କଳିଙ୍ଗ ଏୟାରଲାଇନ୍ସ


କଳିଙ୍ଗ ଏୟାରଲାଇନସ (ଇଂରାଜୀ: Kalinga Airlines) କୋଲକାତାସ୍ଥିତ ଏକ ଘରୋଇ ବିମାନ ପରିଚାଳନ ସଂସ୍ଥା । ଏହା ବିମାନ ଚାଳକ ତଥା ରାଜନେତା ବିଜୁ ପଟ୍ଟନାୟକଙ୍କଦ୍ୱାରା ୧୯୪୭ରେ ସ୍ଥାପିତ ହୋଇଥିଲା । ବିଜୁ ଏହି କମ୍ପାନୀର ମୁଖ୍ୟ ପାଇଲଟ ଥିଲେ ।[୧] ୧୯୫୩ ମସିହାରେ ଏହି କମ୍ପାନୀର ଜାତୀୟକରଣ ହୋଇ ଇଣ୍ଡିଆନ ଏୟାରଲାଇନ୍ସରେ ବିଲୀନ ହୋଇଥିଲା । ନନସିଡୁଲ୍ଡ ଚାର୍ଟର ଅପରେଟର ଭାବେ ୧୯୫୭ ମସିହାରେ ପୁନଃ ଆରମ୍ଭ ହୋଇ ଯାତ୍ରୀ ଓ ମାଲ ପରିବହନ କାର୍ଯ୍ୟରେ ୧୯୭୨ ମସିହା ପର୍ଯ୍ୟନ୍ତ ସେବା ଜାରି ରଖିଥିଲା ।

କଳିଙ୍ଗ ଏୟାରଲାଇନସ
IATA
ICAO
Callsign
Founded୧୯୪୬
Ceased operations୧୯୬୫
Headquartersକଲିକତା, ଭାରତ
Key peopleବିଜୁ ପଟ୍ଟନାୟକ (ପ୍ରତିଷ୍ଠାତା ଏବଂ ମୁଖ୍ୟ ବିମାନ ଚାଳକ (ପାଇଲଟ))

ଇତିହାସ ସମ୍ପାଦନା

ବିଜୁ ୧୯୪୭ ମସିହାରେ ରୟାଲ ଇଣ୍ଡିଆ ଏୟାର ଫୋର୍ସର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ସ୍ପିଟଫାୟାରଡିସି-୩ ଚାଳନ କରି ସୈନ୍ୟମାନଙ୍କୁ କାଶ୍ମୀରରେ ପହଞ୍ଚାଇଥିଲେ । ବାୟୁସେନା ଦ୍ୱାରାଶ୍ରୀନଗରରେ ପ୍ରଥମ ପ୍ଲାଟୁନ ଫୋର୍ସ ମୃତୟନ କରିବାରେ ଏହା ପ୍ରଥମ ଘଟଣା ଥିଲା । କଳିଙ୍ଗ ଏୟାରଲାଇନସର ଡିସି-୩ ମଧ୍ୟ ଉତ୍ତର ପୂର୍ବ ଭାରତରେ ସପ୍ଲାଇ କାର୍ଯ୍ୟରେ ନିଯୋଜିତ ଥିଲା । [୨] ୧୯୫୩ ମସିହାରେ ଏହି ଏୟାରଲାଇନ କମ୍ପାନୀ ଅନ୍ୟ ସାତଟି ସ୍ୱାଧୀନ ଘରୋଇ ଏୟାରଲାଇନ ଯଥା ଡେକାନ ଏୟାରବେଜ,ଏୟାରବେଜ ଇଣ୍ଡିଆ, ଭାରତ ଏୟାରବେଜ, ହିମାଳୟନ ଆଭିଏସନ, ଇଣ୍ଡିଆନ ନାସନାଲ ଏୟାରବେଜ, ଏୟାର ଇଣ୍ଡିଆ ଏବଂ ଏୟାର ସର୍ଭିସେସ ଅଫ ଇଣ୍ଡିଆ ସହ ମିଶ୍ରଣ ହୋଇ ନୂଆ ଏକ ଜାତୀୟ ସ୍ତରର କମ୍ପାନୀ ଇଣ୍ଡିଆନ ଏୟାରଲାଇନସ କର୍ପୋରେସନ ଭାବେ ଉଭା ହୋଇଥିଲା ।

