ଓଡ଼ିଆଣ (Oḍḍiyāna ବା "ଓଡ୍ଡିଆଣ") ମଧ୍ୟ ଯୁଗର ଭାରତୀୟ ଉପମହାଦେଶରେ ଏକ ଛୋଟ ଦେଶ । ଯେଉଁଠାରେ ବୌଦ୍ଧ ତନ୍ତ୍ରସାଧନାର ଆରମ୍ଭ ଓ ଉତ୍ତରଣ ହୋଇଥିଲା ।.[୧] ଓଡ଼ିଆଣର ପ୍ରକୃତ ଅବସ୍ଥିତି ଏବେ ବିବାଦ ଭିତରେ ଅଛି ।[୧] ଚିହ୍ନଟ କରାଯାଇଥିବା ସମ୍ଭାବିତ ସ୍ଥାନ ମାନ ହେଲେ:

  • ଓଡ଼ିଶା[୧] , କିଓନ (Keown)ଙ୍କ ମତରେ (୨୦୦୩: ପୃ. ୨୦୩) ଭାରତରେ ପୂର୍ବଭାଗରେ ଅଞ୍ଚଳ । ଏହା ସାହିତ୍ୟ, ପ୍ରତ୍ନତତ୍ତ୍ୱ ଓ ସାଙ୍କେତିକ ପ୍ରମାଣସମୂହରୁ ଜଣାଯାଇଥାଏ । ଏହା ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନଙ୍କ ମତରେ ଓଡ଼ିଆଣ ଓଡ଼ିଆର୍ ବା ଦ୍ରାବିଡ଼ ଭାଷାରୁ ଉଦ୍ଭବ ଯାହାକୁ ଓଡ଼ିଆରେ "ଓଡ୍ର" ଓ ତେଲୁଗୁରେ ଓଟ୍ଟିଅମ । ଏହାର ଅର୍ଥ ଏକ ସ୍ଥାନର ମୂଳ ବାସିନ୍ଦାକୁ ବୁଝାଇଥାଏ । ଓଡ଼ିଆଣ ମଧ୍ୟ ମଧ୍ୟ ଭାରତୀୟ ଶବ୍ଦ ଉଦ୍ୟାନ" (ଅର୍ଥ: ବଗିଚା)କୁ ବୁଝାଇଥାଏ ଯାହା ସେକାଳରେ ଓଡ଼ିଶାରେ ଅବସ୍ଥିତ ଥିଲା ବୋଲି ହୁଏନ ସାଂ ଅଭିହିତ କରିଛନ୍ତି [୧]
  • ସ୍ୱାଟ ଉପତ୍ୟକା[୧] ଅଞ୍ଚଳ, ଏବେକାର ପାକିସ୍ତାନ
  • ତିବ୍ୱତ ପରମ୍ପରାରେ ଓଡ଼ିଆଣ ସମ୍ଭଳ (ଅର୍ଥ ଡାକିନୀଙ୍କଦ୍ୱାରା ଅଧୀକାର କରାଯାଇଥିବା ଅଞ୍ଚଳ)କୁ ବୁଝାଇଥାଏ ।[୧]

ଟୀକା ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Keown, Damien (ed.) with Hodge, Stephen; Jones, Charles; Tinti, Paola (2003). A Dictionary of Buddhism. Great Britain, Oxford: Oxford University Press. P.203. ISBN 0-19-860560-9

ଆଧାର ସମ୍ପାଦନା