ଏପିନେଫ୍ରିନ

ଏହା ଏକାଧାରରେ ଏକ ଔଷଧ, ହରମୋନ ଓ ନିଉରୋଟ୍ରାନ୍ସମିଟର ।

ଏପିନେଫ୍ରିନ, ବା ଆଡ୍ରେନାଲିନ ଏକାଧାରରେ ଏକ ଔଷଧ, ହରମୋନନିଉରୋଟ୍ରାନ୍ସମିଟର[୩][୪] ଔଷଧ ଆକାରରେ ଏହା ଆନାଫାଇଲାକ୍‌ସିସ୍, ହୃଦ୍‌ରୋଧ, ଓ ବାହ୍ୟ ରକ୍ତସ୍ରାବ ଇତ୍ୟାଦି ରୋଗରେ ବ୍ୟବ‌ହାର କରାଯାଏ ।[୧] କ୍ରୁପ ରୋଗ ଲକ୍ଷଣର ଉପଶମ ନିମନ୍ତେ ଏହା ଶୁଙ୍ଘିବା ଔଷଧ ଆକାରରେ ବ୍ୟବ‌ହାର କରାଯାଏ । [୫] ଅନ୍ୟ କୌଣସି ଔଷଧ କାମ ନ କଲେ ଆଜମା ରୋଗରେ ଏହା ଦିଆଯାଏ । ଆଘ୍ରାଣ ତ‌ଥା ଶୀରାରେ, ମାଂସପେଶୀରେ ଓ ଚର୍ମତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୧]

ଏପିନେଫ୍ରିନ
Skeletal formula of adrenaline
Ball-and-stick model of the adrenaline molecule
Clinical data
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Addiction
liability
None
Routes of
administration
IV, IM, endotracheal, IC, nasal, eye drop
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: Prescription only/OTC
Pharmacokinetic data
Metabolismadrenergic synapse (MAO and COMT)
Identifiers
  • (R)-4-(1-Hydroxy-2-(methylamino)ethyl)benzene-1,2-diol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.000.090 Edit this at Wikidata
Chemical and physical data
FormulaC9H13NO3
Molar mass183.204 g/mol
3D model (JSmol)
  • Oc1ccc(cc1O)[C@@H](O)CNC
  • InChI=1S/C9H13NO3/c1-10-5-9(13)6-2-3-7(11)8(12)4-6/h2-4,9-13H,5H2,1H3/t9-/m0/s1 checkY
  • Key:UCTWMZQNUQWSLP-VIFPVBQESA-N checkY
  (verify)

ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ:- ଅସ୍ଥିରତା, ଉତ୍କଣ୍ଠା ଓ ଝାଳ ବୋହିବା । ହୃଦ୍‌ଗତି ହାର ଓ ରକ୍ତଚାପ ବଢ଼ିଯାଏ । ବେଳେ ବେଳେ ଅନିୟମିତ ହୃତ୍‌ପିଣ୍ଡ ତାଳ ହୋଇଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ବିପଦ ଥିବା ସ୍ପଷ୍ଟ ନ ଥିଲେ ମଧ୍ୟ ମାଆର ଅବସ୍ଥାକୁ ବିଚାରକୁ ନେଇ ଚିକିତ୍ସା କରାଯାଏ । [୧]

ଏପିନେଫ୍ରାନ ସାଧାରଣତଃ ଆଡ୍ରେନାଲ ଗ୍ରନ୍ଥି ଓ କେତେକ ନିଉରନରେ ପ୍ରସ୍ତୁତ ହୁଏ । [୩] ଏହାର ଭୂମିକାକୁ ପଳାୟନ କିମ୍ବା ଯୁଦ୍ଧ ପ୍ରତିକ୍ରିୟା କୁହାଯାଏ; ଏହା ମାଂସପେଶୀକୁ ରକ୍ତ ସରବରାହ ବଢ଼ାଏ, ହୃତ୍‌ପିଣ୍ଡରୁ ଅଧିକ ରକ୍ତ ବାହାରେ, ଆଖିପୁଅ/ପ୍ୟୁପିଲ ବିସ୍ଫାରିତ ହୁଏ ଓ ରକ୍ତ ଶର୍କରା ବଢ଼ିଯାଏ । [୬][୭] ଆଲ୍‌ଫାବିଟା ରିସେପ୍ଟର ଉପରେ ଏହାର ପ୍ରଭାବ ଯୋଗୁ ଏହି ପ୍ରତିକ୍ରିୟା ହୁଏ । [୭] ଅନେକ ପଶୁ ଓ କେତେକ ଏକ କୋଷୀ ଜୀବ ଦେହାରେ ମଧ୍ୟ ଏହି ଏପିନେଫ୍ରିନ ଥାଏ । [୮][୯]

ସନ ୧୯୦୧ରେ ଜୋକିଚି ଟାକାମିନ ପ୍ରଥମେ ଏହା ପ୍ରସ୍ତୁତ କରିଥିଲେ । [୧୦] ଏହାର ହୋଲସେଲ ମୂଲ୍ୟ ଭାଏଲ ପିଛା ମୂଲ୍ୟ ୦.୧୦ରୁ ୦.୯୫ ଆମେରିକୀୟ ଡଲାର । [୧୧] ଆନାଫାଇଲାକ୍‌ସିସ୍ ନିମନ୍ତେ ଆମେରିକାରେ ଏକ ଅଟୋଇଞ୍ଜେକ୍‌ଟର୍ ମିଳେ ଯାହାର ମୂଲ୍ୟ ପ୍ରାୟ ୧୦୦ ଡଲାର । [୧]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Epinephrine". The American Society of Health-System Pharmacists. Retrieved Aug 15, 2015.
  2. Nancy caroline's emergency care in the streets (7 ed.). [S.l.]: Jones And Bartlett Learning. 2012. p. 557. ISBN 9781449645861.
  3. ୩.୦ ୩.୧ Chansky, Michael Lieberman, Allan Marks, Alisa Peet ; illustrations by Matthew (2013). Marks' basic medical biochemistry : a clinical approach (4 ed.). Philadelphia: Wolters Kluwer Health/Lippincott Williams & Wilkins. p. 175. ISBN 9781608315727.{{cite book}}: CS1 maint: multiple names: authors list (link)
  4. "(-)-adrenaline". Guide to Pharmacology. IUPS/BPS. Retrieved 21 August 2015.
  5. Everard ML (February 2009). "Acute bronchiolitis and croup". Pediatr. Clin. North Am. 56 (1): 119–33, x–xi. doi:10.1016/j.pcl.2008.10.007. PMID 19135584.
  6. Bell, David R. (2009). Medical physiology : principles for clinical medicine (3rd ed.). Philadelphia: Lippincott Williams & Wilkins. p. 312. ISBN 9780781768528.
  7. ୭.୦ ୭.୧ Khurana (2008). Essentials of Medical Physiology. Elsevier India. p. 460. ISBN 9788131215661.
  8. Buckley, Eleanor (2013). Venomous Animals and Their Venoms: Venomous Vertebrates. Elsevier. p. 478. ISBN 9781483262888.
  9. Animal Physiology: Adaptation and Environment (5 ed.). Cambridge University Press. 1997. p. 510. ISBN 9781107268500.
  10. Wermuth, Camille Georges (2008). The practice of medicinal chemistry (3 ed.). Amsterdam: Elsevier/Academic Press. p. 13. ISBN 9780080568775.
  11. "Epinephrine". International Drug Price Indicator Guide. Archived from the original on 22 November 2016. Retrieved 15 August 2015.