କମ୍ପୋନ୍ମାଦ (ଡେଲିରିଅମ ଟ୍ରେମେନ୍ସ) ଏକ ଉନ୍ମାଦ ଅବସ୍ଥା ଯାହା ମଦ୍ୟପର ମଦ ଖାଇବା ଛଡ଼େଇଲେ (ଉଇଥଡ୍ରୟାଲ) ସୃଷ୍ଟି ହୁଏ । ମଦ ପରିତ୍ୟାଗର ଦୁଇ ଦିନରେ ଆରମ୍ଭ ହୋଇ ଦୁଇ ତିନି ଦିନ ପର୍ଯ୍ୟନ୍ତ ରହେ ଲୋକର ଦୃଷ୍ଟି ଓ ଶ୍ରବଣ ବିଭ୍ରମ ହୁଏ । [୧] ଶରୀର କମ୍ପନ (tremor) ହୁଏ, ଦେହ ଜୋରରେ ଥରେ, ଅନିୟମିତ ହୃତସ୍ପନ୍ଦନ ହୁଏ ଓ ଝାଳ ବହେ । [୨] ବେଳେ ବେଳେ ଦେହ ଉତ୍ତାପ ଅତି ବେଶୀ ହୁଏ କିମ୍ବା ବାତ (Seizure) ମାରି ମୃତ୍ୟୁ ହୁଏ । [୧] ଡ୍ରଗ ଉଇଥଡ୍ର‌ୟାଲ ଶ୍ରେଣୀରେ ମଦ ବିପଦ ଜନ‌କ ।[୩]

କମ୍ପୋନ୍ମାଦ
ପରିଜନ ବେଷ୍ଟିତ କମ୍ପୋନ୍ମାଦ ମଦ୍ୟପ ମୃତ୍ୟୁଶଯ୍ୟାରେ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିNeurology
ଆଇସିଡ଼ି-୧୦F10.4
ଆଇସିଡ଼ି-୯-ସିଏମ୍291.0
ରୋଗ ଡାଟାବେସ3543
ମେଡ଼ିସିନ-ପ୍ଲସ000766
ଇ-ମେଡ଼ିସିନmed/524
MeSHD000430

ଏକ ମାସରୁ ଅଧିକ ମାତ୍ରାଧିକ ମଦ/ ଆଲକୋହୋଲ ପିଇଲେ କମ୍ପୋନ୍ମାଦ ହୁଏ । [୪] ବେଞ୍ଜୋଡାଏଜେପିନବାର୍ବିଚୁରେଟ ଉଇଥଡ୍ରୟାଲରେ ମଧ୍ୟ ସମାନ ଧରଣର ଲକ୍ଷଣ ଦେଖାଯାଏ । [୫] କୋକେନ ଉଇଥଡ୍ରୟାଲରେ କିଛି ବଡ଼ ଧରଣର ଲକ୍ଷଣ ପ୍ରକାଶ ପାଏ ନାହିଁ । [୬] ଇଲେକ୍ଟ୍ରୋଲାଇଟ ସମସ୍ୟା, ଅଗ୍ନାଶୟ ପ୍ରଦାହଆଲକୋହୋଲ ହେପାଟାଇଟିସ ଇତ୍ୟାଦି ଆନୁସଙ୍ଗିକ ରୋଗର ଅନୁପସ୍ଥିତି ନିର୍ଣ୍ଣୟ କରିବା ଆବଶ୍ୟକ । [୧]

ଉଇଥଡ୍ରୟାଲ ଲକ୍ଷଣମାନଙ୍କର ଚିକିତ୍ସା କରି ରୋଗ ପ୍ରତିରୋଧ କରାଯାଏ । କମ୍ପୋନ୍ମାଦ ଆରମ୍ଭ ହେଲେ ଆକ୍ରମଣାତ୍ମକ ଚିକିତ୍ସା କଲେ ଫଳାଫଳ ଉନ୍ନତ ହୁଏ । ଯଥେଷ୍ଟ ଆଲୋକ ଥିବା ନିଶବ୍ଦ ଇଣ୍ଟେନସିଭ କେୟାର ୟୁନିଟରେ ଚିକିତ୍ସା କରାଯାଏ । ବେଞ୍ଜୋଡାଏଜେପିନ ଦଳର ଡାଏଜେପାମ, ଲୋରାଜେପାମ, କ୍ଲୋରଡାଏଜେପୋକସାଇଡଅକସାଜେପାମ ଇତ୍ୟାଦି ସାଧାରଣତଃ ଦିଆଯାଏ । [୪] ରୋଗୀ ସାମାନ୍ୟ ଶୋଇବା ପର୍ଯ୍ୟନ୍ତ ଔଷଧ ଦିଆଯାଏ । ଆଣ୍ଟିସାଇକୋଟିକ ହାଲୋପେରିଡଲ ମଧ୍ୟ ଦିଆଯାଇପାରେ । ଭିଟାମିନ ଥିଆମିନ ଦେବାକୁ ସୁପାରିସ କରାଯାଏ । [୧] ଚିକିତ୍ସା ନ ପାଇଲେ ୧୫ରୁ ୪୦ % ମୃତ୍ୟୁ ହୁଏ । [୭] ଅଧୁନା ୧ରୁ ୪ % ମୃତ୍ୟୁ ହେଉଛି । [୧]

