କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Kalinga
Province of Kalinga[୧]
Flag of Kalinga
Official seal of Kalinga
Location in the Philippines
Location in the Philippines
Coordinates: 17°45′N 121°15′E / 17.75°N 121.25°E / 17.75; 121.25
Countryଫିଲିପାଇନସ
RegionCordillera Administrative Region (CAR)
FoundedFebruary 14, 1995
CapitalTabuk[*]
Government
 • TypeSangguniang Panlalawigan
 • GovernorJocel Baac (Liberal Party) (Sr. Felisa Pedro)
 • CongressmanAllen Jesse Mangaoang (Liberal Party)
Area
 • ସମୁଦାୟ3,231.25 km2 (1,247.59 sq mi)
 • Rank41st out of 81
Population
 (ଅସୁବିଧା: ଅବୈଧ ସମୟ । census)
 • Total୨୨୯୫୭୦
 • Rank71st out of 81
 • Density71/km2 (180/sq mi)
  • Rank78th out of 81
Divisions
ZIP code
3800–3808
IDD : area code+63 (0)74
ISO 3166 codePH
Spoken languages
Websitewww.kalinga.gov.ph

କଳିଙ୍ଗ ହେଉଛି ଫିଲିପାଇନ୍ସ ଦେଶରେ ଅବସ୍ଥିତ ଏକ ରାଜ୍ୟ । ଏହାର ରାଜଧାନୀ ହେଉଛି ଟବୁକ । ୧୯୯୫ ମସିହାରେ କଳିଙ୍ଗ-ଆପୟାଓ ରାଜ୍ୟ ବିଛିନ୍ନ ହୋଇ କଳିଙ୍ଗ ଏବଂ ଆପୟାଓ ରାଜ୍ୟରେ ପରିଣତ ହୋଇଥିଲା । ବର୍ତ୍ତମାନ କଳିଙ୍ଗର ଉତ୍ତର ପ୍ରାନ୍ତରେ ଏହି ଆପୟାଓ ରାଜ୍ୟଟି ଅବସ୍ଥିତ ।

ଏହି ରାଜ୍ୟର ନାମ ଇବନାଗ ଏବଂ ଗାଡ଼ଙ୍ଗ ଭାଷାର ବିଶେଷ୍ୟ 'କଳିଙ୍ଗ'ରୁ ଉଦ୍ଧୃତ, ଯାହାର ଅର୍ଥ 'ଶତ୍ରୁ', 'ଯୋଦ୍ଧ୍ୟା' କିମ୍ବା 'ମୁଣ୍ଡକଟାଳି' ।[୩] ଲୁଜୋନ ଭାଷା ହିସାବରେ 'କଳିଙ୍ଗ' ଶବ୍ଦମାନେ 'ଅଲଗା ହୋଇ ପାଉଁଶ ହୋଇଯିବା' ଏବଂ ଫଳସ୍ୱରୂପ ଏହା ଭାରତର ଏକ ରାଜ୍ୟ ଓଡ଼ିଶା ସହ ଜଡ଼ିତ ।[ଆଧାର ଲୋଡ଼ା]

ଭୂଗୋଳ ସମ୍ପାଦନା

 
କଳିଙ୍ଗରେ ଥିବା ପାହାଡ଼

କଳିଙ୍ଗ ପାଖାପାଖି ମୋଟ ୩,୨୩୧ ବର୍ଗ କିଲୋମିଟର ସ୍ଥାନରେ ଗଠିତ । ଏହା ମୁଖ୍ୟତଃ ପାହାଡ଼ ପର୍ବତକୁ ନେଇ ଗଠିତ । ପର୍ବତଗୁଡ଼ିକର ଉଚ୍ଚତା ୧୫୦୦ରୁ ୨୫୦୦ ମିଟର ମଧ୍ୟରେ ପରିବର୍ତ୍ତନ ହୋଇଥାଏ । ତଳୁଆ ଜାଗା ଗୁଡ଼ିକରେ ବହୁତ ଘାସ ହୁଏ ତେଣୁ ଗୋଚର ଭୂମି ପାଇଁ ଉପଯୁକ୍ତ ଅଟେ, ଅନ୍ୟପକ୍ଷରେ ଉଚ୍ଚା ଜାଗାଗୁଡିକ ଟ୍ରପିକାଲ ରେନଫରେଷ୍ଟ ହୋଇଥାଏ ।

