ଓମାର ସମଦ

ଆଫଗାନୀ କୂଟନୀତିଜ୍ଞ

ଓମାର ସମଦ ୨୦୧୪ ମସିହାରୁ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟକାରୀ ଡଃ.ଏ. ଅବଦୁଲାଙ୍କ ବରିଷ୍ଠ ପରାମର୍ଶଦାତା ଅଟନ୍ତି । ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ କାନାଡାରେ ଆଫଗାନ ରାଜଦୂତ ଓ ୨୦୦୯ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଫ୍ରାନ୍ସର ରାଜଦୂତ ରୂପେ କାର୍ଯ୍ୟ କରିଥିଲେ । ୱାସିଙ୍ଗଟନ ଡି.ସି. ୨୦୧୨-୨୦୧୩ ମସିହାରେ ୟୁନାଇଟେଡ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପିସ (United States Institute of Peace)ରେ ବରିଷ୍ଠ ଆଫଗାନ ବିଶେଷଜ୍ଞ ରୂପେ କାମ କରିବା ପରେ ୱାସିଙ୍ଗଟନ ଡି.ସି.ରେ ୨୦୧୩-୧୦୧୪ ମସିହାରେ ନ୍ୟୁ ଆମେରିକା ଫାଉଣ୍ଡେସନରେ ସିନିୟର ସେଣ୍ଟ୍ରାଲ ଏସିଆ ସମକକ୍ଷ ବ୍ୟକ୍ତି ଥିଲେ ।

ଓମାର ସମଦ
EducationAmerican University
Tufts University
OccupationDiplomat
SpouseKhorshied Samad
Children2

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଓମାର ସମଦ, ୱାସିଙ୍ଗଟନ ଡି.ସି.ରେ ଥିବା ଆମେରିକା ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ସେ ସେହି ବିଦ୍ୟାଳୟରେ ୧୯୯୧ ମସିହାରେ କଳାର ଯୋଗାଯୋଗ ଓ ଅନ୍ତରାଷ୍ଟ୍ରୀୟ ମାମଲାରେ ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ ।[୧][୨] ସେ ୨୦୦୬ ମସିହାରେ ଟଫଟସ ୟୁନିଭରସିଟି (Tufts University) ମାସାଚୁସେଟ୍ସ (Massachusetts)ରେ "ଦି ଫ୍ଲେଚର ସ୍କୁଲ ଅଫ ଲ ଆଣ୍ଡ ଡିପ୍ଲୋମାସୀ"ରୁ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧ (GMAP)ରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିଲେ ।[୧][୨]

ବୃତ୍ତି ସମ୍ପାଦନା

ଓମାର ସମଦ ୧୯୮୧ ଓ ୨୦୦୧ ମସିହା ମଧ୍ୟରେ ଆମେରିକାରେ IT ପ୍ରାଇଭେଟ ସେକ୍ଟର କ୍ଷେତ୍ରରେ Datacrown Inc, "ଇଲେକ୍ଟ୍ରୋନିକ ଡାଟା ସିଷ୍ଟମ" (EDS) ଏବଂ "ୱାସିଙ୍ଗଟନ ମେଟ୍ରୋପଲିଟନ ଏରିଆ ଟ୍ରାଞ୍ଜିଟ ଅଥୋରୀଟୀ (WMATA) ସହିତ କାମ କରିଥିଲେ । ୧୯୮୦ ଓ ୧୯୯୦ ଦଶକରେ, ସେ ଆଫଗାନିସ୍ତାନରେ ସ୍ୱତନ୍ତ୍ରତା ଓ ଲୋକତନ୍ତ୍ରର ଓକିଲାତି କରିଥିଲେ ।[୧] ୧୯୯୬ ମସିହାରେ ସେ ଭର୍ଜିନିଆରେ ସ୍ଥିତ, ଆଫଗାନିସ୍ତାନ ସୂଚନାକେନ୍ଦ୍ରର ଅଂଶ ରୂପେ ଆଜାଦୀ ଆଫଗାନ ରେଡିଓ ଓ ଏହାର ୱେବସାଇଟ ପ୍ରତିଷ୍ଠା କରିଥିଲେ ।[୧][୨] ୧୧ ସେପ୍ଟେମ୍ବର ଆକ୍ରମଣ ପରେ, ସେ ଆଫଗାନିସ୍ତାନରେ ବନ୍ନ ଅନୁମତି ଅନୁସାରେ CNN ପାଇଁ ଏକ ଟୀପ୍ପଣିକାର ଓ ବିଶ୍ଳେଷକ ରୂପେ କାମ କରିଥିଲେ ।[୧]