ପଞ୍ଚଟି ଏୟାରଲାଇନସ ଆସାମ ଏୟାରବେଜ, ଇନ୍ଦାମେର ଏୟାରବେଜ, ଜାମଏୟାର କଳିଙ୍ଗ ଏବଂ ଦରଭଙ୍ଗା ଆଭିଏସନସ ମିଶ୍ରଣ ହୋଇ କଳିଙ୍ଗ ଏୟାରବେଜ ଡିସେମ୍ବର ୧୯୫୭ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା । ଏଥିରେ ଏୟାରଲାଇନସ ୧୫ ଡିସି-୩ ବିମାନ ଉପସ୍ଥାପନ କରିଥିଲା । [୩] ୧୯୬୦ରୁ ଦେଶର ଉତ୍ତର ପୂର୍ବାଞ୍ଚଳ ସପ୍ଲାଇ ଡ୍ରପିଂ ଅପରେସନ ପାଇଁ ସ୍ୱତନ୍ତ୍ର ଥିଲା । ବମ୍ବେରୁ ଦୁବାଇ ନନ ସିଡୁଲ୍ଡ ଅପରେସନ ମଧ୍ୟ ଚାଲୁଥିଲା କିନ୍ତୁ ଅକ୍ଟୋବର ୧୯୬୨ରୁ ବନ୍ଦ କରି ସପ୍ଲାଈ ଡ୍ରପିଂରେ ବିଶେଷ ଦୃଷ୍ଟି ଦେଇଥିଲା । [୪] ୧୯୬୭ ମସିହାରେ ଏୟାର ଡ୍ରପ ଅପରେସନଗୁଡ଼ିକ ଇଣ୍ଡିଆନ ଏୟାର ଫୋର୍ସଦ୍ୱାରା କାର୍ଯ୍ୟକ୍ଷମ ହୋଇଥିଲା [୫] ତେଣୁ ଏୟାରଲାଇନ ଯାତ୍ରୀ ଓ ଦ୍ରବ୍ୟ ପରିବହନ ସେବା ନିମିତ୍ତ ପୁନଃ ପରିବର୍ତ୍ତିତ ହୋଇ ୧୯୭୨ ମସିହା ଫେବୃୟାରୀ ପର୍ଯ୍ୟନ୍ତ ଚାଲୁରହିଥିଲା । [୬]

ଘଟଣା ଓ ଦୁର୍ଘଟଣା ସମ୍ପାଦନା

  • ୧୫ ସେପ୍ଟେମ୍ବର ୧୯୫୨ରେ କଳିଙ୍ଗ ଏୟାରଲାଇନସର ଏକ ଡଗଲାସ ଡାକୋଟା ମାଲବାହୀ (କାର୍ଗୋ) ବିମାନ ସୁଦାନର ବାଡି ହଳଫା (wadi halfa)ଠାରେ ଧ୍ୱଂସ୍ତ ହୋଇଯାଇଥିଲା । ଏଥିରେ ବିଦେଶର ତିନି କ୍ରିଉ ସଦସ୍ୟ ମୃତ୍ୟୁବରଣ କରିଥିଲେ ।
  • ୧୦ ଏପ୍ରିଲ ୧୯୫୨ରେ ଡଗଲାସ ସି-୪୭ଏ-୨୫-ଡିକେ ଚାରି ଜଣ କ୍ରିଉ ସଦସ୍ୟଙ୍କୁ ନେଇ ଆପାତକାଳୀନ ଅବତରଣ କରୁଥିବା ବେଳେ ଇଂଜିନ ଅକାମୀ ଯୋଗୁଁ ଭାରସାମ୍ୟ ହରାଇଥିଲା । [୭]
  • ୩୦ ଅଗଷ୍ଟ ୧୯୫୫ରେ କଳିଙ୍ଗ ଏୟାରଲାଇନସର ଡଗଲାସ ଡାକୋଟା ବିମାନ ସିମରା, ନେପାଳଠାରେ ରନବେରୁ ଉଠିବା ବେଳେ ଅତିକ୍ରମ କରୁଥିବା ଜନୈକ ବ୍ୟକ୍ତିଙ୍କୁ ଧକାଦେବାରୁ ବର୍ତ୍ତିବା ପାଇଁ ଆଗୁଆ ଆକାଶମାର୍ଗକୁ ଉଠିଯିବାକୁ ପଡ଼ିଥିଲା । ଏଥିରେ ତିନି କ୍ରିଉ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । [୮]
  • ୧୭ ଅକ୍ଟୋବର ୧୯୬୫ରେ ଡଗଲାସ ସି-୪୭ଏ-୭୫-ଡିଏଲ ବିମାନ ୮ଜଣ ଲୋକ ଯହିଁରେ ୫ ଜଣ ଯାତ୍ରୀ ଥିଲେ, ସପ୍ଲାଇ ଡ୍ରପିଂ ବେଳେ ମୋହନବାଡ଼ିଠାରେ ଧ୍ୱଂସ୍ତ ହୋଇଯାଇଥିଲା ।

ଆଧାର ସମ୍ପାଦନା

  1. John F. Burns (April 21, 1997). "Biju Patnaik, 81, Daring Pilot-Patriot of India". New York Times.
  2. "Biju Patnaik".
  3. "World Airline Directory, Flight, April 18, 1958".
  4. "World Airline Directory, Flight, April 2, 1964".
  5. "World Airline Survey, Flight, April 11, 1968".
  6. "World Airline Directory,". Flight. April 2, 1964.
  7. Aviation Safety Network > ASN Aviation Safety Database > Operator index > India > Kalinga Airlines. Aviation-safety.net (2012-03-04). Retrieved on 2014-05-21.
  8. Did it come with a bang then? Nepal's early aviation history.[permanent dead link]

ଅଧିକ ଦେଖନ୍ତୁ ସମ୍ପାଦନା