସୁରତରୂ, ଦେବତରୂ ତଥା କଳ୍ପଲତା ଇତ୍ୟାଦି ନାମରେ ଜଣାଯାଏ । ପୁରାଣ ଅନୁସାରେ ସମୁଦ୍ର ମନ୍ଥନରୁ ପ୍ରାପ୍ତ 14ଟି ରତ୍ନମାନଙ୍କ ମଧ୍ୟରୁ କଳ୍ପବୃକ୍ଷ ଗୋଟିଏ ଅଟେ । ଏହା ଇନ୍ଦ୍ରଙ୍କୁ ଦିଆଯାଇଥିଲା ଏବଂ ଇନ୍ଦ୍ର ଏହାର ସ୍ଥାପନ ସୁରକାନନରେ କରିଥିଲେ । ହିନ୍ଦୁମାନଙ୍କର ବିଶ୍ୱାସ ଥାଏ କି, କଳ୍ପବୃକ୍ଷଙ୍କୁ ଯେଉଁ ଜିନିଷର ଯାଚଣା କରାଯାଇଥାଏ ସେହି ଜିନିଷ ମିଳିଯାଏ । ଏହାର ନାଶ ଅନ୍ତଃ ସମୟ ପର୍ଯ୍ୟନ୍ତ ହୋଇନଥାଏ । "ତୁବା" ନାମରେ ଏହିପରି ଏକ ବୃକ୍ଷର ବର୍ଣ୍ଣନା ଇସ୍ଲାମୀ ଧାର୍ମିକ ସାହିତ୍ୟରେ ମଧ୍ୟ ମିଳିଥାଏ ଯାହା ମୁସଲମାନ ମାନଙ୍କ ସ୍ୱର୍ଗର ଉପବନରେ ଉଦ୍ଭୂତ ହୋଇଥାଏ ।

କଳ୍ପବୃକ୍ଷର ରକ୍ଷା କରୁଥିବା କିନ୍ନର ଏବଂ କିନ୍ନରୀ
ସମୁଦ୍ର ମନ୍ଥନର ଚିତ୍ରାତ୍ମକ ନିରୂପଣ

ସିଦ୍ଧ, ନାଥ ଏବଂ ସନ୍ଥ କଳ୍ପଲତା କିମ୍ବା କଳ୍ପବଲ୍ଲରୀ ସଂଜ୍ଞା "ଉନ୍ମନୀ"କୁ ଦିଆଯାଇଥାଏ । କାରଣ ତାଙ୍କର ମତ ଅନୁସାରେ ସହଜ ଅବସ୍ଥା କିମ୍ବା କୈବଲ୍ୟ ପ୍ରାପ୍ତ ପାଇଁ ଉନ୍ମନୀ ହିଁ ଏକମାତ୍ର ସାଧନ ଅଟେ ଯାହା ନା କେବଳ ସମସ୍ତ କାମାନକୁ ପୁରଣ କରିଥାଏ , ଏହାଛଡା ସ୍ୱୟଂ ଅବିନଶ୍ୱର ମଧ୍ୟ ଅଟନ୍ତି ଏବଂ ଯାହାକୁ ମିଳିଯାଏ ତାହାକୁ ମଧ୍ୟ ଅବିନଶ୍ୱର ବନେଇ ଦେଇଥାଏ । [୧]

ଏହାକୁ ମଧ୍ୟ ଦେଖନ୍ତୁ ସମ୍ପାଦନା

  • କାଳକୂଟ (ହଳାହଳ)
  • ଐରାବତ
  • କାମଧେନୂ
  • ଉଚ୍ଚେଃ ଶ୍ରବା
  • କୌସ୍ତୁଭମାଣି
  • କଳ୍ପବୃକ୍ଷ
  • ରମ୍ଭା ନାମକ ଅପ୍ସରୀ
  • ଲକ୍ଷ୍ମୀ
  • ବାରୁଣୀ , ମଦୀରା
  • ଚନ୍ଦ୍ରମା
  • ପାରିଜାତ
  • ଶଙ୍ଖ
  • ଧନ୍ୱନ୍ତରୀ
  • ଅମୃତ


ଆଧାର ସମ୍ପାଦନା

  1. "ମନସ୍କାମନା ପୂରଣ କରୁଥିବା କଳ୍ପବୃକ୍ଷ" (in ହିନ୍ଦୀ). ନବଭାରତ ଟାଇମ୍ସ. 13 ଜୁନ 2008.