କମ୍ପ୍ୟୁଟର ମନିଟର

କମ୍ପ୍ୟୁଟର ଆଉଟପୁଟ୍ ଉପକରଣ

ଏକ କମ୍ପ୍ୟୁଟର ମନିଟର ହେଉଛି ଏକ ଦୃଶ୍ୟ ପ୍ରଦର୍ଶନ କମ୍ପ୍ୟୁଟର ଉପକରଣ (ଆଉଟପୁଟ୍ ଡିଭାଇସ୍) ଯାହା ଚିତ୍ରକଳା କିମ୍ବା ପାଠ୍ୟ ମାଧ୍ୟମରେ ସୂଚନା ପ୍ରଦର୍ଶନ କରେ । ଏକ ମନିଟର ସାଧାରଣତଃ ଏକ ଦୃଶ୍ୟପଟ୍ଟ ଉପକରଣ (ଭିଜୁଆଲ୍ ଡିସପ୍ଲେ), କିଛି ବୈଦ୍ୟୁତିକ ତାରର ସର୍କିଟ, କେସିଙ୍ଗ୍ ଏବଂ ବିଦ୍ୟୁତ୍ ଯୋଗାଣକୁ ନେଇ ଗଠିତ । କମ୍ପ୍ୟୁଟରରେ କରାଯାଉଥିବା କାମର ଫଳାଫଳ ବା ଆଉଟପୁଟ୍ ଏହି ମନିଟରରେ ଦେଖାଯାଇଥାଏ ଏବଂ କମ୍ପ୍ୟୁଟରକୁ ଦିଆଯାଉଥିବା ନିର୍ଦ୍ଦେଶର ଫଳାଫଳ ମଧ୍ୟ ଏଥିରେ ଦେଖାଯାଇଥାଏ । ଆଧୁନିକ ମନିଟରରେ ଥିବା ଦୃଶ୍ୟପଟ୍ଟ ଉପକରଣ (ଡିସପ୍ଲେ ଡିଭାଇସ୍) ସାଧାରଣତ ଏଲଇଡି ଆଲୋକ (TFT-LCD) ସଂଯୋଜିତ ଥିବ ଏକ ପତଳା ଚଳଚ୍ଚିତ୍ର ଟ୍ରାନଜିଷ୍ଟର ତରଳ ସ୍ଫଟିକ୍ ପ୍ରଦର୍ଶନ ଉପକରଣ । ପୂର୍ବରୁ ବ୍ୟବହାର କରାଯାଉଥିବା ମନିଟରଗୁଡିକରେ ଏକ କ୍ୟାଥୋଡ୍ ରଶ୍ମୀ ଟ୍ୟୁବ୍ (CRT) ଏବଂ କିଛି ପ୍ଲାଜମା (ଗ୍ୟାସ୍-ପ୍ଲାଜମା ମଧ୍ୟ କୁହାଯାଏ) ଦୃଶ୍ୟପଟ୍ଟ ବ୍ୟବହାର କରାଯାଉଥିଲା । ତେବେ VGA, ଡିଜିଟାଲ୍ ଭିଜୁଆଲ୍ ଇଣ୍ଟରଫେସ୍ (DVI), HDMI, ଡିସପ୍ଲେ ପୋର୍ଟ, USB-C, ଲୋ-ଭୋଲଟେଜ୍ ଡିଫେରିଏଲ୍ ସିଗନାଲ୍ (LVDS) କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ଷମ ସଂଯୋଜକ ଏବଂ ସିଗନାଲ୍ ମାଧ୍ୟମରେ ମନିଟରଗୁଡ଼ିକ କମ୍ପ୍ୟୁଟର ସହିତ ସଂଯୁକ୍ତ ହୋଇଥାଏ ।[୧]

A liquid crystal display(LCD) computer monitor

ମୂଳତଃ ତଥ୍ୟ (ଡ଼ାଟା) ପ୍ରକ୍ରିୟାକରଣ ପାଇଁ କମ୍ପ୍ୟୁଟର ମନିଟର ବ୍ୟବହାର କରାଯାଉଥିବାବେଳେ ଟେଲିଭିଜନ୍ ସେଟର ମନିଟର ମନୋରଞ୍ଜନ ପାଇଁ ବ୍ୟବହୃତ ହେଉଥିଲା । ୧୯୮୦ ଦଶକରୁ କମ୍ପ୍ୟୁଟରଗୁଡିକ (ଏବଂ ସେମାନଙ୍କର ମନିଟରଗୁଡିକ) ଉଭୟ ତଥ୍ୟ (ଡାଟା) ପ୍ରକ୍ରିୟାକରଣ ଏବଂ ମନୋରଞ୍ଜନ ପାଇଁ ବ୍ୟବହୃତ ହୋଇଥିବାବେଳେ ଟେଲିଭିଜନଗୁଡ଼ିକରେ କିଛି କମ୍ପ୍ୟୁଟର ଜନିତ କାର୍ଯ୍ୟକ୍ରମ ମଧ୍ୟ ଉପଲବ୍ଧ ହୋଇପାରୁଛି । ଟେଲିଭିଜନ ଭଳି କମ୍ପ୍ୟୁଟରର ମନିଟର ବି କଳା-ଧଳା ଏବଂ ରଙ୍ଗିନ ହୁଏ ଏବଂ ବିଭିନ୍ନ ସାଇଜର ବି ହୁଏ । ଅଧୁନା ଟେଲିଭିଜନ ଏବଂ କମ୍ପ୍ୟୁଟର ମନିଟରର ସାଧାରଣ ଆକାରର ଅନୁପାତ ୪:୩ରୁ ବୃଦ୍ଧି ହୋଇ ୧୬:୧୦ ଓ ୧୬:୯କୁ ବଦଳିଛି ।

ପାରମ୍ପାରିକ ଟେଲିଭିଜନ୍ ସେଟ୍ ଏବଂ ଅନ୍ୟପକ୍ଷରେ ଆଧୁନିକ କମ୍ପ୍ୟୁଟର ମନିଟରଗୁଡ଼ିକ ବ୍ୟବହାର ଦୃଷ୍ଟିକୋଣରୁ ସହଜରେ ଅଦଳବଦଳ ସମ୍ଭବ ହୋଇଥାଏ । ତଥାପି, ଯେହେତୁ କମ୍ପ୍ୟୁଟର ମନିଟରଗୁଡ଼ିକରେ ଇଣ୍ଟିଗ୍ରେଟେଡ୍ ସ୍ପିକର କିମ୍ବା ଟିଭି ଟ୍ୟୁନର୍ (ଯେପରିକି ଡିଜିଟାଲ୍ ଟେଲିଭିଜନ୍ ଆଡାପ୍ଟର) ନ ଥାଏ, ବାହ୍ୟ ଉପକରଣ ବ୍ୟବହାର ବିନା ଟିଭି ସେଟ୍ ଭାବରେ କମ୍ପ୍ୟୁଟର ମନିଟର ବ୍ୟବହାର କରିବା ସମ୍ଭବ ନୁହେଁ ।[୨]

ଆଧାର ସମ୍ପାଦନା

  1. "How Computers Work: Input and Output". homepage.cs.uri.edu. Retrieved 26 January 2022.
  2. "Difference Between TV and Computer Monitor | Difference Between". differencebetween.net. Retrieved 26 January 2022.