ଏସିଆର ଇତିହାସ କହିଲେ ଏହି ମହାଦେଶର ବିଭିନ୍ନ ଉପକୂଳ ପ୍ରାନ୍ତ ଯଥା ପୂର୍ବ ଏସିଆ, ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟର ମିଳିତ ଇତିହାସକୁ ବୁଝାଏ । ଏହି ସବୁ ଉପକୂଳ ଅଞ୍ଚଳ ପୃଥିବୀର କେତେକ ଅତି ପୁରୁଣା ସଭ୍ୟତାର କେନ୍ଦ୍ର ହୋଇଥିଲା । ଏହି ତିନି ଅଞ୍ଚଳରେ ଉର୍ବର ନଦୀ ଉପତ୍ୟକାରେ ଅନେକ ପୂରାତନ ସଭ୍ୟତା ଗଢ଼ି ଉଠିଥିଲା । ଏହି ଉପତ୍ୟକା ସବୁ ଉନ୍ନତ ମାଟି ପାଇଁ ଉର୍ବର ଥିଲା ଓ ଏଠାରେ ଅନେକ ପ୍ରକାର ଫସଲ ହୋଇପାରୁ ଥିଲା । ମେସୋପଟାମିଆ , ସିନ୍ଧୁ ଉପତ୍ୟକା ଓ ଚୀନର ପୂରାତନ ସଭ୍ୟତା ମଧ୍ୟରେ ଅନେକ ସମାନତା ଦେଖାଯାଏ ଏବଂ ଗଣିତ ଓ ଚକର ବ୍ୟବହାର ପରି ଅନେକ ପ୍ରଯୁକ୍ତି ମୂଳକ ଜ୍ଞାନର ଆଦାନପ୍ରଦାନ ଘଟିଥିବା ଦେଖାଯାଏ ।