ଅର୍ଦ୍ଧେକ ସଂଖ୍ୟକ ମଦ୍ୟାତ୍ୟୟ ରୋଗୀଙ୍କର ମଦ ପରିମାଣ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । ଏମାନଙ୍କ ମଧ୍ୟରୁ ୩ରୁ ୫ % ଲୋକଙ୍କର କମ୍ପୋନ୍ମାଦ ବା ବାତ ହୁଏ । [୧] ସନ ୧୮୧୩ରେ ପ୍ରଥମେ ଡେଲିରିଅମ ଟ୍ରେମେନସ ନାମ ଦିଆଯାଇଥିଲେ ମଧ୍ୟ ଏହାର ଲକ୍ଷଣ ୧୭୦୦ ମସିହାରୁ ଲିପିବଦ୍ଧ ଅଛି । [୪] ଏହାକୁ ସେକିଙ୍ଗ ଫ୍ରେଞ୍ଜି ବା ସଣ୍ଡରସ-ସଟନ ସିଣ୍ଡ୍ରୋମ ମଧ୍ୟ କୁହାଯାଏ । [୭] ଇଂରାଜୀ ଭାଷାରେ ଏହାର ଅନ୍ୟ ଡାକ ନାମ: ବ୍ୟାରେଲ ଫିଭର, ବ୍ଲୁ ହରର, ବଟଲଏକ୍, ବ୍ୟାଟସ, ଡ୍ରଙ୍କନ ହରର, ଏଲିଫ୍ୟାଣ୍ଟସ, ଗ୍ୟାଲନ ଡିସଟେମ୍ପର, କ୍ୱାଟ ମାନିଆ, ପିଙ୍କ ସ୍ପାଇଡର । [୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Schuckit, MA (27 November 2014). "Recognition and management of withdrawal delirium (delirium tremens)". The New England journal of medicine. 371 (22): 2109–13. PMID 25427113.
  2. Healy, David (3 December 2008). Psychiatric Drugs Explained. Elsevier Health Sciences. p. 237. ISBN 978-0-7020-2997-4.
  3. Fisher, Gary L. (2009). Encyclopedia of substance abuse prevention, treatment, & recovery. Los Angeles: SAGE. p. 1005. ISBN 9781452266015.
  4. ୪.୦ ୪.୧ ୪.୨ Stern, TA; Gross, AF; Stern, TW; Nejad, SH; Maldonado, JR (2010). "Current approaches to the recognition and treatment of alcohol withdrawal and delirium tremens: "old wine in new bottles" or "new wine in old bottles"". Primary care companion to the Journal of clinical psychiatry. 12 (3). PMID 20944765.
  5. Posner, Jerome B. (2007). Plum and Posner's Diagnosis of Stupor and Coma (4 ed.). Oxford: Oxford University Press, USA. p. 283. ISBN 9780198043362.
  6. Galanter, Marc; Kleber, Herbert D (1 July 2008). The American Psychiatric Publishing Textbook of Substance Abuse Treatment (4th ed.). United States of America: American Psychiatric Publishing Inc. p. 58. ISBN 978-1-58562-276-4.
  7. ୭.୦ ୭.୧ Blom, Jan Dirk (2010). A dictionary of hallucinations (. ed.). New York: Springer. p. 136. ISBN 9781441912237.
  8. Baldwin, Dan (2002). Just the FAQ's, Please, About Alcohol and Drug Abuse: Frequently Asked Questions from Families. America Star Books. pp. Chapter four. ISBN 9781611028706.