ସେ ଅକ୍ଟୋବର ୨୦୦୪ରୁ ଜୁନ ୨୦୦୯ ପର୍ଯ୍ୟନ୍ତ କାନାଡାରେ ଆଫଗାନ ରାଜଦୂତ ଓ ଜୁନ ୨୦୦୯ ମସିହାରୁ ଜୁଲାଇ ୨୦୧୧ ପର୍ଯ୍ୟନ୍ତ ଫ୍ରାନ୍ସରେ ରାଜଦୂତ ଋପେ କାର୍ଯ୍ୟ କରିଥିଲେ ।[୧][୨] ତାଙ୍କୁ ଚିଲି (୨୦୦୮) ଓ ମୋନାକୋ (୨୦୧୦)ରେ ଆଫଗାନ ଅନିବାସୀ ରାଜଦୂତ ଋପେ ମାନ୍ୟତା ଦିଆଯାଇଥିଲା । ନିଜର ରାଜନୈତିକ ପେଶା (୨୦୦୧ରୁ ୨୦୧୧) ଅନୁସାରେ ସେ ସଂଯୁକ୍ତ ରାଷ୍ଟ୍ର, ଏନ ଏ ଏମ, ଇସ୍ଲାମିକ ସମ୍ମେଳନ ଓ ଆଫଗାନିସ୍ତାନରେ ବିଶେଷ ସମ୍ମେଳନର ସଦସ୍ୟ ଥିଲେ, ଯେଉଁଥିରେ ଟୋକିଓ (୨୦୦୨) ଓ ବର୍ଲିନ (୨୦୦୪) ପୁନଃନିର୍ମାଣ ସମ୍ମେଳନ ଶାମିଲ ଥିଲା । ସେ ଆଫଗାନିସ୍ତାନ-ଆମେରିକା-ପାକିସ୍ତାନ ସହିତ ତ୍ରିପକ୍ଷୀୟ ସୁରକ୍ଷା ଆୟୋଗରେ ବିଦେଶ ମନ୍ତ୍ରାଳୟର ପ୍ରତିନିଧିତ୍ତ୍ୱ କରିଥିଲେ ।[୧][୨] ସେ ଜାନୁଆରୀ ୨୦୧୨ରୁ ଜାନୁଆରୀ ୨୦୧୩ ପର୍ଯ୍ୟନ୍ତ ୱାସିଙ୍ଗଟନ ଡି.ସି. ସଂଯୁକ୍ତ ରାଜ୍ୟ ଆମେରିକାର ଶାନ୍ତି ସଂସ୍ଥାନରେ ନିବାସରେ ଆଫଗାନିସ୍ତାନର ବରିଷ୍ଠ ବିଶେଷଜ୍ଞ ଥିଲେ ।[୧]

ସେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଥିଲେ ।[୩] କାବୁଲରେ ଡିସେମ୍ବର ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ସୂଚନା ଓ ମିଡିଆ ପ୍ରଭାବର ମହାନିର୍ଦ୍ଦେଶକ, ଯାହାଅନୁସାରେ ସେ ପରାମର୍ଶଦାତା, ଭାଷଣ-ଲେଖକ ଓ ମନ୍ତ୍ରାଳୟର ସୁଧାର ସମିତିର ସଦସ୍ୟ ରୂପେ ମଧ୍ୟ କାମ କରିଥିଲେ ।[୧][୨]

ସେ ୱାସିଙ୍ଗଟନ, ଡି.ସି.ରେ ନ୍ୟୁ ଆମେରିକା ଫାଉଣ୍ଡେସନରେ ସିନିଅର ସେଣ୍ଟ୍ରାଲ ଏସିଆ ସମକକ୍ଷ [୨] ଏବଂ Silkroad ପରାମର୍ଶ LLCର ଅଧ୍ୟକ୍ଷ ଥିଲେ ।[୨] 2014 ମସିହା ଇଲେକ୍ସନ ପରେ ଗଠିତ ରାଷ୍ଟ୍ରୀୟ ଏକତା ସରକାରରେ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟକାରୀର ବରିଷ୍ଠ ସଲାହକାର ଋପେ ନିଯୁକ୍ତ ହୋଇଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Omar Samad". United States Institute of Peace. Archived from the original on 23 May 2012. Retrieved 7 June 2012.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "New America Foundation: Omar Samad". Archived from the original on 2015-03-28. Retrieved 2019-11-02.
  3. Garcia, J. Malcolm (2009-09-02). The Khaarijee: A Chronicle of Friendship and War in Kabul. Beacon Press. pp. 116–. ISBN 9780807000571. Retrieved 7 June 2012.[permanent dead link]