ଏରିସିପେଲାସ

ଏରିସିପେଲାସ ଏକ ପ୍ରକାର ପ୍ରଦାହ ଯାହା ଚର୍ମର ଡର୍ମିସ ଭାଗରେ ହୁଏ ଓ ପୃଷ୍ଠ ଭାଗର ଲସିକା ନଳୀ ପର୍ଯ୍ୟନ୍ତ ବିସ୍ତା

ଏରିସିପେଲାସ ଏକ ପ୍ରକାର ପ୍ରଦାହ ଯାହା ଚର୍ମର ଡର୍ମିସ ଭାଗରେ ହୁଏ ଓ ପୃଷ୍ଠ ଭାଗର ଲସିକା ନଳୀ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ | [୧] ଏଥିରେ ଲାଲ ରଙ୍ଗର ଉତ୍ଥିତ ଓ ପରିମାର୍ଜିତ ଧାର ଥିବା ରାସ୍ ଲକ୍ଷଣ ଦେଖାଯାଏ | [୧]ଏଥିରେ ଜ୍ୱର ଏବଂ ଅସ‌ହଜ ଦେହ ଲକ୍ଷଣ ଥାଇପାରେ | [୨] [୧] ଗୋଡ଼ ଏବଂ ମୁହଁରେ ସାଧାରଣତଃ ଏହି ରୋଗ ହୁଏ | [୧]

Erysipelas
Ignis sacer, holy fire, St. Anthony's fire[୧]
Erysipelas of the face due to invasive Streptococcus
ଉଚ୍ଚାରଣ
ବିଭାଗDermatology, infectious disease
ଲକ୍ଷଣRaised, well-defined, red rash, fever[୧][୨]
ଆକ୍ରାନ୍ତ ସମୟRapid[୧]
କାରଣBacterial infection[୧][୨]
ବିପଦ କାରକBreak in the skin, poor immune function, obesity, lymphoedema[୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on appearance[୩]
ସଠିକ ରୋଗ ନିର୍ଣ୍ଣୟCellulitis, deep vein thrombosis, phlegmasia cerulea dolens, tenosynovitis, gout[୧]
ଚିକିତ୍ସାAntibiotics[୧]
PrognosisGenerally good[୧]
ପୁନଃପୌନିକRelatively common[୪]

ଅନ୍ତର୍ନିହିତ ସଂକ୍ରମଣ ସାଧାରଣତଃ ସ୍ଟ୍ରେପ୍ଟୋକୋକସ ପାୟୋଜେନିସ ଜୀବାଣୁ ଯୋଗୁ ହୁଏ ଯାହା ଗ୍ରୁପ ଏ ବିଟା-ହେମୋଲାଇଟିକ ପାୟୋଜେନିସ ନାମରେ ମଧ୍ୟ ପରିଚିତ | [୧] [୨] ଖଣ୍ଡିଆ ଚର୍ମରେ କିମ୍ବା ସ୍ୱତଃସ୍ପର୍ତ୍ତ ଭାବରେ ଏହା ଆରମ୍ଭ ହୋଇପାରେ | [୨] ଦୁର୍ବଳ ପ୍ରତିରକ୍ଷା କାର୍ଯ୍ୟ, ମୋଟାପଣ ଏବଂ ଲିମ୍ଫିଡିମା ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । [୩] [୧] ରୋଗ ନିର୍ଣ୍ଣୟ ସାଧାରଣଃ ଏହାର ରୂପ ଉପରେ ଆଧାରିତ ହୁଏ | [୩] ଏରିସିପେଲାସ ଏକ ପ୍ରକାରର ସେଲ୍ୟୁଲାଇଟିସ ସେଲ୍ୟୁଲାଇଟିସ୍[୩] ଏହା ଅନ୍ୟ ପ୍ରକାର ସେଲ୍ୟୁଲାଇଟିସଠାରୁ ଏହା ଭିନ୍ନ ଅଟେ କାରଣ ଏହାର ଅଧିକ ଉଚ୍ଚତା ଥାଏ ଓ ଧାର ମାର୍ଜିତ ଥାଏ | [୨]

ଏହାର ଚିକିତ୍ସାରେ ସାଧାରଣତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଏ । [୧] [୩] ଏନଏସଏଅଇଡି, ପାରାସେଟାମୋଲ (ଆସେଟାମିନୋଫେନ୍), ଏବଂ ବରଫ ପ୍ୟାକ୍ ଦେଲେ ଅସ‌ହଜ ଅବସ୍ଥା ପ୍ରଶମିତ ହୋଇପାରେ | [୩] ଏରିସିପେଲାସ ଅପେକ୍ଷାକୃତ ସାଧାରଣ ରୋଗ ଅଟେ । [୫] ଅଳ୍ପ ବୟସ୍କ ଏବଂ ବୃଦ୍ଧମାନେ ଏହି ରୋଗରେ ଅଧିକ ପ୍ରଭାବିତ ହୁଅନ୍ତି | [୩] ଏହି ଶବ୍ଦଟି ଗ୍ରୀକ୍ ἐρυσίπελας ( erysípelas )ରୁ ଆସିଛି, ଯାହାର ଅର୍ଥ ହେଉଛି "ଲାଲ ଚର୍ମ" | [୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Michael, Y; Shaukat, NM (January 2020). "Erysipelas". PMID 30335280. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Wanat, Karolyn A.; Norton, Scott A. "Skin & Soft Tissue Infections - Chapter 11 - 2020 Yellow Book | Travelers' Health | CDC". wwwnc.cdc.gov. CDC. Retrieved 6 June 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Stanway, Amy; Oakley, Amanda; Gomez, Jannet (2016). "Erysipelas | DermNet NZ". dermnetnz.org. Retrieved 6 June 2020.
  4. O'Brian, Gail M. (2019). "Section 1. Diseases and Disorders; Erysipelas". In Fred F. Ferri (ed.). Ferri's Clinical Advisor 2019: 5 Books in 1. Philadelphia: Elsevier. p. 523. ISBN 978-0-323-53042-2.
  5. O'Brian, Gail M. (2019). "Section 1. Diseases and Disorders; Erysipelas". In Fred F. Ferri (ed.). Ferri's Clinical Advisor 2019: 5 Books in 1. Philadelphia: Elsevier. p. 523. ISBN 978-0-323-53042-2.
  6. Bhat M, Sriram (2019). SRB's Clinical Methods in Surgery (in ଇଂରାଜୀ). New Delhi: Jaypee Brothers Medical Publishers. p. 141. ISBN 978-93-5270-545-0.