ଏଲଓସି କାର୍ଗିଲ

୨୦୦୩ର ହିନ୍ଦୀ କଥାଚିତ୍ର

ଏଲଓସି କାର୍ଗିଲ ଚଳଚ୍ଚିତ୍ରଟି ଭାରତ ଓ ପାକିସ୍ତାନ ଭିତରେ ୧୯୯୯ ହୋଇଥିବା ଯୁଦ୍ଧକୁ ନେଇ ନିର୍ମାଣ କରାଯାଇଛି । ୨୦୦୩ ମସିହାରେରେ ଏହି ଦେଶପ୍ରେମ ଭିର୍ତ୍ତିକ ଚଳଚ୍ଚିତ୍ର ବହୁତ ଲୋକପ୍ରିୟ ହେଇଥିଲା । ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଉଛନ୍ତି ଜେ. ପି ଦତ୍ତ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ ଦେଇଥିଲେ । ଏହା ମୁଖ୍ୟତଃ ସୈନିକମାନଙ୍କ ଜୀବନ ଶୈଳୀ , ଯୁଦ୍ଧର କ୍ଷେତ୍ରରେ ସେମାନଙ୍କ ଯୁଦ୍ଧ ଶୈଳୀ ଓ କାର୍ଗିଲ ଯୁଦ୍ଧକୁ ନେଇ ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ରରେ ଭରତର ସୈନ୍ୟବାହିନୀରେ ଥିବା ବିଭାଗ ବିଷୟରେ ମଧ୍ୟ ଅନେକ ତଥ୍ୟ ରହିଛି ।

ଚଳଚ୍ଚିତ୍ରର ବିଷୟ ବସ୍ତୁ ସମ୍ପାଦନା

କାର୍ଗିଲରେ ସୈନିକମାନଙ୍କର ଦେଶକୁ ସୁରକ୍ଷା ଦେବାର କାର୍ଯ୍ୟ ସବୁଦିନ ପରି ସେ ଦିନ ମଧ୍ୟ୍ୟ ଥାଏ । ସେମାନଙ୍କ ମଧ୍ୟରେ ମୁଖ୍ୟ କାର୍ଯ୍ୟାଳୟକୁ ସେଠିକାର ଖବର ଦବ ପାଇଁ ଜଣେ ଅନ୍ୟ ସୈନ୍ୟ ଥାନ୍ତି । ସେଦିନ ପ୍ରବଳ ତୁଷାରପାତ କାରଣରୁ ସେ ସୈନ୍ୟ ଜଣକ ଶହୀଦ ହେଇଯାନ୍ତି । ସୈନ୍ୟମାନେ କୋଉ ଜାଗାରେ ଅଛନ୍ତି ସେ କଥା ଜମ୍ମୁ-କାଶ୍ମୀରର ମୁଖ୍ୟ କାର୍ଯ୍ୟାଳୟରେ ରେଡିଓଦ୍ୱାରା ଖବର ପହଂଚି ପାରୁନଥାଏ । ତେଣୁ ମୁଖ୍ୟ କଯ୍ୟାଳୟରୁ ଅନ୍ୟ ଏକ ସୈନ୍ୟ ବାହିନୀମାନଙ୍କୁ ପଠାଗଲା । ସେହି ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ଅଜଣା ଶତ୍ରୁ ସେଠାରେ ଆସିଯାଇଛନ୍ତି । ସେମାନେ ସଂଗେ ସଂଗେ ଯୁଦ୍ଧ କରିଥିଲେ ଭାରତର କାର୍ଗିଲ ଓ ଅନ୍ୟ ଅଞ୍ଚଳରେ ବିପଦ ନ ଆସିବା ପାଇଁ । ଏହିପରି ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।

ଏହି ଚଳଚ୍ଚିତ୍ରରେ ବହୁତ କଳାକାର ଅଭିନୟ କରିଛନ୍ତି । ସେମାନେ ହେଲେ ସଞ୍ଜୟ ଦତ୍ତ,ଅଜୟ ଦେବଗନ, କରନ ନାଥ, ନଗାର୍ଜୁନ, ସୈଫ ଅର୍ଲି ଖାନ,ସୁନୀଲ ସେଠୀ, ସଂଜୟ କାପୁର,ଅଭିଷେକ ବଚ୍ଚନ, ମୋହନିଷ୍ ବାହି, ମୁକେଶ ତିବାରି,ଅକ୍ଷୟ ଖନ୍ନା,ମନୋଜ ବାଜପେୟୀ,ରାନୀ ମୂଖାର୍ଜୀ, କରିନା କାପୁର ଖାନ,ଇଶା ଦେଓଲ, ରବିନା ଟଣ୍ଡନ ।