ଜଳବାୟୁ ସମ୍ପାଦନା

ବର୍ଷସାରା ପାଖାପାଖି ୧୭ରୁ ୨୨ ଡିଗ୍ରୀ ସେଣ୍ଟୀଗ୍ରେଡ଼ ତାପମାତ୍ରା ରହିଥାଏ । ଗ୍ରୀଷ୍ମ ଋତୁ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ହୋଇଥାଏ । ଅନ୍ୟାମାସ ଗୁଡ଼ିକରେ ପାଖାପାଖି ବର୍ଷାହିଁ ହୋଇଥାଏ । ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ପ୍ରବଳ ବର୍ଷା ହୋଇଥାଏ ।

ଜଳଧାରା ସମ୍ପାଦନା

 
ଚିକୋ ନଦୀ

ଏହି ପ୍ରାନ୍ତର ପାହାଡ଼ରୁ ଆସୁଥିବା ଜଳ ଚିକୋ ନଦୀରେ ଯାଇ ମିଶିଥାଏ । ଏହା ଛଡ଼ା କଗାୟନ, ବୁନଗ, ତନୁଦାନ, ବିଗା, ପାଶୀଲ ଇତ୍ୟାଦି ନଦୀ ଅଛି ।

ବହୁ ଛୋଟ ଛୋଟ ହ୍ରଦ ମଧ୍ୟ ଦେଖିବାକୁ ମିଳେ ।

ପ୍ରଶାସନିକ ବିଭାଗ ସମ୍ପାଦନା

କଳିଙ୍ଗର ଗୋଟିଏ ସହର ଏବଂ ସାତୋଟି ମ୍ୟୁନସିପାଲିଟି ଅଛି । ଏ ସବୁ ଗୋଟିଏ ଜିଲ୍ଲାରେ ଅଛି ।

ଜନସଂଖ୍ୟା ସମ୍ପାଦନା

୨୦୧୫ ଜନଗଣନାରେ କଳିଙ୍ଗ ରାଜ୍ୟର ଲୋକସଂଖ୍ୟା ୨,୧୨,୬୮୦ ଥିଲା ।[୭] ୨୦୧୦ରେ ଏହା ୨,୦୧,୬୧୩ ଥିଲା ଏବଂ ୨୦୦୦ ମସିହାରେ ୧,୭୪,୨୦୩ ଥିଲା । ପାଖାପାଖି ୧% ହାରରେ ଜନସଂଖ୍ୟା ଏଠାରେ ବୃଦ୍ଧି ଘଟୁଛି । ପ୍ରତି ବର୍ଗ କିଲୋମିଟରରେ ପାଖାପାଖି ୬୬ ଜଣ ଲୋକ ରହୁଛନ୍ତି ।

୨୦୦୦ ମସିହାରେ ହୋଇଥିବା ଜନଗଣନାରେ କଳିଙ୍ଗ ରାଜ୍ୟରେ କଳିଙ୍ଗ ଅଧିବାସୀ ୬୪ ଭାଗ ରହିଥିଲାବେଳେ ଲୋକାନୋସ ଜାତିର ଲୋକେ ୨୪ ଭାଗ ରହୁଥିଲେ ।

କଳିଙ୍ଗର କୁହାଯାଉଥିବା ଭାଷାଗୁଡ଼ିକ ହେଲା : ବାଳାଙ୍ଗାଓ, ବୁଟବୁଟ, ଳିମୋସ, ଲୋୟର ତନୁଦାନ, ଲୁବୁଆଗନ, ମବକା, ମଦୁକାୟଙ୍ଗ, ଦକ୍ଷୀଣ କଳିଙ୍ଗୀୟ ଏବଂ ଅପର ତନୁଦାନ । ଗାଡ଼ଦାଙ୍ଗ, ଲୋକାନୋ, ତାଗଲଗ ଏବଂ ଇଂରାଜୀ ମଧ୍ୟ କିଛି ଅଧିବାସୀ କହିପାରନ୍ତି ।

