ଓଫ୍ଲୋକ୍ସାସିନ ଇଂରାଜୀ ଭାଷାରେ Ofloxacin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infection) ଚିକିତ୍ସାରେ ଦିଆଯାଏ ।[୧] ନିମୋନିଆ, ସେଲ୍ୟୁଲାଇଟିସ (cellulitis), ମୂତ୍ରନଳୀ ସଂକ୍ରମଣ (urinary tract infections), ପ୍ରୋସ୍ଟେଟ ପ୍ରଦାହ (prostatitis), ପ୍ଲେଗ (plague) ଓ କେତେକ ସଂକ୍ରମିତ ତରଳ ଝାଡ଼ା (infectious diarrhea) ରୋଗରେ ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧][୨] ମଲ୍ଟିଡ୍ରଗ ରେଜିସ୍ଟାଣ୍ଟ ଯକ୍ଷ୍ମା (multidrug resistant tuberculosis) ରୋଗରେ ଅନ୍ୟାନ୍ୟ ଔଷଧ ସ‌ହିତ ଏହା ଦିଆଯାଇପାରେ ।[୩] ବାହ୍ୟ ଚକ୍ଷୁ ସଂକ୍ରମଣରେ (superficial bacterial infection of the eye) ଆଖି ଡ୍ରପ (eye drop) ଓ ମଧ୍ୟ କର୍ଣ୍ଣ ପ୍ରଦାହରେ କାନ ପରଦା (ear drum) କଣା ହୋଇଗଲେ ଏହା କାନ ଡ୍ରପ (ear drop) ଆକାରରେ ଦିଆଯାଏ । [୨]

ଓଫ୍ଲୋକ୍ସାସିନ
Clinical data
Trade namesFloxin, Ocuflox, others
Synonyms(±)-9-fluoro-2,3-dihydro-3-methyl-10-(4-methyl-1-piperazinyl)-7-oxo-7H-pyrido[1,2,3-de][1,4]benzoxazine-6-carboxylic acid
AHFS/Drugs.commonograph
MedlinePlusa691005
Pregnancy
category
  • US: C (Risk not ruled out)
Routes of
administration
by mouth, IV, topical (eye drops and ear drops)
ATC code
Legal status
Legal status
Pharmacokinetic data
Bioavailability85% - 95%
Protein binding32%
Elimination half-life8–9 hours
Identifiers
  • (RS)-7-fluoro-2-methyl-6-(4-methylpiperazin-1-yl)-10-oxo-4-oxa-1-azatricyclo[7.3.1.05,13]trideca-5(13),6,8,11-tetraene-11-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.205.209 Edit this at Wikidata
Chemical and physical data
FormulaC18H20FN3O4
Molar mass361.368 g/mol
3D model (JSmol)
ChiralityRacemic mixture
Melting point250–257 °C (482–495 °F)
  • Fc4cc1c2N(/C=C(\C1=O)C(=O)O)C(COc2c4N3CCN(C)CC3)C
  • InChI=1S/C18H20FN3O4/c1-10-9-26-17-14-11(16(23)12(18(24)25)8-22(10)14)7-13(19)15(17)21-5-3-20(2)4-6-21/h7-8,10H,3-6,9H2,1-2H3,(H,24,25) checkY
  • Key:GSDSWSVVBLHKDQ-UHFFFAOYSA-N checkY
  (verify)

ପାଟିରେ ଔଷଧ ଦେଲେ ସାଧାରଣତଃ ବାନ୍ତି, ତରଳ ଝାଡ଼ା, ମୁଣ୍ଡବଥା ଓ ରାସ ହୋଇପାରେ । ସାଂଘାତିକ ପ୍ରତିକ୍ରିୟା ହେଲେ ପେଶୀ ରଜ୍ଜୁ ଛିଣ୍ଡିବା (tendon rupture), ସ୍ନାୟୁ ନଷ୍ଟ ଯୋଗୁ କାଲୁଆ ଅନୁଭବ, ବାତ (seizures) ଓ ସାଇକୋସିସ (psychosis) ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦେବାକୁ ମନା କରାଯାଏ ।[୪] ଫ୍ଲୋରୋକୁଇନୋଲିନ (fluoroquinolone) ଶ୍ରେଣୀର ଏହା ଏକ ଔଷଧ । ଜୀବାଣୁର ଡିଏନଏ (DNA) ସୃଷ୍ଟିରେ ଏହି ଔଷଧ ବାଧା ସୃଷ୍ଟି କରେ ।[୧]

ସନ ୧୯୮୦ରେ ଓଫ୍ଲୋକ୍ସାସିନ ପେଟେଣ୍ଟ ହେବାପରେ ସନ ୧୯୮୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୩.୨୭ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Ofloxacin". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. pp. 409, 757, 782. ISBN 9780857111562.
  3. WHO Model Formulary 2008 (PDF). World Health Organization. 2009. p. 140. ISBN 9789241547659. Retrieved 8 December 2016.
  4. "Ofloxacin Use During Pregnancy | Drugs.com". www.drugs.com. Retrieved 28 December 2016.
  5. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 500. ISBN 9783527607495.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Ofloxacin". International Drug Price Indicator Guide. Retrieved 8 December 2016.[permanent dead link]
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 101. ISBN 9781284057560.