ସଂସ୍କୃତି ସମ୍ପାଦନା

 
କଳିଙ୍ଗ ରାଜ୍ୟର ୧୦୦ ବର୍ଷ ବୟସ୍କ ଚିତା କୁଟାଳୀ
 
କଳିଙ୍ଗ ବସ୍ତ୍ର ପରିଧାନ କରି ଦ୍ୱିତୀୟ ବିଶ୍ୱଯୁଧ୍ୟ ସମୟର ଅସ୍ତ୍ର ସହିତ ଜଣେ ଛାତ୍ର

ଏହି ରାଜ୍ୟରେ ଅନେକ ଆଦିବାସୀ ଅଛନ୍ତି । ବେଳେ ବେଳେ ଏଠି ଯୋଗୁଁ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ହୋଇଥାଏ । ପାହାଡ଼ ପର୍ବତ ଏବଂ ଯୋଦ୍ଧ୍ୟା ଗୁଣ ଯୋଗୁଁ କଳିଙ୍ଗବାସୀ ନିଜର ସଂସ୍କୃତିକୁ ବଞ୍ଚାଇ ରଖିପାରିଛନ୍ତି ।

କଳିଙ୍ଗ ଅଧିବାସୀ ମୁଖ୍ୟତଃ ହେଉଛନ୍ତି ଧାନ ଚାଷୀ, ସେମାନଙ୍କୁ ଭଲ ଓଦା ଓ ଶୁଖିଲା ଧାନ ଅନୁକୂଳ ପାହାଡ଼ରେ ଜମି ମଧ୍ୟ ପ୍ରକୃତି ଦୃଷ୍ଟିରୁ ମିଳିଛି । ଏହା ଛଡ଼ା କଳାରେ ମଧ୍ୟ ଏମାନେ ରୁଚି ରଖନ୍ତି ଯଥା ବାକ୍ସ କରିବା, ତନ୍ତ ବୁଣା, କମାର ଏବଂ କୁମ୍ଭାର କାମ । ଚିକୋ ନଦୀ ଉପତ୍ୟକାରେ କୁମ୍ଭାରମାନେ ରହନ୍ତି ।

ଆଧାର ସମ୍ପାଦନା

  1. (Ilocano: Probinsia ti Kalinga; Filipino: Lalawigan ng Kalinga)
  2. "List of Provinces". PSGC Interactive. Makati City, Philippines: National Statistical Coordination Board. Archived from the original on 21 January 2013. Retrieved 2 January 2014.
  3. "ଆର୍କାଇଭ୍ କପି" (PDF). Archived from the original (PDF) on 2017-05-16. Retrieved 2018-11-11. {{cite web}}: Cite has empty unknown parameter: |1= (help)
  4. "Province: କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ". PSGC Interactive. Quezon City, Philippines: Philippine Statistics Authority. Retrieved ୮ ଜାନୁଆରୀ ୨୦୧୬. {{cite web}}: Check date values in: |accessdate= (help)
  5. Census of Population (2015). Highlights of the Philippine Population 2015 Census of Population. PSA. Retrieved ୨୦ ଜୁନ ୨୦୧୬. {{cite encyclopedia}}: Check date values in: |accessdate= (help); Cite has empty unknown parameter: |chapterurl= (help)CS1 maint: numeric names: authors list (link)
  6. Census of Population and Housing (2010). Population and Annual Growth Rates for The Philippines and Its Regions, Provinces, and Highly Urbanized Cities (PDF). NSO. Retrieved ୨୯ ଜୁନ ୨୦୧୬. {{cite encyclopedia}}: Check date values in: |accessdate= (help); Cite has empty unknown parameter: |chapterurl= (help)CS1 maint: numeric names: authors list (link)
  7. "ଆର୍କାଇଭ୍ କପି". Archived from the original on 2017-10-10. Retrieved 2018-11-11. {{cite web}}: Cite has empty unknown parameter: |1= (help)

ବାହ୍ୟ ଆଧାର ସମ୍ପାଦନା

Map all coordinates using: OpenStreetMap